ETV Bharat / sports

ଦିନିକିଆ କ୍ରିକେଟରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ସନ୍ୟାସ ଘୋଷଣା

author img

By ETV Bharat Odisha Team

Published : Jan 1, 2024, 11:41 AM IST

Updated : Jan 1, 2024, 2:17 PM IST

ଡେଭିଡ ଓ୍ବାର୍ଣ୍ଣର
David Warner

David Warner Retirement: ଦିନିକିଆରୁ ଅବସର ଘୋଷଣା କଲେ ଡେଭିଡ ଓ୍ବାର୍ଣ୍ଣର। 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ରହିବେ ଓ୍ବାର୍ଣ୍ଣର । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣରଙ୍କ ଅବସର । ନୂଆବର୍ଷରେ ଅବସର ଘୋଷଣା କଲେ ଡେଭିଡ ଓ୍ବାର୍ଣ୍ଣର । ପୂର୍ବରୁ ସେ ଟେଷ୍ଟ କ୍ରିକେଟରରୁ ମଧ୍ୟ ଅବସର ଘୋଷଣା କରିଥିଲେ । ଉଭୟ ଦିନିକିଆ ଓ ଟେଷ୍ଟରେ ଆଉ ଓ୍ବାରର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ନାହିଁ । ଆଜି ସକାଳ ସମୟରେ ODIରୁ ସେ ଅବସର ନେଇଥିବା ସୁନିଶ୍ତିନ୍ତ କରିଛନ୍ତି । ବୁଧବାର ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ ସିରିଜ ହେବ । ଦିନିକିଆରୁ ଓ୍ବାର୍ଣ୍ଣରଙ୍କ ଅବସର ଘୋଷଣା ପରେ ପରେ ଏକ ଯୁଗର ଅବସାନ ଘଟିଛି ।

ଏହା ମଧ୍ୟ ପଢନ୍ତୁ-୨୦୨୩ରେ କେତେ ମ୍ୟାଚ୍‌ ଜିତିଛି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ କେଉଁ ଫର୍ମାଟ୍‌ରେ କେମିତି ଥିଲା ପ୍ରଦର୍ଶନ

ଦିନିକିଆରୁ ଅବସର ଘୋଷଣା କରିବା ପରେ ମଧ୍ୟ ସେ 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ରହିବେ ବେଲି କହିଛନ୍ତି ୱାର୍ଣ୍ଣର । ଦଳ ମୋ ଆବଶ୍ୟକତା ଅନୁଭବ କଲେ ମୁଁ ଖେଳିବି ବୋଲି କହିଛନ୍ତି ଓ୍ବାର୍ଣ୍ଣର । ଡେଭିଡ ଓ୍ବାର୍ଣ୍ଣର ଦିକିକିଆ କ୍ରିକେଟରେ ମୋଟ 161ଟି ମ୍ୟାଚ୍‌ ଖେଳି 6932 ରନ ସଂଗ୍ରହ କରିଛନ୍ତି । ଏଥିରେ 22ଟି ଶତକ ସାମିଲ ରହିଛି । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ 97.26 । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ବିଶ୍ବକପରେ ହାରାହାରି 56.55ରେ ସେ 1527 ରନ କରିଛନ୍ତି ।

ୱାର୍ଣ୍ଣର ଦିନିକିଆରୁ ଅବସର ଘୋଷଣା ସମୟରେ କହିଛନ୍ତି ଯେ, ମୋତେ ମୋ ପରିବାରକୁ ସମୟ ଦେବାର ଅଛି । ବିଶ୍ୱକପ୍ ସମୟରେ ମୁଁ ଦିନିକିଆରୁ ଅବସର ନେବା ପାଇଁ ସଂଙ୍କେତ ଦେଇଥିଲି । ଏହା ମୋର ଶେଷ ବିଶ୍ବକପ ଥିଲା । ଅବସର ଘୋଷଣା ନେଇ ସଙ୍କେତ ଦେବା ପରେ ଭାରତରେ ବିଶ୍ବକପ ହାତେଇବା ଏକ ବଡ଼ ଉପଲବ୍ଧି ମୋ ପାଇଁ । ମୁଁ ଜାଣେ ଆଗକୁ ଚାମ୍ପିଅନ୍ସ ଟ୍ରଫି ଆସୁଛି । ଯଦି ଆବଶ୍ୟକ ପଡେ ମୁଁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ରହିବି । ଦିନିକିଆ ଖେଳିବା ପୂର୍ବରୁ 2009 ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି ଟ୍ବେଣ୍ଟି ମ୍ୟାଚରେ ସେ ଡେବ୍ୟୁ କରିଥିଲେ । ଏହାର ଠିକ ସପ୍ତାହ ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ । ଜାନୁଆରୀ 3ରୁ ପାକିସ୍ତାନ ବିପକ୍ଷରେ ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡରେ 37 ବର୍ଷୀୟ ଓପନର୍ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳିବେ ।

Last Updated :Jan 1, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.