ETV Bharat / sports

ଟିଟ୍ବେଣ୍ଟି ବିଶ୍ବକପ 2024: ତାଞ୍ଜାନିଆକୁ ହରାଇ ଟିକେଟ ହାତେଇଲା, ଟୁର୍ଣ୍ଣାମେଣ୍ଟ ଖେଳିବ ନାମ୍ବିଆ

author img

By ETV Bharat Odisha Team

Published : Nov 29, 2023, 1:53 PM IST

ଆଇସିସି ଟିଟ୍ବେଣ୍ଟି ବିଶ୍ବକପ 2024 ପାଇଁ ଯୋଗ୍ୟତା ହାସଲ କରିଛି ନାମ୍ବିଆ ଦଳ । ତାନାଞ୍ଜିନିଆକୁ ହରାଇ ଟିକେଟ ହାତେଇଛି ଦଳ । ଅଧିକ ପଢନ୍ତୁ

ଟିଟ୍ବେଣ୍ଟି ବିଶ୍ବକପ 2024
Namibia seal spot for T20 World Cup

ୱିଣ୍ଡହୋକ: ନାମ୍ବିଆଙ୍କୁ ଟିଟ୍ବେଣ୍ଟି ବିଶ୍ବକପ 2024 ଯୋଗ୍ୟତା ମିଳିଛି । ପ୍ରଥମ ଆଫ୍ରିକା ଆଞ୍ଚଳିତ ଦଳ ଭାବେ ଆସନ୍ତାବର୍ଷ ହେବାକୁ ଥିବା ଟିଟ୍ବେଣ୍ଟି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ନାମ୍ବିଆ । ଯୋଗ୍ୟତା ପର୍ଯ୍ୟାୟରେ ତାଞ୍ଜାନିଆ ବିପକ୍ଷରେ 58ରନ ବିଜୟ ହାସଲ କରି ଟିଟ୍ବେଣ୍ଟି ବିଶ୍ବକପ ଟିକେଟ ହାତେଇଛି ଦଳ । ଲଗାତାର ତୃତୀୟ ଥର ପାଇଁ ଟି-20 ବିଶ୍ବକପ ଟିକେଟ୍‌ ପକ୍କା କରିଛି । ଏଯାଏ ଦଳ ମୋଟ 5ଟି ମ୍ୟାଚ ଖେଳି ଅପରାଜେୟ ରହିଛି ।

ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ତାର ପ୍ରଥମ ମ୍ୟାଚରେ ଜିମ୍ବାୱେ, ଦ୍ବିତୀୟ ମ୍ୟାଚରେ ଉଗାଣ୍ଡା, ତୃତୀୟ ମୁକାବିଲାରେ ରାୱାଣ୍ଡା, ପରେ କେନିଆ ଓ ପଞ୍ଚମ ମ୍ୟାଚରେ ତାଞ୍ଜାନିଆକୁ ଭେଟିଥିଲା । ତାଞ୍ଜାନିଆକୁ 58ରନରେ ହରାଇ ଦଳ ଟେବୁଲ ଟପ୍‌ରେ ରହିଛି । ଦଳର ଜେଜେ ସ୍ମିଟ୍‌ ପ୍ଲେୟାର ଅଫ ଦି୍‌ ମ୍ୟାଚ ବିବେଚିତ ହୋଇଥିଲେ । ନାମ୍ବିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 157 ରନ୍‌ କରିଥିଲା । ଦଳ ପକ୍ଷରୁ ଜେଜେ ସ୍ମିଟ ସର୍ବାଧିକ 40 ରନ୍‌ କରିଥିଲେ । ତାଞ୍ଜାନିଆର ୟାଲିଣ୍ଡ ଏନକେନ୍ୟା ଓ ଅଖିଳ ଅନୀଲ 2ଟି ଲେଖାଏଁ ୱିକେଟ ନେଇଥିଲେ । 158ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ନାମ୍ବିଆ ମାତ୍ର 99 ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅମନ ରାଜୀବନ ସର୍ବାଧିକ 41 ରନ କରିଥିଲେ । ନାମ୍ବିଆ ପକ୍ଷରୁ ଗେରାର୍ଡ ଏରାସମସ 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ICC T20 World Cup 2024: ଜୁନ୍‌ ୪ରୁ ଟି୨୦ ବିଶ୍ୱକପ ! ୪ ଗ୍ରୁପ୍‌ରେ ୨୦ ଦଳ

ଏହା ବି ପଢନ୍ତୁ...T20 World Cup 2024: ଇତିହାସ ରଚିଲା କାନାଡା, ବରମୁଡାକୁ ହରାଇ ହାତେଇଲା ଟି20 ବିଶ୍ବକପ ଟିକେଟ୍‌

ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଆୟୋଜନ କରିବାକୁ ଥିବା ଏହି ହାଇପ୍ରୋଫାଇଲ ଟିଟ୍ବେଣ୍ଟି ବିଶ୍ବକପ 2024 ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଜୁନ ୪ରୁ ଜୁନ ୩୦ ମଧ୍ୟରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ନାମ୍ବିବିୟାକୁ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, କାନାଡା, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ଆମେରିକା, ଆୟରଲାଣ୍ଡ, ସ୍କଟଲାଣ୍ଡ ଓ ପପୁଆ ନ୍ୟୁଗିନି ଯୋଗ୍ୟତା ହାସଲ କରି ସାରିଛନ୍ତି । ୨୦୨୨ ଟି୨୦ ବିଶ୍ବକପର ଶ୍ରେଷ୍ଠ ୮ ଦଳ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆଫଗାନିସ୍ତାନ ଓ ବାଂଲାଦେଶ ଆଇସିସି ଟି୨୦ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି । ସେହିଭଳି ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ଯୋଗ୍ୟତା ହାସଲ କରିଛନ୍ତି । ଡିସେମ୍ବର ୧ରେ ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.