ETV Bharat / sports

T20 World Cup: ନେଦରଲାଣ୍ଡକୁ ୭ ୱିକେଟରେ ହରାଇଲା ଆୟର୍ଲ୍ୟାଣ୍ଡ

author img

By

Published : Oct 18, 2021, 7:52 PM IST

Ireland beat Netherlands by 7 wickets in T20 World Cup
T20 World Cup: ନେଦରଲାଣ୍ଡ୍‌ସକୁ ୭ ୱିକେଟରେ ହରାଇଲା ଆୟରଲାଣ୍ଡ

ଆୟର୍ଲ୍ୟାଣ୍ଡ ପ୍ରଥମେ ନେଦରଲାଣ୍ଡକୁ ନିର୍ଦ୍ଧାରିତ ୨୦ ଓଭରରେ ୧୦୬ ରନ୍‌ରେ ରୋକିଥିଲା । ଅଧିକ ପଢନ୍ତୁ...

ଆବୁଧାବି: ବିଜୟରୁ ଅଭିଯାନ ଆରମ୍ଭ କରିଛି ଆୟର୍ଲ୍ୟାଣ୍ଡ । ସୋମବାର ନେଦରଲାଣ୍ଡ୍‌କୁ ICC ଟି-୨୦ ବିଶ୍ବକପର ପ୍ରଥମ ରାଉଣ୍ଡ ଗ୍ରୁପ ବି' ମ୍ୟାଚ୍‌ରେ ୭ ୱିକେଟରେ ହରାଇଛି ।

ଆୟର୍ଲ୍ୟାଣ୍ଡ ପ୍ରଥମେ ନେଦରଲାଣ୍ଡକୁ ନିର୍ଦ୍ଧାରିତ ୨୦ ଓଭରରେ ୧୦୬ ରନ୍‌ରେ ରୋକିଥିଲା । କର୍ଟିସ କ୍ୟାମ୍ପ୍‌ର(୪/୨୬) ଓ ମାର୍କ ଆଦାଏର(୩/୯) ୱିକେଟ ହାସଲ କରିଥିଲେ ।

ନେଦରଲାଣ୍ଡ କ୍ୟାପଟେନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ଓପନର ମାକ୍ସ ଓଡାଉଡ ୪୭ ବଲ୍‌ରୁ ୫୧ ରନ୍‌ର ଇଂନିସ ଖେଳିଥିଲେ । ତେବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ କ୍ୟାମ୍ପର ଆୟର୍ଲ୍ୟାଣ୍ଡ ପକ୍ଷରୁ ପ୍ରଥମ ହ୍ୟା-ଟ୍ରିକ୍‌ ହାସଲ କରିବା ସହ ଘାତକ ପ୍ରଦର୍ଶନ କରିଥିଲେ ।

ପରେ ୧୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ହାସଲ କରିନେଇଥିଲା ଆୟର୍ଲ୍ୟାଣ୍ଡ । ଗେରେଥ ଡେଲାନି ୨୯ ବଲ୍‌ରୁ ଦ୍ରୁତ ୪୪ ଓ ପଲ ଷ୍ଟ୍ରିଲିଂ ୩୯ ବଲ୍‌ରୁ ଅପରାଜିତ ୩୦ ରନ୍‌ର ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ ।

ସଂକ୍ଷିପ୍ତ ସ୍କୋର:

ନେଦରଲାଣ୍ଡ: ୧୦୬ୱ ଅଲଆଉଟ୍‌, ୨୦ ଓଭର(ମାକ୍ସ ଓଡାଉଡ ୫୧; କର୍ଟିସ କ୍ୟାମ୍ପ୍‌ର ୪/୨୬)

ଆୟରଲାଣ୍ଡ: ୧୦୭, ୧୫.୧ ଓଭର(ଗେରେଥ ଡେଲାନି ୪୪; ଫ୍ରେଡ କ୍ଳାସେନ ୧/୧୮)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.