ETV Bharat / sports

RCB Vs DC WPL 2023: ୫ ୱିକେଟ ହାତେଇଲେ ତାରା ନରିସ, ୬୦ ରନ୍‌ରେ ହାରିଲା RCB

author img

By

Published : Mar 5, 2023, 11:05 PM IST

ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬୦ ରନ୍‌ରେ ହାରିଲା RCB । ଅଧିକ ପଢନ୍ତୁ

RCB Vs DC WPL 2023
RCB Vs DC WPL 2023

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ମ୍ୟାଚ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟର ଖେଳାଯାଉଥିଲା । ମହାରାଷ୍ଟ୍ର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପରାସ୍ତ ହୋଇଛି ଆରସିବି । ଆରସିବି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ବିପକ୍ଷ ଟିମର ବୋଲର ତାରା ନରିସଙ୍କ ବୋଲିଂରେ ଘାଇଲା ହୋଇଥିଲା RCB । ଫଳରେ ଦିଲ୍ଲୀ ସହଜରେ ବିଜୟ ହାସଲ କରିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ ହରାଇ ୨୨୩ ରନ କରିଥିଲା । ସେଫାଳୀ ବର୍ମା ସର୍ବାଧିକ ୮୪ ରନ୍‌ ହାସଲ କରିଥିଲେ । ସେ ୪୫ ବଲ୍‌ ଖଳି ୧୦ଟି ଚୌକା ଓ ୪ଟି ଛକା ମାରି ସର୍ବାଧିକ ରନ ହାତେଇଥିଲେ । ତାଙ୍କ ପଛକୁ କ୍ୟାପଟେନ ମେଗ ଲାନିଙ୍ଗ ୪୩ ବଲ୍‌ ଖେଳି ୧୪ଟି ଚୌକା ମାରି ମୋଟ ୭୨ ରନ୍‌ ହାସଲ କରିଥିଲେ । ମାତ୍ର ହେଥର ନାଇଟଙ୍କ ବଲ୍‌ରେ ନିଜର ୱିକେଟ ହରାଇଥିଲେ । ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ବ୍ୟାଟର ମ୍ୟାରିଜେନ କପ ୩୯ ରନ୍‌ କରିଥିବା ବେଲେ ଜେମିମାହ ୨୨ ରନ କରିଥିଲେ ।

ଏହା ବି ପଢନ୍ତୁ- WPL 2023: ଆଜି ଡବଲ ମୁକାବିଲା, ମୁହାଁମୁହିଁ ହେବେ 4 ଦଳ

ଏହାପରେ ମୈଦାନକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ୨୨୪ ରନକୁ ପିଛା କରୁଥିବା ଆରସିବି ଶେଷ ଓଭର ସୁଦ୍ଧା ୮ ୱିକେଟ ହରାଇ ୧୬୩ ରନ୍‌ କରିଥିଲା । ଅଧିନାୟିକା ସ୍ମୃତି ମାନ୍ଧନା ୨୩ ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ମୋଟ ୩୫ ରନ କରିଥିଲେ । ଏହାପରେ ହିଥର ନାଇଟ ୨୧ ବଲ୍‌ ଖେଳି ୩୪ ରନ କରିଥିଲେ । ସେ ୨ଟି ଲେଖାଏଁ ଛକା ଓ ଚୌକା ମାରିଥିଲେ । ସେହିପରି ଏଲିସ ପେରି ୧୯ ବଲ୍‌ ଖେଳି ୩୧ ରନ କରିଥିଲେ । ସେ ୫ଟି ବାଉଣ୍ଡ୍ରୀ ସଟ୍‌ ଖେଳିଥିଲେ ।

ଆରସିବି ବ୍ୟାଟିଂରେ ବେଳେ ଆକ୍ରମଣାତ୍ମକ ବୋଲିଂ କରିଥିଲେ ତାରା ନରିସ । ସେ ମୋଟ ୪ ଓଭର ବୋଲିଂ କରି ୨୯ ରନ୍‌ ଦେବା ସହ ୫ଟି ୱିକେଟ ନେଇଥିଲେ । ସେ ଏଲିସ ପେରି, ଦିଶା କସାଟ, ରିଚା ଘୋଷ, ହେଥର ନାଇଟ, କନିକା ଆହୁଜାଙ୍କ ୱିକେଟ ନେଇଥିଲେ । ଫଳରେ ଆରସିବି ୬୦ ରନ୍‌ରେ ପରାଜୟ ବରଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.