ସୁସ୍ଥ ହେଉଛନ୍ତି ଋଷବ, ରିକଭରି ପାଇଁ ପାଣିରେ ପନ୍ତଙ୍କ ପୁଲ ୱାକ

author img

By

Published : Mar 16, 2023, 9:31 AM IST

Rishabh Pant Pool Walk

ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ କ୍ରିକେଟର ଋଷବ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ରିକଭରି ପାଇଁ ପନ୍ତ ପୁଲ ୱାକ କରୁଥିବା ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ତଥା ବ୍ୟାଟର ଋଷବ ପନ୍ତ ଗତ ବର୍ଷ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । 25 ବର୍ଷୀୟ ପନ୍ତ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବାଡି ସାହାଯ୍ୟରେ ବାଟ ଚାଲୁଛନ୍ତି । ଜଲଦି ସୁସ୍ଥ ହେବାକୁ ସେ ପୁଲ ୱାର୍କ କରୁଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସେ ତାଙ୍କ ଟ୍ବିଟରରେ ସେୟାର କରିଛନ୍ତି ।

ଋଷବ ପନ୍ତ ତାଙ୍କ ପୁଲ ୱାକର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ''ଛୋଟ ଜିନିଷ, ବଡ ଜିନିଷ ଓ ସବୁ ଉପଲବ୍ଧି ପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ ।'' ଭିଡିଓରେ ସୁଇମିଂ ପୁଲରେ ପାଣିରେ ପନ୍ତ ଚାଲୁଥିବାର ଦେଖିବାକୁ ମିଳିଛି । ଅବଶ୍ୟ ହାତରେ ଏକ ବାଡି ଧରି ଚାଲୁଥିବା ଦେଖାଯାଇଛି । ଜଲଦି ରିକଭରି ପାଇଁ ପନ୍ତ ଏହି ପୁଲ ୱାକ କରୁଛନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଭାରତୀୟ ଦଳରେ ଯୋଗ ଦେବେ । ପଡିଆକୁ ଫେରିବା ପାଇଁ ସେ ବ୍ୟାୟାମ କରୁଛନ୍ତି । ପନ୍ତଙ୍କର ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କୁ ଶୀଘ୍ର ସୁସ୍ଥତା କାମନା କରିଥିଲେ ।

ଏହା ବି ପଢନ୍ତୁ...ଭାରତ ବିପକ୍ଷରେ ହକି ଖେଳିଲେ ଭାରତର ପୁଅ ଆନନ୍ଦ ଗୁପ୍ତେ, ପରିବାର ଲୋକଙ୍କ ମଧ୍ୟରେ ଖୁସି

ପ୍ରକାଶଥାଉ କି, ଗତବର୍ଷ ଡିସେମ୍ବର 30 ତାରିଖରେ ଦିଲ୍ଲୀରୁ ଡେରାଡୁନ ଫେରୁଥିବା ବେଳେ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଋଷବ ପନ୍ତ । ଉତ୍ତରାଖଣ୍ଡର ରୁରକୀରେ ପନ୍ତଙ୍କ କାର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପନ୍ତଙ୍କ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପନ୍ତଙ୍କ ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତରିତ କରାଯାଇଥିଲା । ମୁମ୍ବାଇରେ କିଛି ଦିନ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ । ବର୍ତ୍ତମାନ ଘରେ ବିଶ୍ରାମ ନେଉଛନ୍ତି ଋଷବ । ଖୁବଶୀଘ୍ର ସୁସ୍ଥ ହୋଇ ଭାରତୀୟ ଦଳରେ ଯୋଗ ଦେବେ ।

ଏହା ବି ପଢନ୍ତୁ...FIH Pro League: ବିର୍ସା ମୁଣ୍ଡାରେ ଅପରାଜେୟ ଭାରତ, ସଡନ ଡେଥରେ ହାରିଲା ଅଷ୍ଟ୍ରେଲିଆ

ଭାରତର ଏହି ପ୍ରତିଭାବାନ କ୍ରିକେଟର ତାଙ୍କ କ୍ୟାରିଅରରେ 33ଟି ଟେଷ୍ଟ ଖେଳି 2,271 ରନ କରିଛନ୍ତି । ଦେଶ ପାଇଁ 30ଟି ଦିନିକିଆ, 66ଟି ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅଛନ୍ତି ଋଷବ ପନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.