ETV Bharat / sports

WPL 2023: ଆଜି ମୁହାଁମୁହିଁ ହେବେ ମାନ୍ଧନା-ହର୍ମନପ୍ରୀତ, ବିଜୟଧାରା ବଜାୟ ଲକ୍ଷ୍ୟରେ ମୁମ୍ବାଇ

author img

By

Published : Mar 6, 2023, 10:10 AM IST

royal challenger banglore vs mumbai indians
ଆଜି ମୁହାଁମୁହିଁ ହେବେ ମାନ୍ଧନା-ହର୍ମନପ୍ରୀତ

ମହିଳା ପ୍ରିମିୟର ଲିଗ ଚତୁର୍ଥ ମ୍ୟାଚରେ ମୁମ୍ବାଇ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ରାତି 7ଟା 30ରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ଆଜି ଚତୁର୍ଥ ମୁକାବିଲା ଅନୁଷ୍ଠିତ ହେବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଦୁଇ ଭାରତୀୟ ଖେଳାଳିଙ୍କ ନେତୃତ୍ବାଧୀନ ଟିମ ଅର୍ଥାତ ହର୍ମନପ୍ରୀତ କୌର ଓ ସ୍ମୃତି ମାନ୍ଧାନାଙ୍କ ମଧ୍ୟରେ ମୁକାବିଲା ହେବ । ମୁମ୍ବାଇ ତାର ପ୍ରଥମ ମୁକାବିଲା ପରେ ବିଜୟ ହାସଲ କରିଥିବା ସହ ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ଆରସିବି ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟା଼ଡୟମରେ ମ୍ୟାଚ ଖେଳାଯିବ ।

ମହିଳା ଆଇପିଏଲ ଉଦଘାଟନୀ ମ୍ୟାଚ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଖେଳାଯାଇଥିଲା । ଗୁଜରାଟ ବିପକ୍ଷରେ 143 ରନର ବିଶାଳ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିଲା ମୁମ୍ବାଇ । ଆଜି ଆରସିବି ବିପକ୍ଷରେ ବିଜୟ ହାସଲ କରି ଦ୍ବିତୀୟ ବିଜୟ ସହ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ ଦଳ । ଗୁଜରାଟ ବିପକ୍ଷରେ ହର୍ମନପ୍ରୀତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 65ରନର ଦମଦାର ପାଳି ଖେଳି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜି ମଧ୍ୟ ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ।

ଏହା ବି ପଢନ୍ତୁ...WPL 2023: ଗୁଜରାଟର ଦ୍ବିତୀୟ ପରାଜୟ, ୟୁପି ୱାରିୟର୍ଜକୁ ଜିତାଇଲେ ଗ୍ରେସ ହ୍ୟାରିସ

ସେହିପରି ସ୍ମୃତି ମାନ୍ଧାନାଙ୍କ ନେତୃତ୍ବଧୀନ ଆରସିବି ତାର ପ୍ରଥମ ମୁକାବିଲାରେ ପରାସ୍ତ ହୋଇସାରିଛି । ଦିଲ୍ଲୀ ବିପକ୍ଷରେ ସ୍ମୃତି ମାନ୍ଧନା ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ତାହା ବ୍ୟର୍ଥ ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ହାରିଛି ଆରସିବି । ଦିଲ୍ଲୀ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରି ଆଜି ବିଜୟଖାତା ଖୋଲିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ।

ଏହା ବି ପଢନ୍ତୁ...RCB Vs DC WPL 2023: ୫ ୱିକେଟ ହାତେଇଲେ ତାରା ନରିସ, ୬୦ ରନ୍‌ରେ ହାରିଲା RCB

ଆରିସିବି ସ୍କ୍ବାର୍ଡ: ସ୍ମୃତି ମାନ୍ଧନା, ରିଚା ଘୋଷ, ଏଲିସ ପ୍ୟାରୀ, ରେଣୁକା ସିଂହ, ସୋଫି ଡିବାଇନ, ହିଥର ନାଇଟ, ମେଗନା ଶୁଟ, କନିକା ଆହୁଜା,ଡେନ ବାନ ନିକେର୍କ, ଏରିନ ବନ୍ସ, ପ୍ରୀତି ବୋଷ, କୋମଲ ଜଜାଦ, ଆଶା ଶୋଭନା, ଦିଶା କସାଟ, ଇନ୍ଦ୍ରାଣୀ ରାୟ, ପୁନମ ଖେମନାର, ସହାନା ପୱାର, ଶ୍ରେୟକା ପାଟିଲ ।

ମୁମ୍ବାଇ ସ୍କ୍ବାର୍ଡ: ହର୍ମନପ୍ରୀତ କୌର, ନଟ ସାଇବର ବ୍ରଟ, ଅମୋଲିୟା କେର, ପୂଜା ବସ୍ତ୍ରାକାର, ୟାସ୍ତିକା ଭାଟିଆ, ହିଥର ଗ୍ରାହମ, ଇସାବେଲ ବେଗ, ଉମନଜୋତ କୌର, ଧାରା ଗୁଜ୍ଜର, ସାୟକା ଇଶାକ, ହେରେ ମୁଥ୍ୟୁଜ, କଲୋ ଟ୍ରାୟାନ, ହୁମାୟରା କାଜି, ପ୍ରିୟଙ୍କା ବାଲା, ସୋନମ ଯାଦବ, ନିଲମ ବିଷ୍ଠ, ଜିତିମନୀ କଲିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.