ETV Bharat / sports

ୱାର୍ଣ୍ଣରଙ୍କ ସହ ଘଟିଲା ବଡ ଅଘଟଣ ! କଲେ ଇମୋସନାଲ୍ ପୋଷ୍ଟ

author img

By ETV Bharat Odisha Team

Published : Jan 2, 2024, 10:19 PM IST

ଚୋରି ହେଇଗଲା ୱାର୍ଣ୍ଣରଙ୍କ ଡେବ୍ୟୁ ଗ୍ରୀନ କ୍ୟାପ୍‌
ଚୋରି ହେଇଗଲା ୱାର୍ଣ୍ଣରଙ୍କ ଡେବ୍ୟୁ ଗ୍ରୀନ କ୍ୟାପ୍‌

Warner's Debue Green Cap stolen: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ ଗ୍ରୀନ କ୍ୟାପ୍‌ ଚୋରି ହୋଇଯାଇଛି । ଭିଡିଓ ପୋଷ୍ଟ କରି ଫେରାଇଦେବାକୁ କଲେ ନିବେଦନ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ ସମୟର ଗ୍ରୀନ କ୍ୟାପ୍‌ ଚୋରି ହୋଇଯାଇଛି । ପାକିସ୍ତାନ ବିପକ୍ଷ 3ୟ ଟେଷ୍ଟ ପାଇଁ ମେଲବର୍ଣ୍ଣରୁ ସିଡ୍‌ନୀ ଉଡ଼ାଣ ବେଳେ ଏଭଳି ଚୋରିର ଶିକାର ହୋଇଛନ୍ତି ୱାର୍ଣ୍ଣର । କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବାକୁ ଯାଉଥିବା 37 ବର୍ଷୀୟ ୱାର୍ଣ୍ଣର ନିଜର ଗ୍ରାନ କ୍ୟାପ୍‌ ଯିଏ ବି ନେଇଛି, ଫେରାଇ ଦେବାକୁ ଅନୁରୋଧ କରିଛନ୍ତି । ଏକ ଭାବବିହ୍ବଳ ଭିଡିଓ ପୋଷ୍ଟ କରି ୱାର୍ଣ୍ଣର ଏଭଳି ଅନୁରୋଧ କରିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

  • David Warner's baggy green cap has been stolen.

    He's promised that if he gets his cap back, he won't take any actions and give the backpack also if needed. pic.twitter.com/IFeZjZY6r1

    — Mufaddal Vohra (@mufaddal_vohra) January 2, 2024 " class="align-text-top noRightClick twitterSection" data=" ">

କଣ ଏହି ଗ୍ରୀନ କ୍ୟାପ୍‌: ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟ୍‌ ପଦାର୍ପଣ ସମୟରେ ଯେଉଁ କ୍ୟାପ୍‌ ଦିଆଯାଏ, ତାହାକୁ ବ୍ୟାଗି-ଗ୍ରୀନ କୁହାଯାଏ । ଏହା ପାରମ୍ପାରିକ ଭାବେ ପ୍ରତି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଦିଆଯାଇଥାଏ । ଏହି ଗ୍ରୀନ୍‌ କ୍ୟାପ୍‌ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ । ଟେଷ୍ଟ କ୍ରିକେଟ୍‌ରୁ ଅବସର ପରେ ଏହା ଏକ ସ୍ମୃତି ଭାବେ ସେମାନେ ନିଜ ପାଖରେ ରଖିଥାଆନ୍ତି । ଏହି କ୍ୟାପ୍‌ ଚୋରି ହୋଇଯିବା ପରେ ୱାର୍ଣ୍ଣର ସୋସିଆଲ୍‌ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ।

ଭାବବିହ୍ବଳ ପୋଷ୍ଟ କଲେ ୱାର୍ଣ୍ଣର: ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ୱାର୍ଣ୍ଣର କହିଛନ୍ତି, "ମୋର ବ୍ୟାଗ୍‌ ପ୍ୟାକ୍‌ ଚୋରି ହୋଇଯାଇଛି । ସେଥିରେ ମୋର ଗ୍ରୀନ କ୍ୟାପ୍‌ ଥିଲା । ଯଦି ଆପଣଙ୍କର ସେଭଳି ବ୍ୟାଗ୍‌ ଦରକାର ବା ତାହାକୁ ନେବାକୁ ଚାହୁଁଛନ୍ତି, ତେବେ ମୋ ପାଖରେ ଏକ ଅତିରିକ୍ତ ବ୍ୟାଗ ରହିଛି । ମୁଁ ଆପଣଙ୍କୁ ଖୁସିରେ ଦେଇ ପାରିବି । ହେଲେ ଗ୍ରୀନ କ୍ୟାପ୍‌ ହଜିଯିବା ମୋ ପାଇଁ ବହୁତ କଷ୍ଟଦାୟକ । ଯଦି କାହା ପାଖରେ ସେହି ବ୍ୟାଗ୍‌ ପ୍ୟାକ୍‌ ଅଛି, ତେବେ ମୋ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ ବା କ୍ରିକେଟ୍‌ ଅଷ୍ଟ୍ରେଲିଆ ସହ ଯୋଗାଯୋଗ କରନ୍ତୁ । ମୁଁ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବିନି ।" ୱାର୍ଣ୍ଣରଙ୍କ ଏଭଳି ଭାବୁକ ପୋଷ୍ଟରୁ ସ୍ପଷ୍ଟ ହେଉଛି ଯେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ଏହି କ୍ୟାପ୍‌ କେତେ ମୂଲ୍ୟବାନ ।

ଏହା ମଧ୍ୟ ପଢ଼ନ୍ତୁ...ଦିନିକିଆ କ୍ରିକେଟରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ସନ୍ୟାସ ଘୋଷଣା

ଶେଷ ମ୍ୟାଚ୍‌ ଖେଳିବେ ୱାର୍ଣ୍ଣର: ପ୍ରକାଶ ଥାଉ, ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଡେଭିଡ ୱାର୍ଣ୍ଣର ଟେଷ୍ଟ ଓ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ସେ ଉଭୟ ଫର୍ମାଟରୁ ଅବସର ନେଇଯିବେ । ଟେଷ୍ଟ କ୍ରିକେଟରୁ ଅବସର ନେଇ ସେ ପାକିସ୍ତାନ ବିପକ୍ଷ ଟେଷ୍ଟ ପୂର୍ବରୁ ଘୋଷଣା କରିଥିଲେ । ଦିନିକିଆରୁ ଅବସର ନେଇ ସେ ଗତ ରବିବାର ଘୋଷଣା କରିଛନ୍ତି । ତେବେ 2025ରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିରେ ଭାଗ ନେଇପାରନ୍ତି ବୋଲି ସେ ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଟି20 ଫର୍ମାଟରୁ ଏପର୍ଯ୍ୟନ୍ତ ସେ ସନ୍ନ୍ୟାସ ଘୋଷଣା କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.