ETV Bharat / sports

ଟିଟ୍ବେଣ୍ଟି ବିଶ୍ବକପ 2024: ଟିକେଟ ହାତେଇଲା ଉଗାଣ୍ଡା, ଯୋଗ୍ୟତାରୁ ବଞ୍ଚିତ ଜିମ୍ବାୱେ

author img

By ETV Bharat Odisha Team

Published : Dec 1, 2023, 12:33 PM IST

T20 world cup 2024
Uganda qualify for T20 world cup 2024

ଆଇସିସି ଟିଟ୍ବେଣ୍ଟି ବିଶ୍ବକପ 2024 ପାଇଁ ଯୋଗ୍ୟତା ହାସଲ କରିଛି ଉଗାଣ୍ଡା ଦଳ । ରାୱାଣ୍ଡାକୁ ହରାଇ ଟିକେଟ ହାତେଇଛି ଦଳ । ନିରାଶ ହୋଇଛି ଜିମ୍ବାୱେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇତିହାସ ରଚିଲା ଉଗାଣ୍ଡା । ଆଉ ଏକ ଆଫ୍ରିକୀୟ ଦେଶ ଉଗାଣ୍ଡା ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି । ଆଫ୍ରିକୀୟ ଅଞ୍ଚଳର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ରାୱାଣ୍ଡାକୁ ହରାଇ ଟି-ଟ୍ବେଣ୍ଟି ବିଶ୍ବକପ ଟିକେଟ ହାସଲ କରିଛି । ଯୋଗ୍ୟତା ପର୍ଯ୍ୟାୟରେ ଦଳ ମୋଟ 5ଟି ବିଜୟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଛି । ଅନ୍ୟପଟେ ଆଇସିସି ପୂର୍ଣ୍ଣ ସଦସ୍ୟ ଦେଶ ଜିମ୍ବାୱେ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି ।

ଯୋଗ୍ୟତା ପର୍ଯ୍ୟାୟର 20ତମ ମ୍ୟାଚରେ ରାୱାଣ୍ଡା ବିପକ୍ଷରେ ଖେଳିଥିଲା ଉଗାଣ୍ଡା । ରାୱାଣ୍ଡା ପ୍ରଥମେ ବ୍ୟାଟିଂ କରି 18.5 ଓଭରରେ ସମସ୍ତ ୱିକେଟ ହରାଇ 65 ରନ କରିଥିଲା । ଉଗାଣ୍ଡା ପକ୍ଷରୁ ଆଲଫେସରାମଜାନି, ଦୀନେଶନାକ୍ରୀନି, ହେନରୀ ସେନୋଣ୍ଡୋ ଓ ବ୍ରାଏନ ମାସାବା 2ଟି ୱିକେଟ ଅକ୍ତିଆର କରିଖିଲେ । ଜବାବରେ ଅତି ଛୋଟିଆ ରନର ପିଛା କରୁଥିବା ଉଗାଣ୍ଡା 8.1 ଓଭରରେ 1 ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । ସାଇମନ ସେସେଜି 26 ଓ ରୋଜର ମୁକାସା 13ରନ କରି ଅପରାଜିତ ରହିଥିଲେ । ଆଲଫେସ ରାମଜାନି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ବି ପଢନ୍ତୁ...ଟିଟ୍ବେଣ୍ଟି ବିଶ୍ବକପ 2024: ତାଞ୍ଜାନିଆକୁ ହରାଇ ଟିକେଟ ହାତେଇଲା, ଟୁର୍ଣ୍ଣାମେଣ୍ଟ ଖେଳିବ ନାମ୍ବିଆ

1998ରୁ ଉଗାଣ୍ଡା ଆଇସିସିର ଆସୋସିଏଟ ସଦସ୍ୟର ସ୍ବୀକୃତି ହାସଲ କରିଥିଲା । ମାତ୍ର ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସଦସ୍ୟତା ମିଳିନାହିଁ । ସେହିପରି ବିଶ୍ବକପ 2023 ଖେଳିଥିବା ଜିମ୍ୱାୱେ ଟି-ଟ୍ବେଣ୍ଟି ଟିକେଟ ହାତେଇ ପାରିନାହିଁ । ଦଳ 5ଟି ମ୍ୟାଚରୁ 3ଟି ଜିତିଥିବା ବେଳେ 2ଟିରେ ପରାସ୍ତ ହୋଇଛି । 6 ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଏହା ସହିତ ବିଶ୍ବକପ ଭାବେ ସମସ୍ତ 20 ଦଳ ପ୍ରସ୍ତୁତ ହୋଇସାରିଛି ।

ଏହା ବି ପଢନ୍ତୁ...T20 World Cup 2024: ଇତିହାସ ରଚିଲା କାନାଡା, ବରମୁଡାକୁ ହରାଇ ହାତେଇଲା ଟି20 ବିଶ୍ବକପ ଟିକେଟ୍‌

ଏହା ବି ପଢନ୍ତୁ...ICC T20 World Cup 2024: ଜୁନ୍‌ ୪ରୁ ଟି୨୦ ବିଶ୍ୱକପ ! ୪ ଗ୍ରୁପ୍‌ରେ ୨୦ ଦଳ

ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଆୟୋଜନ କରିବାକୁ ଥିବା ଏହି ହାଇପ୍ରୋଫାଇଲ ଟି-ଟ୍ବେଣ୍ଟି ବିଶ୍ବକପ 2024 ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଜୁନ ୪ରୁ ଜୁନ ୩୦ ମଧ୍ୟରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ନାମ୍ବିବିୟା ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, କାନାଡା, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ଆମେରିକା, ଆୟରଲାଣ୍ଡ, ସ୍କଟଲାଣ୍ଡ ଓ ପପୁଆ ନ୍ୟୁଗିନି ଯୋଗ୍ୟତା ହାସଲ କରିସାରିଛନ୍ତି ।

୨୦୨୨ ଟି୨୦ ବିଶ୍ବକପର ଶ୍ରେଷ୍ଠ ୮ ଦଳ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆଫଗାନିସ୍ତାନ ଓ ବାଂଲାଦେଶ ଆଇସିସି ଟି୨୦ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି । ସେହିଭଳି ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ଯୋଗ୍ୟତା ହାସଲ କରିଛନ୍ତି । ଆଜି (ଶୁକ୍ରବାର) ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.