ETV Bharat / sports

MIରେ ବଢ଼ୁଛି ଅସନ୍ତୋଷ ! ବୁମ୍‌ରା ଓ ସୂର୍ଯ୍ୟକୁମାରଙ୍କ ପୋଷ୍ଟ ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Dec 16, 2023, 10:09 PM IST

ବୁମ୍‌ରା ଓ ସୂର୍ଯ୍ୟକୁମାରଙ୍କ ପୋଷ୍ଟ ନେଇ ଚର୍ଚ୍ଚା
ବୁମ୍‌ରା ଓ ସୂର୍ଯ୍ୟକୁମାରଙ୍କ ପୋଷ୍ଟ ନେଇ ଚର୍ଚ୍ଚା

Bumrah and Surya Reaction: ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଠାରୁ ଅଧିନାୟକ ପଦ ଛଡ଼ାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବା ପରେ ଦଳ ଭିତରେ ମଧ୍ୟ ସବୁକିଛି ଠିକ୍‌ ଚାଲିନଥିବା କୁହାଯାଉଛି । ଦଳର ଅଭିଜ୍ଞ ଖେଳାଳି ଯଶପ୍ରୀତ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ ମିନି ଅକ୍ସନ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଗିଡ଼ିଯାଇଛି ମୁମ୍ବାଇ ଇଣ୍ଡିଆନ୍ସ ଅଙ୍କ । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦେବା ପରେ କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ, ଦଳ ଭିତରେ ମଧ୍ୟ ବହୁଛି ଅସନ୍ତୋଷର ଝଡ଼ । ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିବା ପରେ ଦଳର ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ନେଇ ସେମାନେ ଦଳ ଉପରେ ତୀବ୍ର ଅସନ୍ତୋଷ ଥିବା ରିପୋର୍ଟ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପ୍ଟେନ୍‌ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା MI

ରୋହିତଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ କଲା MI: ରୋହିତ ଶର୍ମା ଆଇପିଏଲ୍‌ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ବ ନେଇଥିଲେ । ସେ ବିଗତ ୧୦ ବର୍ଷରେ ଦଳକୁ ସଫଳତାର ଶିଖରରେ ପହଞ୍ଚାଇଥିଲେ । ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ୫ ଥର ଆଇପିଏଲ୍‌ ଟାଇଟଲ୍‌ ଜିତିଥିଲା । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇକୁ ଚମ୍ପିଆନ୍‌ କରାଇଥିଲେ ରୋହିତ ଶର୍ମା । ପୂର୍ବରୁ ମୁମ୍ବାଇର ସଦସ୍ୟ ରହି ଗୋଟିଏ ଥର ଟ୍ରଫି ଜିତିହାର ଗୌରବ ଅର୍ଜନ କରିଥିଲେ ରୋହିତ । ହେଲେ ଶୁକ୍ରବାର ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଶଂସକ । ଏପରିକି ସୋସିଆଲ୍‌ ମିଡିଆରେ #ShameOnMI, #BoycuttMI, #UnfollowMI ଭଳି ଟ୍ରେଣ୍ଡ ଚାଲିଛି । ଗୋଟିଏ ଦିନରେ ପ୍ରାୟ ୫ ଲକ୍ଷରୁ ଅଧିକ ଫଲୋୟର୍ସ ମଧ୍ୟ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ବୁମ୍‌ରା ଓ ସୂର୍ଯ୍ୟକୁମାରଙ୍କ ପୋଷ୍ଟ ନେଇ ଚର୍ଚ୍ଚା
ବୁମ୍‌ରା ଓ ସୂର୍ଯ୍ୟକୁମାରଙ୍କ ପୋଷ୍ଟ ନେଇ ଚର୍ଚ୍ଚା

ଭାଙ୍ଗିଲା ସୂର୍ଯ୍ୟଙ୍କ ହୃଦୟ: ଏଭଳି ସ୍ଥିତିରେ ମୁମ୍ବାଇ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଭିତରେ ସୂର୍ଯ୍ୟ ନିଜ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ଏକ ହୃଦୟ ଭାଙ୍ଗିଥିବା ଇମୋଜି ପୋଷ୍ଟ କରିଛନ୍ତି । ଏହି କାରଣରୁ ଅନୁମାନ କରାଯାଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ସବୁକିଛି ଠିକ୍‌ ଚାଲିନାହିଁ । ଯଦିଓ ସୂର୍ଯ୍ୟକୁମାର ଯାଦବ ଏହି ପୋଷ୍ଟରେ କାହାକୁ ଟ୍ୟାଗ୍ କରିନାହାନ୍ତି, ହେଲେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମଧ୍ୟ ଏଭଳି ଇମୋଜି ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ବାହାର କରାଯିବାକୁ ନେଇ ସେ ଅସନ୍ତୋଷ ଥିବା କେହି କେହି ଅନୁମାନ କରୁଥିବା ବେଳେ କିଛି ସୂର୍ଯ୍ୟଙ୍କ ଅଧିନାୟକ ହେବା ସ୍ବପ୍ନ ଭାଙ୍ଗି ଯାଇଥିବା କହିଛନ୍ତି ।

ବୁମ୍‌ରା ବି ଖପ୍ପା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟରୁ ପୁଣିଥରେ ଦଳକୁ ଫେରାଇ ଆଣିଛି ମୁମ୍ବାଇ । ସେହି ସମୟରେ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଥିଲା । ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, "ବେଳେବେଳେ ଚୁପ୍‌ ରହିବା ମଧ୍ୟ ଏକ ବଡ଼ ଉତ୍ତର ।" ଯାହାକୁ ନେଇ ସେ ମୁମ୍ବାଇ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ସେଭଳି କିଛି ଘଟିନଥିଲା । ଏବେ ରୋହିତଙ୍କୁ ଅଧିନାୟକ ପଦରୁ ବାହାର କରି ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରାଯିବାପରେ ବୁମ୍‌ରାଙ୍କର ଆଉ ଏକ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଛି । ସେ ନିଜ ଷ୍ଟୋରୀରେ ଲେଖିଛନ୍ତି, "ବେଳେବେଳେ ଲୋଭୀ ହେବା ଭଲ, ହେଲେ ବିଶ୍ବାସୀ ହେବା ଭଲ ନୁହେଁ ।" ଏବେ ଏହି ପୋଷ୍ଟର ସ୍କ୍ରିନ୍‌ସଟ୍‌ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବାବେଳେ କେତେକ ବୁମ୍‌ରା ମୁମ୍ବାଇ ଛାଡ଼ୁଥିବା ନେଇ ମଧ୍ୟ ଆଲୋଚନା କଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.