ETV Bharat / sports

31 ବର୍ଷରେ ପାଦ ଥାପିଛନ୍ତି କ୍ରିକେଟର କେଏଲ ରାହୁଲ

author img

By

Published : Apr 18, 2023, 9:25 AM IST

କେଏଲ ରାହୁଲ
kl rahul turns 31

31 ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ । ଜନ୍ମଦିନରେ ସାଥୀ ଖେଳାଳିଙ୍କ ନିକଟରୁ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କର ଆଜି ଜନ୍ମଦିନ । 31 ବର୍ଷରେ ପାଦ ଥାପିଛନ୍ତି କ୍ରିକେଟର କେଏଲ ରାହୁଲ । ସବୁ ପର୍ମାଟର ଫାଇନେଷ୍ଟ କ୍ରିକେଟର କେଏଲ ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିଛି । ସାଥୀ ଖେଳାଳିଙ୍କ ସହ ଶ୍ବଶୁର ଓ ପତ୍ନୀ ଆଥିଆ ରାହୁଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେବା ସହ ଆଗାମୀ ସଫଳତା କାମନା କରିଛନ୍ତି ।

ଏହା ବି ପଢନ୍ତୁ...ଓଡ଼ିଶା କ୍ରିକେଟ ପ୍ରଶିକ୍ଷକ ହେଲେ ଦିନେଶ-ରୁମେଲି

କେଏଲ ରାହୁଲଙ୍କ କ୍ରିକେଟ କ୍ୟାରିଅର: 1992 ଏପ୍ରିଲ 18 ତାରିଖରେ କଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । ଆଜି 31 ବର୍ଷରେ ପଦାର୍ପଣ କରିଛନ୍ତି ଯୁବ କ୍ରିକେଟର କୁନ୍ନର ଲୋକେଶ ରାହୁଲ । 173 ଅନ୍ତର୍ଜାତୀୟ ମ୍ୟାଚ ଖେଳି 6893 ରନ ସଂଗ୍ରହ କରିଛନ୍ତି । 114ଟି ଆଇପିଏଲ ମ୍ୟାଚ ଖେଳି ସେ 4044 ରନ କରିଛନ୍ତି । 2010ରେ କ୍ରିକେଟ ଜଗତରେ ପାଦ ଥାପିଥିଲେ କେଏଲ ରାହୁଲ । 2016ରେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ । 2014ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ରାହୁଲ । ସେହିବର୍ଷ ଟି-ଟ୍ବେଣ୍ଟିରେ ଡେବ୍ୟୁ କିରିଥିଲେ କେଏଲ ରାହୁଲ । 2020 ଆଇପିଏଲରେ ଆରସିବି ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଥିଲେ । ପ୍ରଥମେ ସେ ଆଇପିଏଲରେ ପଞ୍ଜାବ କିଙ୍ଗସ ଫ୍ରାଞ୍ଚାଇଜ ପାଇଁ ଖେଳୁଥିଲେ । ଏହା ପରେ ଗତ ବର୍ଷ ନୂଆ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଚଳିତ ବର୍ଷ ଫେବୃଆରୀରେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ କେଏଲ ରାହୁଲ ତାଙ୍କ ଶେଷ ଟେଷ୍ଟ ଖେଳିଛନ୍ତି ।

ଏହା ବି ପଢନ୍ତୁ...ତେଜୁଛି କୋହଲି-ଗାଙ୍ଗୁଲି ବିବାଦ, ଇନ୍‌ଷ୍ଟାଗ୍ରାମରେ ଦାଦାଙ୍କୁ ଅନ୍‌ଫଲୋ କଲେ ବିରାଟ

ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କୁ ଜୀବନସାଥୀ କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ 23 ତାରିଖରେ ରାହୁଲ ବିବାହ କରିଥିଲେ । ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ ଜାରି ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ମଙ୍ଗ ଧରିଥିବା କେଏଲ ରାହୁଲ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ଚଳିତ ଆଇପିଏଲ ସିଜନରେ କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ 5ଟି ମ୍ୟାଚରୁ 3ଟିରେ ବଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ।

ଜ୍ବାଇଁ କେଏଲ ରାହୁଲଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଶ୍ବଶୁର ସୁନୀଲ ସେଟ୍ଟୀ । ସୁନୀଲ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ରାହୁଲ ଓ ଝିଅ ଆଥିୟାଙ୍କ ବିବାହ ବେଳର କିଛି ଫଟୋ ସେୟାର କରିଛନ୍ତି । ଏହା ପରେ ୟୁଜର୍ସ କମେଣ୍ଟ କରିବା ସହ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କିଏ ହାପି ବର୍ଥ ଡେ ତ କିଏ ବେଷ୍ଟ ଶ୍ବଶୁର ଜ୍ବାଇଁ ଯୋଡି ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.