ETV Bharat / sports

WPL 2023: ଗୁଜରାଟର ଦ୍ବିତୀୟ ପରାଜୟ, ୟୁପି ୱାରିୟର୍ଜକୁ ଜିତାଇଲେ ଗ୍ରେସ ହ୍ୟାରିସ

author img

By

Published : Mar 6, 2023, 7:35 AM IST

ମହିଳା ଆଇପିଏଲ ତୃତୀୟ ମ୍ୟାଚରେ ଗୁଜରାଟ ବିପକ୍ଷରେ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଛି ୟୁପି ୱାରିୟର୍ଜ । ଅଧିକ ପଢନ୍ତୁ

ୟୁପି ୱାରିୟର୍ଜ ବନାମ ଗୁଜୁରାଟ ଜାଏଣ୍ଟ୍ସ
up warriorz vs Gujarat Giants

ମୁମ୍ବାଇ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା ଆଇପିଏଲ ଜାରି ରହିଛି । ଦ୍ବିତୀୟ ଦିନର ତୃତୀୟ ମ୍ୟାଚରେ ୟୁପି ୱାରିୟର୍ଜ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ୟୁପି ୱାରିୟର୍ଜ ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ୟୁପି ୱାରିୟର୍ଜର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଗ୍ରେସ ହ୍ୟାରିସ । ଗ୍ରେସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳ 3 ୱିକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି । ଗୁଜରାଟର ଲଗାତାର ଦ୍ବିତୀୟ ପରାଜୟ ହୋଇଛି । ମୋଟାମୋଟି କହିବାକୁ ଗଲେ ୟୁପି ୱାରିୟର୍ଜକୁ ଗ୍ରେସ ହ୍ୟାରିସ ଜିତାଇଛନ୍ତି । ଦମଦାର ଇନିଂସ ପାଇଁ ଗ୍ରେସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ । ଆହତ ସମସ୍ୟା ପାଇଁ ବେଥ ମୁନୀ ଖେଳୁ ନଥିଲେ । ଉପଅଧିନାୟିକା ସ୍ନେହ ରଣା ଗୁଜରାଟର ନେତୃତ୍ବ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 169 କରିଥିଲା ଗୁଜରାଟ । ଓପନର ସାବିନେନି ମେଘନା 24, ସୋଫିଆ ଡଙ୍ଗଲି 13, ହର୍ଲିନ ଦେଓଲ 46, ଆସଲି ଗାର୍ଡନର 25 ଓ ଦୟାଲନ ହେମଲତା ଅପରାଜିତ 21 ରନ କରିଥିଲେ । ହର୍ଲିନ ଦେଓଲ ସର୍ବାଧିକ ରନ ସଂଗ୍ରହ କରିଥିଲେ । ୟୁପିକୁ 170ର ବିଜୟଲକ୍ଷ୍ୟ ଦେଇଥିଲେ ଗୁଜରାଟ । ଦଳ ପକ୍ଷରୁ କିମ ଗାର୍ଥ 36 ରନ ଦେଇ 5 ୱିକେଟ ନେଇଥିଲେ । ଶନିବାର ପ୍ରଥମ ମୁକାବିଲାରେ ମୁମ୍ବାଇଠୁ 143ରନରେ ପରାସ୍ତ ହୋଇଥିଲା ଗୁଜରାଟ ।

ଏହା ବି ପଢନ୍ତୁ...RCB Vs DC WPL 2023: ୫ ୱିକେଟ ହାତେଇଲେ ତାରା ନରିସ, ୬୦ ରନ୍‌ରେ ହାରିଲା RCB

170ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥଲା ୟୁପି ୱାରିୟର୍ଜ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ୟୁପି । ମ୍ୟାଚ ଗୁଜରାଟ କବଜାରେ ରହିଥିଲା । ମାତ୍ର 20ରନରେ ଦଳ 3ଟି ୱିକେଟ ହରାଇଥିଲେ । ତୃତୀୟ ଓଭରରେ ଗୁଜରାଟର କିମ ଗାର୍ଥ ଓପନର ଆଲିସା ହିଲି (7), ଶ୍ବେତା ଶେରାୱତ (5) ଓ ତହଲିଆ ମ୍ୟାକଗ୍ରାଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ କିରଣ ପ୍ରଭୁ ନଭଗିର ଦିପ୍ତୀ ଶର୍ମାଙ୍କ ସହ ମିଶି ଦଳୀୟ ସ୍କୋରକୁ 86ରେ ପହଞ୍ଚାଇଥିଲେ । କିରଣ 53ରନ କରି ଆଉଟ ହୋଇଥିଲେ । ପରେ ଦଳର ଆଉ 2ଟି ୱିକେଟ ପତନ ହୋଇଥିଲା ।

ୟୁପିର ବିଜୟ ଆଶା ମଉଳି ଯାଇଥିଲା ମାତ୍ର ସଙ୍କଟମୋଚକ ସାଜିଥିଲେ ଗ୍ରେସ ହ୍ୟାରିସ । ଅବିଶ୍ବସନୀୟ ବ୍ୟାଟିଂ କରି ଗୁଜରାଟ ପାଖରୁ ମ୍ୟାଚ ଛଡାଇ ଆଣିଥିଲେ । କ୍ରିଜରେ ଛକା ଚୌକା ବର୍ଷା କରିଥିଲେ । ତାଙ୍କୁ ସାଥ ଦେଇଥିଲେ ସୋଫି ଏକ୍ଲୋଷ୍ଟୋନ । ଶେଷ ଓଭରରେ 19ରନ ଦରକାର ଥିଲା । ଗ୍ରେସ ଏକାକୀ ଲକ୍ଷ୍ୟ ହାସଲ କରି ନେଇଥିଲେ । ସେ 26 ବଲରେ 7 ଚୌକା ଓ 3 ଛକା ବଳରେ 59 ଓ ଏକ୍ଲେଷ୍ଟୋନ 22 ରନ କରିଥିଲେ । 3 ୱିକେଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ୟୁପି । ଦଳ ପକ୍ଷରୁ ସୋଫି ଇକ୍ଲେଷ୍ଟନ ଓ ଦୀପ୍ତି ଶର୍ମା 2ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.