ETV Bharat / sports

TATA IPL 2023:ରେକର୍ଡ ଭାଙ୍ଗିଲା ଜିଓ ସିନେମା, ଦେଖିଲେଣି ୧୪୭ କୋଟିରୁ ଅଧିକା ଦର୍ଶକ

author img

By

Published : Apr 4, 2023, 12:50 AM IST

ରେକର୍ଡ ଭାଙ୍ଗିଲା ଜିଓ ସିନେମା
ରେକର୍ଡ ଭାଙ୍ଗିଲା ଜିଓ ସିନେମା

ଆଇପିଏଲ ୨୦୨୩ ଆରମ୍ଭରୁ ଏହାର ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମାର ରେକର୍ଡ । ପ୍ରଥମ ତିନି ଦିନରେ ଦେଖିଲେଣି ୧୪୭ କୋଟିରୁ ଅଧିକା ଦର୍ଶକ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆଇପିଏଲ ୨୦୨୩ ଆରମ୍ଭ ହୋଇଯାଇଛି । ଏହାର ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଭାବେ ଜିଓ ସିନେମା ଚଳିତ ସଂସ୍କରଣର ପ୍ରସାରଣ କରୁଛି । ତେବେ ଆଇପିଏଲ ଆରମ୍ଭରୁ ହିଁ ଏହି ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମ ରେକର୍ଡ କରିଛି । ମାର୍ଚ୍ଚ ୩୧ ତାରିଖ (ଶୁକ୍ରବାର) ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରୁ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ମଧ୍ୟରେ ପ୍ରାୟ ୧୪୭ କୋଟିରୁ ଅଧିକା ଦର୍ଶକ ଏହି ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମରେ ମ୍ୟାଚ୍‌ ଦେଖିଛନ୍ତି । ତେବେ ବିଗତ ୩ ଦିନରେ ଯେତିକି ଦର୍ଶକ ଜିଓ ସିନେମାରେ ଆଇପିଏଲ ୨୦୨୩ର ମ୍ୟାଚ୍‌ ଦେଖିଛନ୍ତି, ତାହା ଗତ ୨୦୨୨ ମସିହାରେ ଖେଳା ଯାଇଥିବା T20 ବିଶ୍ବକପ ଠାରୁ ମଧ୍ୟ ଅଧିକ ବୋଲି ଏହାର କାର୍ଯ୍ଯାଳୟ ସୂତ୍ରରୁ ପ୍ରକାଶ ।

ପ୍ରତି ଦର୍ଶକ ପ୍ରତି ମ୍ୟାଚ୍‌ରେ ହାରାହାରି ୫୭ ମିନିଟ ଖେଳ ଦେଖିଛନ୍ତି । ଏହି ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମରେ କେବଳ ପ୍ରଥମ ତିନି ଦିନରେ ଦର୍ଶକ ବିତାଇଥିବା ସମୟ ଗତ ସଂସ୍କରଣ ତୁଳନାରେ ପ୍ରାୟ ୬୦ ପ୍ରତିଶତରୁ ଅଧିକା ବୃଦ୍ଧି ପାଇଛି । ଏହି OTT ପ୍ଲାଟଫର୍ମରେ ପ୍ରଥମ ତିନି ଦିନରେ ପ୍ରାୟ ୧୪୭ କୋଟିରୁ ଅଧିକା ଦର୍ଶକ ଆଇପିଏଲ ମ୍ୟାଚ୍‌ ଦେଖିଥିବାର ରେକର୍ଡ ହୋଇଛି । ଯାହା କେବଳ ଆଇପିଏଲ ନୁହେଁ, T20 ବିଶ୍ବକପ ତୁଳନାରେ ମଧ୍ୟ ବହୁ ଗୁଣରେ ଅଧିକା । ତେବେ ଜିଓ ସିନେମାର ଏହି ରେକର୍ଡ ଆଇପିଏଲ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ରୁ ହିଁ ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚ ଗତ ମାର୍ଚ୍ଚ ୩୧ (ଶୁକ୍ରବାର) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜୁରାଟ ଟାଇଟନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ଏହି ପ୍ରଥମ ମ୍ୟାଚ୍‌କୁ ୧.୬ କୋଟିରୁ ଅଧିକା ଦର୍ଶକ ଏହି OTT ପ୍ଲାଟଫର୍ମରେ ଦେଖିଥିଲେ । ଏହା ସହିତ ପ୍ରଥମ ଦିନରେ ହିଁ ୨.୫ କୋଟିରୁ ଅଧିକା ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିଥିଲେ । ଯାହାକି ଗୋଟିଏ ଦିନରେ ଅନ୍ୟ କୌଣସି ଆପ ଇନ୍‌ଷ୍ଟଲ ତୁଳନାରେ ବହୁତ ଅଧିକା ।

ଆଇପିଏଲ ଆରମ୍ଭ ହେବା ପରେ ଶେଷ ସପ୍ତାହରେ ଜିଓ ସିନେମା ସହିତ ୧୦ କୋଟି ନୂଆ ଦର୍ଶକ ଯୋଡ଼ି ହୋଇଥିବା ବେଳେ ଓ ୫ କୋଟି ଏହି ଆପକୁ ଡାଉନଲୋଡ କରିଛନ୍ତି । ପ୍ରଶଂସକମାନେ ଏହି ଆପ୍‌ରେ 4K ଫିଡ୍, ୧୨ଟି ବିଭିନ୍ନ ଭାଷାରେ କଭରେଜ୍, ୧୬ଟି ଅଦ୍ବିତୀୟ ଫିଡ୍, ହାଇପ୍ ମୋଡ୍ ଏବଂ ମଲ୍ଟି କ୍ୟାମେରା ସେଟଅପ୍ ପରି ଅନନ୍ୟ ଫିଚର ଗୁଡିକୁ ବ୍ୟବହାର କରିବାକୁ ଲାଗିଲେ । ତେବେ ନିଜ ସହିତ ଆହୁରି ଅଧିକା ଦର୍ଶକଙ୍କୁ ଯୋଡ଼ିବା ପାଇଁ ପ୍ରତି ସପ୍ତାହରେ ନୂଆ ନୂଆ ଫିଚର ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମର ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.