ETV Bharat / sports

T20 World Cup: କାର୍ତ୍ତିକ ଆହତ, ବାଂଲାଦେଶ ବିପକ୍ଷରେ ଖେଳିପାରନ୍ତି ପନ୍ତ

author img

By

Published : Nov 1, 2022, 7:17 AM IST

T20 World Cup : କାର୍ତ୍ତକ ଆହତ, ବାଂଲାଦେଶ ବିପକ୍ଷରେ ଖେଳିପାରନ୍ତି ପନ୍ତ !
T20 World Cup : କାର୍ତ୍ତକ ଆହତ, ବାଂଲାଦେଶ ବିପକ୍ଷରେ ଖେଳିପାରନ୍ତି ପନ୍ତ !

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି ଦିନେଶ କାର୍ତ୍ତିକ । ଏନେଇ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦିନେଶ କାର୍ତ୍ତିକ ଖେଳିବ ନେଇ ଅନିଶ୍ଚିତତା ଦେଖାଦେଇଛି । ଅଧିକ ପଢନ୍ତୁ

ଆଡିଲେଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଦିନେଶ କାର୍ତ୍ତିକ । ଶେଷ 5 ଓଭରରେ ବେଳକୁ ଦିନେଶ କାର୍ତ୍ତିକଙ୍କ ଅଣ୍ଟାରେ ଯନ୍ତ୍ରଣା ହୋଇଥିବା ନଜର ଆସିଥିଲା । ପରେ ସେ ମ୍ୟାଚ୍‌ ଅଧାରୁ ପାଭଲିୟନ ଫେରିଥିଲେ । ତାଙ୍କ ବଦଳରେ ଶେଷ ପାଞ୍ଚ ଓଭର ଋଷଭ ପନ୍ତ ଆସି ୱିକେଟ ରକ୍ଷଣ କରିଥିଲେ । ଏନେଇ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦିନେଶ କାର୍ତ୍ତିକ ଖେଳିବ ନେଇ ଅନିଶ୍ଚିତତା ଦେଖାଦେଇଛି । ଯଦି କାର୍ତ୍ତିକ ନ ଖେଳନ୍ତି ତାହାଲେ ତାଙ୍କ ବଦଳରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ ।

ଫିନିସର ଦିନେଶ କାର୍ତ୍ତିକ ଆଣ୍ଟାରେ ଆଘାତ ଲାଗିଛି । ତାଙ୍କ ଆଘାତର କାରଣ ଅତ୍ୟାଧିକ ଥଣ୍ଡା ମଧ୍ୟ ହୋଇପାରେ । ହେଲେ ତାଙ୍କ ଅଣ୍ଟାରେ କେତେ ମାତ୍ରାରେ ଆଘତ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ନାମ ଗୋପନ ରଖି ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି ଯେ, "କାର୍ତ୍ତିକ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ମେଡିକାଲ ଟିମ୍ ତାଙ୍କୁ ଫିଟ୍ କରିବା ପାଇଁ ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ପରେ ସେ ଖୁବ୍ ଶୀଘ୍ର ଫିଟ୍ ହୋଇପାରନ୍ତି ବୋଲି ଆଶା କରାଯାଉଛି । ତେଣୁ ପରବର୍ତ୍ତୀ ମ୍ୟାଚରେ ସେ ଖେଳିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।"

ଚଳିତ ଟି୨୦ ବିଶ୍ବକପରେ କାର୍ତ୍ତିକଙ୍କର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ । ସେ ପାକିସ୍ତାନ ବିପକ୍ଷରେ ୧ ରନ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ବଲରୁ ୬ ରନ୍ କରି ଆଉଟ ହୋଇଥିଲେ । ସେପଟେ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଦୁର୍ବଳ ରହିବା ପରେ କିଛି କ୍ରିକେଟ ଫ୍ୟାନ୍ସଙ୍କ ମତ ଯେ ରାହୁଲଙ୍କ ବଦଳରେ ପନ୍ତ ଓପନିଂ କରନ୍ତୁ । ତେବେ ଯଦି ବାଂଲାଦେଶ ବିପକ୍ଷ ମ୍ୟାଚରେ ଦିନେଶ କାର୍ତ୍ତିକ ନ ଖେଳନ୍ତି, ତାହେଲେ ପନ୍ତ ଚୂଡାନ୍ତ ଏକାଦଶରେ ୱିକେଟ କିପର ହିସାବରେ ସ୍ଥାନ ପାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.