ETV Bharat / sports

IPL 2023: ଆଜି ଡବଲହେଡରରେ ରାଜସ୍ଥାନ-ବାଙ୍ଗାଲୋର ଓ ଚେନ୍ନାଇ-କୋଲକାତା ମୁକାବିଲା

author img

By

Published : May 14, 2023, 1:25 PM IST

ipl 2023
ରଜସ୍ଥାନ-ବାଙ୍ଗାଲୋର ଓ ଚେନ୍ନାଇ-କୋଲକାତା ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ସୁପର ସନଣ୍ଡେରେ ସୁପର ମୁକାବିଲା ଖେଳାଯିବ । ରାଜସ୍ଥାନ-ବାଙ୍ଗାଲୋର ଓ ଚେନ୍ନାଇ-କୋଲକାତା ମଧ୍ୟରେ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସନଣ୍ଡେରେ ବିଲକୁଲ ହେବେ ନାହିଁ ବୋର । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି କ୍ରିକେଟ ପ୍ରେମୀଙ୍କ ପାଇଁ ଡବଲହେଡର ମ୍ୟାଚ ରହିଛି । ଆଇପିଏଲ 16ତମ ସଂସ୍କରଣରେ ଆଜି 60 ଓ 61ତମ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବାବେଳେ ଦ୍ବିତୀୟଟି ଚେନ୍ନାଇ ଓ କୋଲକାତା ମଧ୍ୟରେ ଖେଳାଯିବ । ଚେନ୍ନାଇ ଓ ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଖେଳିବେ । ପ୍ରଥମରୁ ଭଲ ପ୍ରଦର୍ଶନ କରୁଥିବା ରାଜସ୍ଥାନ ଧିମେଇ ଯାଇଛି । ବାଙ୍ଗାଲୋରକୁ ହରାଇ ଜବରଦସ୍ତ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି ରୟାଲ୍ସ । ସେହିପରି ଚେପକରେ ଚେନ୍ନାଇ ତାର ଚମକ ବଜାୟ ରଖି କୋଲକାତାକୁ ମାତ ଦେଇ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି । ପ୍ଲେ ଅଫ ନକଟ ହେଉଥିବା ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି ।

RRVS RCB: ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ରାଜସ୍ଥାନ ଲୟ ହରାଇଛି । ବିପକ୍ଷ ଦଳ ଉପରେ ରାଜୁତି କରୁଥିବା ରାଜସ୍ଥାନ ତାର ଶେଷ ମ୍ୟାଚରେ କୋଲକାତାକୁ ହରାଇ କମବ୍ୟାକ କରିଥିଲା । ଆଜି ବାଙ୍ଗାଲୋରକୁ ହରାଇ ପୁଣି ଆଇପିଏଲରେ ରାଜୁତି କରିବା ସ୍ବପ୍ନ ନେଇ ଖେଳିବ । ରାଜସ୍ଥାନର 22 ବର୍ଷୀୟ ଯଶ୍ବସୀ ଜସ୍ବାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । କୋଲକାତା ବିପକ୍ଷ ମ୍ୟାଚରେ ସେ 47 ବଲରେ ଅପରାଜିତ 98 ରନ କରିଥିଲେ । ବୋଲିଂରେ ଚହଲ ମଧ୍ୟ କମାଲ କରିଥିଲେ । ପ୍ଲେ ଅଫ ପାଖଉ ଥିବାରୁ ଦଳ ପାଇଁ ବିଜୟ ଜରୁରୀ ହୋଇଛି ।

ଅନ୍ୟପଟେ ବାଙ୍ଗାଲୋର ପାଇଁ ମଧ୍ୟ ବିଜୟ ଜରୁରୀ ହୋଇଛି । ରୟାଲ୍ସ ବିପକ୍ଷରେ ଜିତିଲେ ବାଙ୍ଗାଲୋର ପଏଣ୍ଟ ତାଲିକାରେ ଉପରକୁ ଉଠିବ । ଦଳର ବିରାଟ କୋହଲି, ଫାଫ ଡୁପ୍ଲେସି ଫୁଲ ଫର୍ମରେ ଥିଲେ ସୁଦ୍ଧା ଦଳଗତ ପ୍ରଦର୍ଶନରେ ବିଫଳତା ପାଇଁ ପରାସ୍ତ ହେଉଛି ଦଳ । ଆଜି ବିଜୟ ପାଇଁ ସବୁ କୌଶଳ ଲଗାଇ ଦେବ ବାଙ୍ଗାଲୋର । ଗତ 23 ତାରିଖରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର 7ରନରେ ଜିତିଥିଲା ।

CSK VS KKR: ଚଳିତ ଆଇପିଏଲ ସିଜନରେ ଚେନ୍ନାଇର ପ୍ରଦର୍ଶନ ଭଲ ରହିଛି । ଦଳ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ଆଜି କୋଲକାତାକୁ ହରାଇ ଟେବୁଲ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି । କୋଲକାତା ପାଇଁ ମ୍ୟାଚଟି କର ବା ମର ସଦୃଶ ହୋଇଛି । ଦଳକୁ ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଶେଷ 2ଟି ମ୍ୟାଚ ଜିତିବାକୁ ପଡିବ । ଦଳ ଏଯାବତ 12ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛି ଆଜି ଚେନ୍ନାଇକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଗତ 23 ତାରିଖରେ ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ଚେନ୍ନାଇ 49ରନରେ ବିଜୟ ହାସଲ କରିଥିଲା ।

ଦୁଇ ଦଳ ମଧ୍ୟରେ ମୋଟ 28ଟି ମ୍ୟାଚ ଖେଳାଯାଇଛି । ଏଥିରେ ଚେନ୍ନାଇ 18ଟି ମ୍ୟାଚ ଜିତିଥିଲା ବେଳେ କୋଲକାତା 9ଟି ମ୍ୟାଚ ଜିତିଥିଲା । ଚେନ୍ନାଇ ପଲ୍ଲା ଭାରି ରହିଛି । ଗତ ସିଜନରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା ଯାହାକୁ କୋଲକାତା ଜିତି ନେଇଥିଲା । ସୁପରକିଙ୍ଗସ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ଦଳର ମଥିଶା ପତିରକ୍ଷାଙ୍କ ଉପରେ ନଜର ରହିବ । ସେହିପରି କୋଲକାତାର ବ୍ୟାଟିଂ ବିଭାଗରେ ରିଙ୍କୁ ସିଂହ ଓ ଆନ୍ଦ୍ରେ ରସଲେଙ୍କ ପୂର୍ବ ପ୍ରଦର୍ଶନ ଏବେ ବି ସତେଜ ଆଜି ଏ ଦୁହିଁଙ୍କ ଉପରେ ନଜର ରହିବ ।

ଏହା ବି ପଢନ୍ତୁ...SRH ଓ LSG ମ୍ୟାଚରେ ଫ୍ୟାନ୍ସଙ୍କ ହଙ୍ଗାମା: ନଟ-ବୋଲ୍ଟ ଫିଙ୍ଗିଲେ, କୋହଲି କୋହଲି ଚିଲ୍ଲାଇଲେ

ଏହା ବି ପଢନ୍ତୁ...WFI Protest: ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

RR ସମ୍ଭାବ୍ୟ ଏକାଦଶ: ସଞ୍ଜୁ ସାମସନ, ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ଜୋ ରୁଟ, ଦେବଦତ୍ତ ପାଡିକଲ, ସିମରନ ହେତମେୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଡ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ ।

RCB ସମ୍ଭାବ୍ୟ ଏକାଦଶ: ଫାଫ ଡୁପ୍ଲେସି (ଅଧିନାୟକ), ବିରାଟ କୋହଲି, ମହିପାଲ ଲୋମରାର, ଗ୍ଲେନ ମ୍ୟାକ୍ସୱେଲ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, କେଦାର ଯାଦବ, ଅନୁଜ ରାୱତ, ବିଶାଖ ବିଜୟ କୁମାର, ଜୋସ ହାଜେଲଉଡ ।

CSK ସମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବତୀ ରାୟୁଡୁ, ଶିବମ ଦୁବେ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ମଥିଶା ପତିରଣା, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା ।

KKR ସମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ, ଜାସନ ରଏ, ଭେଙ୍କଟେଶ ଆୟର, ସୁନିଲ ନାରାଏନ, ନିତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସାର୍ଦୁଳ ଠାକୁର, ବୈଭବ ଅରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.