ETV Bharat / sports

ମୁମ୍ବାଇରେ ରୋହିତ ନେତୃତ୍ବ ଯୁଗର ଅନ୍ତ; ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କଲା MI

author img

By ETV Bharat Odisha Team

Published : Dec 15, 2023, 10:56 PM IST

Updated : Dec 15, 2023, 11:05 PM IST

Hardik Pandya new MI Captain: ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ସଫଳତମ ଦଳ ଭାବେ ପରିଚୟ ଦେଇଥିବା ରୋହିତ ଶର୍ମାଙ୍କ ନେତୃତ୍ବ ଯୁଗର ଶେଷ ହୋଇଛି । ଆଇପିଏଲ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢ଼ନ୍ତୁ...

ମୁମ୍ବାଇରେ ରୋହିତ ନେତୃତ୍ବ ଯୁଗର ଅନ୍ତ
ମୁମ୍ବାଇରେ ରୋହିତ ନେତୃତ୍ବ ଯୁଗର ଅନ୍ତ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍‌ । ମିନି ଅକ୍ସନକୁ ଆଉ ଦିନ କେଇଟା ବାକି ଥିବାବେଳେ ଏଥିପାଇଁ ତତ୍ପରତା ଦେଖାଇଛନ୍ତି ସମସ୍ତ ଟିମ୍‌ ମ୍ୟାନେଜ୍‌ମେଣ୍ଟ । ଏହାରି ଭିତରେ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ୧୦ ବର୍ଷ ଧରି ମୁମ୍ବାଇର ନେତୃତ୍ବ ନେଉଥିବା ଷ୍ଟାର୍‌ କ୍ରିକେଟର୍‌ ରୋହିତ ଶର୍ମା ଅଧିନାୟକ ପଦରୁ ବିଦାୟ ନେବେ ବୋଲି ଜଣାପଡ଼ିଛି । କାରଣ ୨ ବର୍ଷର ବ୍ୟବଧାନ ପରେ ମୁମ୍ବାଇକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଘୋଷଣା କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଫିସିଆଲ ୱେବ୍‌ସାଇଟ୍‌ ତଥା ଏକ୍ସ ହ୍ୟାଣ୍ଡେଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିବାର ଖବର ସେୟାର କରିଛି । ରୋହିତ ଶର୍ମା ଏକ ଦଶନ୍ଧୀ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଥିଲେ । ତାଙ୍କ ନେତୃତ୍ବରେ ମୁମ୍ବାଇ ୫ ଥର ଟାଇଟଲ ଜିତି ଦ୍ବିତୀୟ ସଫଳତମ ଦଳ ପାଲଟିଥିଲା । ଏମ୍‌ଏସ୍‌ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ୭ ଥର ଟାଇଟଲ ଜିତି ଟପ୍‌ରେ ରହିଥିବାବେଳେ ୬ ଥର ଟାଇଟଲ୍‌ ଜିତି ୨ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ ବର୍ତ୍ତମାନ ରୋହିତଙ୍କୁ ଅଧିନାୟକ ପଦରୁ ମୁକ୍ତ କରିଛି ଏମ୍‌ଆଇ ମ୍ୟାନେଜ୍‌ମେଣ୍ଟ । ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲ୍‌ ୨୦୨୪ ଖେଳିବ ମୁମ୍ବାଇ ।

  • Ro,
    In 2013 you took over as captain of MI. You asked us to 𝐁𝐞𝐥𝐢𝐞𝐯𝐞. In victories & defeats, you asked us to 𝘚𝘮𝘪𝘭𝘦. 10 years & 6 trophies later, here we are. Our 𝐟𝐨𝐫𝐞𝐯𝐞𝐫 𝐜𝐚𝐩𝐭𝐚𝐢𝐧, your legacy will be etched in Blue & Gold. Thank you, 𝐂𝐚𝐩𝐭𝐚𝐢𝐧 𝐑𝐎💙 pic.twitter.com/KDIPCkIVop

    — Mumbai Indians (@mipaltan) December 15, 2023 " class="align-text-top noRightClick twitterSection" data=" ">

ହାର୍ଦ୍ଦିକଙ୍କୁ ନୂଆ ଅଧିନାୟକ ଘୋଷଣା କରିବା ସହ ରୋହିତଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଛି ମୁମ୍ବାଇ । ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ରୋହିତ ଦଳ ପାଇଁ ଆଣିଥିବା ସଫଳତା ଗୁଡ଼ିକର ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛି, "ରୋହିତ, ୨୦୧୩ରେ ତୁମେ MIର ଅଧିନାୟକ ଭାବରେ ଦାୟିତ୍ବ ଗ୍ରହଣ କଲ । ତୁମେ ଆମକୁ ବିଶ୍ବାସ ରଖିବା ଶିଖାଇଲ । ବିଜୟ ହେଉ ବା ପରାଜୟ, ତୁମେ ଆମକୁ ହସିବା ଶିଖାଇଲ । ୧୦ ବର୍ଷ ଏବଂ ୬ ଟ୍ରଫି, ଆମେ ସଫଳତମ ଦଳ ହୋଇପାରିଛୁ । ଆମର ସର୍ବକାଳୀନ ଅଧିନାୟକ, ତୁମର ମହାନତା ଆମ ଜର୍ସିରେ ସର୍ବଦା ସ୍ଥାନିତ ହୋଇ ରହିବ । ଧନ୍ୟବାଦ, ଅଧିନାୟକ ରୋହିତ ।"

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା, ଏକ୍ସରେ କଲେ ଭାବପୂର୍ଣ୍ଣ ପୋଷ୍ଟ

ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୧୨୩ ଆଇପିଏଲ୍ ମ୍ୟାଚ୍ ଖେଳି ୨୩୦୯ ରନ୍ ସ୍କୋର କରିଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ସେହିଭଳି ବୋଲିଂରେ ସେ ୫୩ ୱିକେଟ୍ ମଧ୍ୟ ନେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ୧୭ ରନ୍‌ ଦେଇ ୩ ୱିକେଟ୍‌ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେପଟେ ରୋହିତ ଶର୍ମା ମୁମ୍ବାଇର ସବୁଠାରୁ ସଫଳତମ ଅଧିନାୟକ ହୋଇଛନ୍ତି । ତାଙ୍କ ନେତୃତ୍ବରେ ଦଳ ୫ ଥର ଚମ୍ପିୟନ ହୋଇଥିଲା । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇ ରୋହିତଙ୍କ ନେତୃତ୍ବରେ ଟାଇଟଲ୍‌ ଜିତିଥିଲା । ଆଇପିଏଲ୍‌ରେ ରୋହିତ ୨୪୩ଟି ମ୍ୟାଚ୍‌ରେ ୬୨୧୧ ରନ୍‌ କରିଛନ୍ତି । ସେ ଗୋଟିଏ ଶତକ ଏବଂ ୪୨ ଅର୍ଦ୍ଧଶତକ ହାସଲ କରି ନିଜକୁ ଜଣେ ଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 15, 2023, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.