ETV Bharat / sports

T20 World Cup 2024: ଇତିହାସ ରଚିଲା କାନାଡା, ବରମୁଡାକୁ ହରାଇ ହାତେଇଲା ଟି20 ବିଶ୍ବକପ ଟିକେଟ୍‌

author img

By ETV Bharat Odisha Team

Published : Oct 9, 2023, 4:10 PM IST

ବରମୁଡାକୁ 39 ରନରେ ହରାଇ ଟି20 ବିଶ୍ବକପ 2024 ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି କାନାଡା । ଅଧିକ ପଢନ୍ତୁ

T20 World Cup 2024
canada qualifires for t20 world cup

ଓଟାୱା: ଇତିହାସ ରଚିଲା କାନାଡା କ୍ରିକେଟ ଟିମ । ଆଇସିସି ପୁରୁଷ ଟି20 ବିଶ୍ବକପ 2024 ଟିକେଟ ହାତେଇଲା କାନାଡା । ବରମୁଡାକୁ 39 ରନରେ ହରାଇ ଟି20 ବିଶ୍ବକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି କାନାଡା । ଆମେରିକା ଓ ୱେଷ୍ଟଇଣ୍ଡିଜ ଆୟୋଜକ ଦେଶ କାରଣରୁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଥିଲେ । ଇତିହାସରେ ପ୍ରଥମ ଥର ପାଇଁ 2024ରେ ହେବାକୁ ଥିବା ଟି20 ବିଶ୍ବକପରେ ଖେଳିବାକୁ କାନାଡା ଯୋଗ୍ୟତା ହାସଲ କରିଛି । ଧମାକାଦାର ଏଣ୍ଟ୍ରି କରିଛି ଏହି ଦଳ ।

ଆସନ୍ତାବର୍ଷ ଅର୍ଥାତ 2024ରେ ଆଇସିସି ପୁରୁଷ ଟି20 ବିଶ୍ବକପ ଅନୁଷ୍ଠିତ ହେବ । ଏଥିରେ କାନାଡା କ୍ରିକେଟ ଦଳ ମହାନ ମହାନ କ୍ରିକେଟ ଦଳ ବିପକ୍ଷରେ ମୁକାବିଲା କରିବ । ହାମିଲଟନରେ ଖେଳାଯାଇଥିବା ଏକ ମ୍ୟାଚରେ ବରମୁଡାକୁ 39 ରନରେ ହରାଇ ଟି20 ବିଶ୍ବକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି କାନାଡା ।

କାନାଡା ବନାମ ବରମୁଡା ମ୍ୟାଚ ଫଳାଫଳ: ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କାନାଡା । ଦଳର ନବନୀତ ଧାଲିବାଲ 38 ବଲରେ 45 ରନ କରିଥିଲେ । 4 ୱିକେଟ ହରାଇ ଦଳ 132 ରନ କରିଥିଲା । ବରମୁଡାରେ ନିଖିଲ ଦତ୍ତା କାନାଡାର କମାଉ ଲିବରାକ (23) ଓ ଡଲର ରାଲିସ୍ (1) ମହତ୍ତ୍ବପୂର୍ଣ୍ଣ ୱିକେଟ ନେଇଥିଲେ । କାନାଡା ଦେଇଥିବା ବିଜୟ ଲକ୍ଷ୍ୟ ପିଛା କରି ବରମୁଡା ଟିମ ଭଳ ଆରମ୍ଭ କରିଥିଲା । ଦଳୀୟ ସ୍କୋର 52ରେ କୌଣସି ୱିକେଟ ପତନ ହୋଇନଥିଲା । ମାତ୍ର ଏହାପରେ ଦଳ ଉପରେ ସଙ୍କଟ ପଡିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । 93 ରନ କରି ଦଳ ଅଲଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...World Cup 2023: ଦିନିକିଆ ଫର୍ମାଟରେ ଚେସ ମାଷ୍ଟର ବିରାଟ କୋହଲି

ଏହା ବି ପଢନ୍ତୁ...Cricket World Cup: କୋହଲି-ରାହୁଲଙ୍କୁ ପ୍ରଶଂସା, ବ୍ୟାଟିଂକ୍ରମରେ ପରିବର୍ତ୍ତନ ଆବଶ୍ୟକ କହିଲେ ରୋହିତ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବ ଟୁର୍ଣ୍ଣାମେଣ୍ଟ: ଟି20 ବିଶ୍ବକପର ନବମ ସଂସ୍କରଣ ଆସନ୍ତା ବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ । କାନାଡା ପୂର୍ବରୁ 50 ଓଭର ଫର୍ମାଟରେ ବିଶ୍ବକପରେ ଭାଗ ନେଇଥିଲେ । 2011 ପରେ ଦଳ କୌଣସି ବଡ ଟୁର୍ଣ୍ଣାମେଣ୍ଟ ପାଇଁ କ୍ବାଲିଫାଏ କରିନାହିଁ । ଅନେକ ଦିନ ପରେ ଦଳ ଟି20 ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିବା ଖୁସିର ଖବର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.