ETV Bharat / sports

4ର୍ଥ ଟି୨୦ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଉତ୍ସାହିତ, ଷ୍ଟାଡିୟମରେ ନାହିଁ ବିଜୁଳି

author img

By ETV Bharat Odisha Team

Published : Dec 1, 2023, 4:23 PM IST

ରାୟପୁର ଷ୍ଟାଡିୟମରେ ନାହିଁ ବିଜୁଳି
ରାୟପୁର ଷ୍ଟାଡିୟମରେ ନାହିଁ ବିଜୁଳି

ଛତିଶଗଡ଼ର ରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୪ର୍ଥ ଟି୨୦ ମ୍ୟାଚ୍‌ । ହେଲେ ଷ୍ଟାଡିୟମରେ ନାହିଁ ବିଜୁଳି । ଅଧିକ ପଢ଼ନ୍ତୁ

ରାୟପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ହାଇପ୍ରୋଫାଇଲ୍‌ ଟି୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ୍‌ରେ ଆଜି କଡ଼ା ଟକ୍କର ହେବ । ୨-୧ରେ ଆଗୁଆ ଥିବା ଭାରତ ଆଜି ସିରିଜ୍‌ ସିଲ୍‌ କରିବା ଲକ୍ଷ୍ୟରେ ରହିଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ଛାଡ଼ିବା ମୁଡ୍‌ରେ ନାହିଁ । ଆଜି ମ୍ୟାଚ୍‌ ଜିତି ଶେଷ ମ୍ୟାଚ୍‌ ପର୍ଯ୍ୟନ୍ତ ଶୃଙ୍ଖଳାରେ ଜୀବୀତ ରହିବାକୁ ଯଥା ସମ୍ଭବ ଚେଷ୍ଟା କରିବ ଦଳ । ଏଥିପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ନାହଁ ନଥିବା ଉତ୍ସାହ । ହେଲେ ଯେଉଁ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ଖେଳାଯିବ, ସେହି ଷ୍ଟାଡିୟମରେ ନାହିଁ ବିଜୁଳି । ଯାହାକୁ ନେଇ ସମ୍ପୂର୍ଣ୍ଣ ମ୍ୟାଚ୍‌ ଜେନେରେଟର ସାହାଯ୍ୟରେ ଖେଳାଯିବ ବୋଲି ଜଣାପଡ଼ିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି (ଶୁକ୍ରବାର) ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯିବ ୪ର୍ଥ ଟି୨୦ ମ୍ୟାଚ୍‌ । ହେଲେ ୨୦୦୯ ମସିହାରୁ ବକେୟା ଥିବା ବିଦ୍ୟୁତ୍‌ ବିଲ୍‌ କାରଣରୁ ଷ୍ଟାଡିୟମର କିଛି ଅଂଶରେ ବିଦ୍ୟୁତ୍‌ ସୁବିଧା ନାହିଁ । ଷ୍ଟାଡିୟମ ଉପରେ ୩.୧୬ କୋଟି ଟଙ୍କା ବକେୟା ବିଲ୍‌ ରହିଥିବାରୁ ୫ ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲା ବିଜୁଳି ବିଭାଗ । ହେଲେ ପରେ ଛତିଶଗଡ଼ କ୍ରିକେଟ୍‌ ଆସୋସିଏସନ୍‌ର ଅନୁରୋଧକ୍ରମେ ଏକ ଅସ୍ଥାୟୀ ସଂଯୋଗ ସ୍ଥାପନ କରାଯାଇଥିଲା । ଯାହା କେବଳ ଦର୍ଶକଙ୍କ ଗ୍ୟାଲେରୀ ଏବଂ ବକ୍ସକୁ ସଂଯୋଗ କରୁଛି । ଫଳରେ ମ୍ୟାଚ୍‌ ଖେଳିବା ପାଇଁ ବ୍ୟବହୃତ ଫ୍ଲୁଡ୍‌ ଲାଇଟ୍‌ ଗୁଡ଼ିକ ପାଇଁ ଜେନେରେଟର ବ୍ୟବହାର କରିବାକୁ ପଡ଼ିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାୟପୁର ଗ୍ରାମୀଣ ସର୍କଲ ମୁଖ୍ୟ ଅଶୋକ ଖଣ୍ଡେଲୱାଲ୍‌ କହିଛନ୍ତି, "ଷ୍ଟାଡିୟମର ଅସ୍ଥାୟୀ ସଂଯୋଗର କ୍ଷମତା ବୃଦ୍ଧି ପାଇଁ କ୍ରିକେଟ୍ ଆସୋସିଏସନ୍‌ ସଚିବ ଆବେଦନ କରିଛନ୍ତି । ବର୍ତ୍ତମାନ ଅସ୍ଥାୟୀ ସଂଯୋଗର କ୍ଷମତା ୨୦୦ KV ରହିଛି । ଏହି କ୍ଷମତାକୁ ୧୦୦୦ KVକୁ ବୃଦ୍ଧି କରିବାକୁ ହୋଇଥିବା ଆବେଦନ ଅନୁମୋଦନ ହୋଇଛି । କିନ୍ତୁ ଏନେଇ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ୨୦୧୮ ମସିହାରେ ଏଠାରେ ଏକ ମାରାଥନ ଚାଲିଥିବା ସମୟରେ ବିଦ୍ୟୁତ୍ ସମସ୍ୟା କଥା ସାମ୍ନାକୁ ଆସିଥିଲା । ଏହାପରେ ଷ୍ଟାଡିୟମର ବକେୟା ପଡ଼ିଥିବା ବିଲ୍‌ କଥା ସାମ୍ନାକୁ ଆସିଥିଲା । ୨୦୦୯ ମସିହାରୁ ୩.୧୬ କୋଟି ଟଙ୍କାର ବିଲ୍‌ ବକେୟା ପଡିବା କଥା ଜଣାପଡିଥିଲା । ସେବେଠାରୁ ଏହି ସମସ୍ୟାର ସମାଧାନ କରାଯାଇ ନାହିଁ । ହେଲେ ଏହାରି ମଧ୍ୟରେ ଏଠାରେ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାହୋଇଛି । ତେଣୁ ଆଜିର ମ୍ୟାଚ୍‌ରେ ମଧ୍ୟ କିଛି ସମସ୍ୟା ଉପୁଜିବନି ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.