ETV Bharat / sports

ସିରାଜଙ୍କ ଘାତକ ବୋଲିଂରେ ଘାଇଲା ଦକ୍ଷିଣ ଆଫ୍ରିକା, ପ୍ରଥମ ପାଳିରେ ନେଲେ 6 ୱିକେଟ୍‌

author img

By ETV Bharat Odisha Team

Published : Jan 3, 2024, 9:03 PM IST

ସିରାଜଙ୍କ ଘାତକ ବୋଲିଂରେ ଘାଇଲା ଦକ୍ଷିଣ ଆଫ୍ରିକା
ସିରାଜଙ୍କ ଘାତକ ବୋଲିଂରେ ଘାଇଲା ଦକ୍ଷିଣ ଆଫ୍ରିକା

IND vs SA 2nd Test: ଦ୍ବିତୀୟ ଟେଷ୍ଟ ଆରମ୍ଭରୁ ସିରାଜ ନେଇଗଲେ 6 ୱିକେଟ୍‌ । ପ୍ରଥମ ପାଳିରେ 55ରେ ସରିଲା ଦକ୍ଷିଣ ଆଫ୍ରିକା ପାଳି । ଅଧିକ ପଢ଼ନ୍ତୁ ...

କେପ୍‌ଟାଉନ୍‌: ବୁଧବାର ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ । ତେବେ ପ୍ରଥମ ପାଳିରେ ହିଁ ରେକର୍ଡ କରିଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଘାଇଲା କରିଦେଇଥିଲା ସିରାଜଙ୍କ ଘାତକ ଆକ୍ରମଣ । ଘରୋଇ ମାଟିରେ ମଧ୍ୟ ସିରାଜଙ୍କ ବୋଲିଂର ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ ଦକ୍ଷିଣ ଆଫ୍ରିକାର ବଡ଼ ବଡ଼ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କ୍ରମକୁ ଚୂରମାର କରିଦେଇଥିଲେ ସିରାଜ । ଏକାକୀ 6ଟି ୱିକେଟ୍‌ ଅକ୍ତିଆର କରିଥିଲେ ଭାରତର ଏହି ଷ୍ଟାର ବୋଲର । ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳ ବିପକ୍ଷରେ ଏହା ସିରାଜଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଦ୍ବିତୀୟ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକୀୟ ଅଦିନାୟକ ଆଡେନ୍‌ ମାରକ୍ରମ । ହେଲେ ପ୍ରୋଟିୟସ ଅଧିନାୟକଙ୍କର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ । ସେ ପ୍ରଥମେ ମାରକ୍ରମଙ୍କୁ ହିଁ ଶିକାର କରିଥିଲେ । 4ର୍ଥ ଓଭରରେ କେବଳ 2 ରନ ସ୍କୋରରେ ହିଁ ମାରକ୍ରମଙ୍କୁ ପାଭିଲିୟନ ଫେରାଇଥିଲେ ସିରାଜ । ଏହି ପାଳିର 6ଷ୍ଠ ଓଭରରେ ଭେଟରାନ ବ୍ୟାଟର ଡିନ୍‌ ଏଲଗରଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ ସିରାଜ । ଏହାପରେ କ୍ରମାଗତ ଭାବେ ଘାତକ ବୋଲିଂ କରି ଟୋନି ଜୋର୍ଜି, ଡେଭିଡ ବେଡିଂହାମ୍‌, ମାର୍କୋ ଜାନ୍‌ସେନ୍‌ ଓ ୱିକେଟ୍‌କିପର କାଇଲ୍‌ ବେରିନ୍‌ଙ୍କୁ ମଧ୍ୟ ପାଭିଲିନ ଫେରାଇ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ୱାର୍ଣ୍ଣରଙ୍କ ସହ ଘଟିଲା ବଡ ଅଘଟଣ ! କଲେ ଇମୋସନାଲ୍ ପୋଷ୍

ଆଜିର ପ୍ରଥମ ପାଳିରେ ମହମ୍ମଦ ସିରାଜ 9 ଓଭର ବୋଲିଂ କରିଥିବା ବେଳେ 3 ମେଡେନ୍‌ ଓଭର ବୋଲିଂ କରିଥିଲେ । ଅନ୍ୟ 6 ଓଭରରେ ସେ କେବଳ 1.70 ଇକୋନୋମି ହାରରେ 15 ରନ୍‌ ଖର୍ଚ୍ଚ କରି ସର୍ବାଧିକ 6ଟି ବହୁମୂଲ୍ୟ ୱିକେଟ୍‌ ହାସଲ କରିଥିଲେ । ମହମ୍ମଦ ସିରାଜଙ୍କ ଟେଷ୍ଟ କ୍ୟାରିୟରରେ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ସିରାଜଙ୍କ ଟେଷ୍ଟ କ୍ୟାରିୟର ଉପରେ ନଜର ପକାଇଲେ 60 ରନ ବ୍ୟୟରେ 5 ୱିକେଟ୍‌ ହାସଲ କରିବା ତାଙ୍କର ସର୍ବଶ୍ରେଷ୍ଠ ଥିଲା । ସିରାଜଙ୍କ ବ୍ୟତୀତ ଏହି ପାଳିରେ ଯଶପ୍ରୀତ ବୁମ୍‌ରା ଓ ମୁକେଶ କୁମାର 2ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ଫଳରେ ପ୍ରଥମ ପାଳିରେ 23.2 ଓଭରରେ କେବଳ 55 ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.