ETV Bharat / sports

କ୍ୟାପ୍ଟେନ୍‌ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା Mi

author img

By ETV Bharat Odisha Team

Published : Dec 16, 2023, 4:19 PM IST

Fans unfollowed Mumbai Indians: ଆଇପିଏଲ୍‌ ୨୦୨୪ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ଅସନ୍ତୋଷର ଶିକାର ହୋଇଛି ଫ୍ରାଞ୍ଚାଇଜ୍‌ । ରୋହିତଙ୍କୁ ନେତୃତ୍ବରୁ ବିଦା କରିବା ପରେ ପ୍ରାୟ ୫ ଲକ୍ଷ ପ୍ରଶଂସକ ହରାଇଲାଣି MI ।

କ୍ୟାପ୍ଟେନ୍‌ ହେବା ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା
କ୍ୟାପ୍ଟେନ୍‌ ହେବା ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା

ମୁମ୍ବାଇ: ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌କୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ମିନି ଅକ୍ସନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ଦଳ । ହେଲେ ଏହାରି ଭିତରେ ଆଇପିଏଲ୍‌ର ଏକ ସଫଳତମ ଦଳ ଭାବେ ପରିଚୟ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛି । ପ୍ରାଞ୍ଚାଇଜ୍‌ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ସେପଟେ ହାର୍ଦ୍ଦିକ ଗୁଜରାଟ ଛାଡ଼ି ମୁମ୍ବାଇକୁ ଫେରିବା ସମୟରେ ଅଧିନାୟକ ରହିବାକୁ ସର୍ତ୍ତ ରଖି ଆସିଥିବା ଖବର ପ୍ରକାଶ ପାଇଛି । ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ଅସନ୍ତୋଷର ଶିକାର ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିବାର କିଛି ସମୟ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରଶଂସକ ମୁମ୍ବାଇକୁ ଅନ୍‌ଫଲୋ କରିଛନ୍ତି । ସେପଟେ ଗତକାଲିଠାରୁ ଏକ୍ସରେ ଟ୍ରେଣ୍ଡ ହେଉଛି '#ShameOnMI' ।

ରୋହିତଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ କଲା MI: ରୋହିତ ଶର୍ମା ଆଇପିଏଲ୍‌ ୨୦୧୩ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ବ ନେଇଥିଲେ । ସେ ବିଗତ ୧୦ ବର୍ଷରେ ଦଳକୁ ସଫଳତାର ଶିଖରରେ ପହଞ୍ଚାଇଥିଲେ । ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ୫ ଥର ଆଇପିଏଲ୍‌ ଟାଇଟଲ୍‌ ଜିତିଥିଲା । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇକୁ ଚମ୍ପିଆନ୍‌ କରାଇଥିଲେ ରୋହିତ ଶର୍ମା । ପୂର୍ବରୁ ମୁମ୍ବାଇର ସଦସ୍ୟ ରହି ଗୋଟିଏ ଥର ଟ୍ରଫି ଜିତିହାର ଗୌରବ ଅର୍ଜନ କରିଥିଲେ ରୋହିତ । ହେଲେ ଶୁକ୍ରବାର ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଶଂସକ । ଏହା ପରଠାରୁ କ୍ରମାଗତ ଭାବେ ପ୍ରଶଂସକ ମୁମ୍ବାଇକୁ ଅନ୍‌ଫଲୋ କରିଚାଲିଛନ୍ତି ।

  • Hardik Pandya set the condition that he would return to Mumbai Indians only if he was given the captaincy. (Indian Express). pic.twitter.com/ouRNUJ0gqs

    — Mufaddal Vohra (@mufaddal_vohra) December 16, 2023 " class="align-text-top noRightClick twitterSection" data=" ">

କ୍ୟାପ୍ଟେନ୍‌ ହେବା ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା !: ଆଇପିଏଲ୍‌ ୨୦୧୫ ପାଇଁ ହୋଇଥିବା ନିଲାମୀ ପ୍ରକ୍ରିୟାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଧିରେ ଧିରୋ ରୋହିତଙ୍କ କାନ୍ଧରେ କାନ୍ଧ ମିଶାଇ ଦଳର ଜଣେ ପ୍ରମୁଖ ସଦସ୍ୟ ହୋଇପାରିଥିଲେ ଏହି ଷ୍ଟାର ଅଲରାଉଣ୍ଡର । ହେଲେ ହଠାତ ଆଇପିଏଲ୍‌ ୨୦୨୨ ପୂର୍ବରୁ ସମସ୍ତଙ୍କୁ ଚକିତ କରି ପାଣ୍ଡ୍ୟାଙ୍କୁ ନିଜ ଦଳରୁ ରିଲିଜ୍‌ କରିଥିଲା ମୁମ୍ବାଇ । ଏହାପରେ ଆଇପିଏଲ୍‌ରେ ନବାଗତ ଗୁଜରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରି ନେତୃତ୍ବ ଦେଇଥିଲା । ସେହି ଡେବ୍ୟୁ ସଂସ୍କରଣରେ ହିଁ ଗୁଜରାଟ୍‌କୁ ଚମ୍ପିଆନ୍‌ କରାଇଥିଲେ ହାର୍ଦ୍ଦିକ । ଏହାପରେ କ୍ରମାଗତ ଦ୍ବିତୀୟ ଅର୍ଥାତ ୨୦୨୩ ଆଇପିଏଲ୍‌ରେ ଦଳକୁ ରନର୍‌ ଅପ୍‌ କରିବାରେ ସକ୍ଷମ ହୋଇଥିଲେ । ହେଲେ ଆଇପିଏଲ୍‌ ୨୦୨୪ ପୂର୍ବରୁ ପୁଣି ବିଗିଡ଼ ଯାଇଛି ସବୁ ଅଙ୍କ । ଗୁଜରାଟ ଛାଡ଼ି ପୁଣିଥରେ ମୁମ୍ବାଇକୁ ଫେରିଛନ୍ତି ହାର୍ଦ୍ଦିକ । ହେଲେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ମୁମ୍ବାଇର କ୍ୟାପ୍ଟେନ୍‌ ହେବା ସର୍ତ୍ତ ନେଇ ମୁମ୍ବାଇକୁ ଫେରିଥିବା କୁହାଯାଉଛି । ଏନେଇ ଟିମ୍‌ ମ୍ୟାନେଜ୍‌ମେଣ୍ଟ ରୋହିତଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ବୋଲି ଖବର ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁମ୍ବାଇରେ ରୋହିତ ନେତୃତ୍ବ ଯୁଗର ଅନ୍ତ; ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କଲା MI

ପ୍ରଶଂସକ ଖପ୍ପା: ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ସର୍ତ୍ତ ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଫ୍ରାଞ୍ଚାଇଜ୍‌ ଏହାର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଓ ଏକ୍ସ ହ୍ୟାଣ୍ଡେଲ୍‌ରେ ଏନେଇ ସୂଚନା ଦେଇଥିଲା । ଏହି ସୂଚନାରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ଦିଆଯାଇଥିବା ସ୍ପଷ୍ଟ କରିଥିଲା ମୁମ୍ବାଇ । ଯାହାପରେ ସୋସିଆଲ୍‌ ମିଡିଆରେ ଆରମ୍ଭ ହୋଇଛି ପ୍ରଶଂସକଙ୍କ ତୁମ୍ବି ତୋଫାନ । ଦୁଇ ଦିନ ଧରି ଏକ୍ସରେ #ShameOnMI ଟ୍ରେଣ୍ଡ କରୁଛି । ଏପିରିକି କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏହାର ପ୍ରାୟ ୫ ଲକ୍ଷ ଫ୍ୟାନ୍ସ ମଧ୍ୟ ଅନ୍‌ଫଲୋ କରିଥିବା ଜଣା ପଡ଼ିଛି । ଏହାସହିତ 'ବୟକଟ୍‌ ମୁମ୍ବାଇ' ଏବଂ 'ଅନ୍‌ଫଲୋ MI' ନାଁରେ ମଧ୍ୟ ଟ୍ରେଣ୍ଡ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.