ETV Bharat / sports

ବୁମରାଙ୍କୁ ବାପା ହେବାର ବଧେଇ ଦେଲେ ପାକିସ୍ତାନ କ୍ରିକେଟର, ଜୁନିଅର ବୁମରାଙ୍କ ପାଇଁ ଦେଲେ ଉପହାର

author img

By ETV Bharat Odisha Team

Published : Sep 11, 2023, 1:47 PM IST

pakistan cricketer shaheen afridi gift to jasprit
ବୁମରାଙ୍କୁ ବାପା ହେବାର ବଧେଇ ଦେଲେ ପାକିସ୍ତାନ କ୍ରିକେଟର

ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି । ଏନେଇ ତାଙ୍କୁ ପାକିସ୍ତାନ କ୍ରିକେଟର ବଧେଇ ଦେଇଛନ୍ତି । ଏହା ସହିତ କଣ କହିଲେ ପାକିସ୍ତାନ କ୍ରିକେଟର ସାହିନ ଶାହ ଆଫ୍ରିଦି ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

ବୁମରାଙ୍କୁ ବାପା ହେବାର ବଧେଇ ଦେଲେ ପାକିସ୍ତାନ କ୍ରିକେଟର

କଲମ୍ବୋ: ଏସିଆ କପ ସୁପର 4 ରାଉଣ୍ଡରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରିଜର୍ଭ ଡେ'ରେ ପୁନଃ ଆରମ୍ଭ ହେବ । ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜି ବାକି ଖେଳ ପୁଣି ଥରେ ଖେଳାଯିବ । ଗତକାଲି ମ୍ୟାଚ ପରେ କିଛି ଭିଡିଓ ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ପାକିସ୍ତାନ କ୍ରିକେଟର ସାହିନ ଶାହ ଆଫ୍ରିଦି ଉପହାର ଦେଉଥିବା ଦେଖିବାକୁ ମିଳିଛି । ବୁମରା ବାପା ହୋଇଥିବାରୁ ତାଙ୍କୁ ବଧେଇ ଜଣାଇଛନ୍ତି ପାକିସ୍ତାନ କ୍ରିକେଟର ।

ଏହା ବି ପଢନ୍ତୁ...ବାପା ହେଲେ ଯଶପ୍ରୀତ ବୁମରା, ଶିଶୁପୁତ୍ର ଜନ୍ମ ଦେଲେ ପତ୍ନୀ

ପାକିସ୍ତାନ ମିଡିୟମ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦି ବୁମରାଙ୍କୁ ବାପା ହେବା ନେଇ ଅଭିନନ୍ଦନ ଜଣାଇଥିଲେ । ଏହାପରେ ତାଙ୍କ ନବଜାତକ ଶିଶୁପୁତ୍ର ପାଇଁ ଏକ ଉପହାର ଦେଇଥିଲେ । ପାକିସ୍ତାନ କ୍ରିକେଟ ଟିମ୍‌ ପକ୍ଷରୁ ବୁମରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଲ୍ଲା ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ବୋଲି କହିଛନ୍ତି । ନବଜାତକ ଭାରତ ପାଇଁ ଆଉ ଜଣେ ବୁମରା ହେଉ ବୋଲି କାମନା କରିଥିଲେ ସାହିନ ଶାହ ଆଫ୍ରିଦି । ପ୍ରତି ଉତ୍ତରରେ ବୁମରା ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ବି ପଢନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜଣନ୍ତୁ କାରଣ

ପ୍ରକାଶ ଥାଉ କି, ଗତ ସେପ୍ଟମ୍ବର 4 ତାରିଖରେ ବାପା ହୋଇଥିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା । ବୁମରାଙ୍କ ପତ୍ନୀ ସଞ୍ଜନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜଣାଇଥିଲେ ବୁମରା । ପୁଅର ନାମ ଅଙ୍ଗଦ ରଖିଛନ୍ତି ବୁମରା । ଆହତ ଜନିତ ସମସ୍ୟାରୁ 11 ମାସ ଭାରତୀୟ ଟିମ୍‌ଠାରୁ ଦୂରରେ ରହିଥିଲେ ବୁମରା ।

324 ଦିନ ପରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଜବରଦସ୍ତ କମ୍‌ବ୍ୟାକ କରିଥିଲେ । ଅଧିନାୟକ ଦାୟିତ୍ବ ତୁଲାଇବା ସହ ପ୍ରଥମ ମ୍ୟାଚର ପ୍ରଥମ ଓଭରରେ 2ଟି ଓ୍ବିକେଟ ନେଇଥିଲେ । ବୁମରାଙ୍କ ନେତୃତ୍ବରେ ସିରିଜ ହାତେଇଥିଲା ଭାରତ । ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ପାଇଁ ସ୍ବଦେଶ ଫେରିଥିଲେ । ଏହାପରେ ବାପା ହୋଇଥିଲେ ବୁମରା । ଏସିଆ କପ ସୁପର 4 ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଦଳରେ ଯୋଗ ଦେବା ପରେ ତାଙ୍କୁ ବାପା ହେବାର ଶୁଭେଚ୍ଛା ଜଣାଇବା ସହ ନବଜାତକ ପାଇଁ ଉପହାର ଦେଇଛନ୍ତି ପାକିସ୍ତାନ କ୍ରିକେଟ ସାହିନ ଶାହ ଆଫ୍ରିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.