ETV Bharat / sports

World Cup 2023: ଦିନିକିଆ ଫର୍ମାଟରେ ଚେସ ମାଷ୍ଟର ବିରାଟ କୋହଲି

author img

By ETV Bharat Odisha Team

Published : Oct 9, 2023, 2:13 PM IST

Virat kohli
Cricket World Cup 2023

50 ଓଭର ଫର୍ମାଟରେ ଚେସ ମାଷ୍ଟର ସାଜିଛନ୍ତି କିଙ୍ଗ୍‌ କୋହଲି । କ୍ରିକେଟ ବିଶ୍ବକପ 2023ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି 116 ବଲରେ 85 ରନର ଦମଦାର ପାଳି ଖେଳିଥିଲେ ବିରାଟ । ଅଧିକ ପଢ଼ନ୍ତୁ

ଚେନ୍ନାଇ: ଫୁଲ୍‌ ଫର୍ମରେ ଅଛନ୍ତି କିଙ୍ଗ୍‌ ବିରାଟ କୋହଲି । କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଚେନ୍ନାଇରେ କଙ୍ଗାରୁ ଦଳକୁ 6 ୱିକେଟରେ ମାତ ଦେଇ ବିଜୟ ଖାତା ଖୋଲିଛି ଭାରତ । ବିଜୟ ହିରୋ ସାଜିଥିଲେ ବିରାଟ କୋହଲି ଓ କେଏଲ ରୋହୁଲ । 116 ବଲରେ 85 ରନର ଦମଦାର ପାଳି ଖେଳିଥିଲେ ବିରାଟ । 2011 ବିଶ୍ବକପ ସଦସ୍ୟ ଥିବା ଏହି ଭାରତୀୟ ଖେଳାଳି 50 ଓଭର ଫର୍ମାଟରେ ଚେସ ମାଷ୍ଟର ହୋଇଛନ୍ତି ।

200ରନ ବିଜୟ ଲକ୍ଷ୍ୟ ପିଛା କରି ଭାରତ 2 ରନରେ 3ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ରୋହିତ ଶର୍ମା, ଈଶାନ କିଶନ ଓ ଶ୍ରେୟାସ ଆୟର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଏହାପରେ ସ୍ଥିତି ସମ୍ଭାଳି ଖେଳିଥିଲେ ବିରାଟ କୋହଲି ଓ ତାଙ୍କୁ ସାଥ ଦେଇଥିଲେ କେଏଲ ରାହୁଲ । ଉଭୟ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । 116 ବଲରେ 85 ରନର ପାଳି ଖେଳିଥିଲେ କୋହଲି । ବିରାଟ କୋହଲି ଓ ୱିକେଟ କିପର ବ୍ୟାଟର କେଏଲ ରାହୁଲଙ୍କ ଅର୍ଭୂତପୂର୍ବ ସହଭାଗିତା ଯୋଗୁଁ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଚେପକ ଷ୍ଟାଡିୟମରେ 5 ଥର ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆକୁ 6 ୱିକେଟର ମାତ ଦେଇଥିଲା ଭାରତ ।

ଏହା ବି ପଢନ୍ତୁ...World Cup 2023: ରାହୁଲଙ୍କୁ ଶତକ କରାଇ ଦେଲେନାହିଁ ହାର୍ଦ୍ଦିକ ! ଜାଣନ୍ତୁ କାରଣ

ବିରାଟ କୋହଲି ଖାଲି ଏହି ମ୍ୟାଚ ନୁହେଁ, ପୂର୍ବରୁ ଅନେକ ମ୍ୟାଚରେ ଦଳକୁ ସଂଙ୍କଟରୁ ଉଦ୍ଧାର କରିଛନ୍ତି । 2022 ଅକ୍ଟୋବରରେ ଟି-20 ବିଶ୍ବକପରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ମଧ୍ୟ ଭାରତକୁ ବିଜୟୀ କରାଇଥିଲେ ବିରାଟ କୋହଲି । ବିରାଟ କୋହଲି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରି ଆସିଛନ୍ତି । 148 ଇନିଂସ ଖେଳି 7, 525 ରନ୍‌ କରିଛନ୍ତି । ଯେଉଁଥିରେ 28ଟି ଶତକ ଓ 38ଟି ଅର୍ଦ୍ଧଶତକ ରହିଛି । 183 ତାଙ୍କର ସର୍ବାଧିକ ସ୍କୋର୍‌ । କୋହଲି ଦିନିକିଆରେ ସଫଳ କ୍ରିକେଟର ହୋଇଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭରୁ ରେକର୍ଡ ଭାଙ୍ଗିଲେ କୋହଲି

ପ୍ରକାଶ ଥାଉ କି, ବିଶ୍ବକପ 2023ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । 5 ଥର ବିଶ୍ବକପ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ଭାରତ । ଜବରଦସ୍ତ ବୋଲିଂ ବଳରେ କଙ୍ଗାରୁ ଦଳକୁ 199ରନରେ ଅଟକାଇ ଦେଇଥିଲା । 200ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅଦ୍ଭୂତପୂର୍ବ ଭାଗୀଦାରୀ ବଳରେ ଭାରତ ବିଜୟ ହାସଲ କରିିଛି । 6 ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚରେ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍‌ ନେଇଥିଲେ । ବିରାଟ କୋହଲି 85 ରନ ଓ କେଏଲ ରାହୁଲ ଅପରାଜିତ 97 ରନ କରିଥିଲେ । କେଏଲ ରାହୁଲ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.