ETV Bharat / sports

SRH ଓ LSG ମ୍ୟାଚରେ ଫ୍ୟାନ୍ସଙ୍କ ହଙ୍ଗାମା: ନଟ-ବୋଲ୍ଟ ଫିଙ୍ଗିଲେ, କୋହଲି କୋହଲି ଚିଲ୍ଲାଇଲେ

author img

By

Published : May 14, 2023, 7:13 AM IST

ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମ୍ୟାଚ ସମୟରେ ଫ୍ୟାନ୍ସଙ୍କ ହଙ୍ଗାମା । ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ବିରୋଧ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଡଗ୍‌ଆଉଟ୍‌କୁ ନଟ-ବୋଲ୍ଟ ଫିଙ୍ଗିଲେ ଦର୍ଶକ । ଗୌତମ ଗମ୍ଭୀର ଓ ନବୀନ ଉଲ୍‌ ହକ୍‌ଙ୍କୁ ଦେଖି ଗ୍ୟାଲେରୀରେ ଫ୍ୟାନ୍ସ ମାନେ କୋହଲି..କୋହଲି.. ଚିଲ୍ଲାଇବାକୁ ଲାଗିଥିଲେ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ ଓ ହାଇଦ୍ରାବାଦ ମ୍ୟାଚରେ ଫ୍ୟାନ୍ସଙ୍କ ହଙ୍ଗାମା
ଲକ୍ଷ୍ନୌ ଓ ହାଇଦ୍ରାବାଦ ମ୍ୟାଚରେ ଫ୍ୟାନ୍ସଙ୍କ ହଙ୍ଗାମା

ହାଇଦ୍ରାବାଦ: ଶନିବାର ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମ୍ୟାଚ ସମୟରେ ଫ୍ୟାନ୍ସଙ୍କ ହଙ୍ଗାମା । ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ବିରୋଧ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଡଗ୍‌ଆଉଟ୍‌କୁ ନଟ-ବୋଲ୍ଟ ଫିଙ୍ଗିଲେ ଦର୍ଶକ । ଏନେଇ ମ୍ୟାଚ୍‌କୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ଅମ୍ପାୟାର ନୋ ବଲ୍‌ ନଦେବା ନେଇ ଉପସ୍ଥିତ ଦର୍ଶକ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହାଇଦ୍ରାବାଦ୍‌ରେ ଲକ୍ଷ୍ନୌ ଓ ହାଇଦ୍ରାବାଦ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲେ ମଧ୍ୟ କୋହଲି- କୋହଲି ଚିଲ୍ଲାଇଥିଲେ ଦର୍ଶକ । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମେଣ୍ଟର ଗୌତମ ଗମ୍ଭୀର ଓ ନବୀନ ଉଲ୍‌ ହକ୍‌ଙ୍କୁ ଦେଖି ଗ୍ୟାଲେରୀରେ ଫ୍ୟାନ୍ସ ମାନେ କୋହଲି..କୋହଲି.. ଚିଲ୍ଲାଇବାକୁ ଲାଗିଥିଲେ ।

ପ୍ରକାଶ ଥାଉ କି, ନିକଟରେ ଲକ୍ଷ୍ନୌ ଓ ଆରସିବିର ଏକ ମ୍ୟାଚ୍‌ରେ ଲକ୍ଷ୍ନୌର ମେଣ୍ଟର ଗୌତମ ଗମ୍ଭୀର ଓ ଦଳ ପାଇଁ ଖେଳୁଥିବା ଆଫଗାନୀସ୍ଥାନ ଖେଳାଳୀ ନବୀନ ଉଲ୍‌ ହକ୍‌ଙ୍କ ସହ ଆରସିବିର ବିରାଟ କୋହଲିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଟିଂ କରିବା ପାଇଁ କ୍ରିଜରେ ଥିଲେ ଅମିତ ମିଶ୍ରା ଓ ନବୀନ ଉଲ୍‌ ହକ୍‌ । ମ୍ୟାଚ ଶେଷ ହେବା ପୂର୍ବରୁ କୌଣସି କଥାକୁ ନେଇ ନବୀନ ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଅମିତ ମିଶ୍ରା ସେମାନଙ୍କୁ ବୁଝାଇବା ପାଇଁ ମଝିରେ ଆସିଥିଲେ । ତେବେ ଏହାରି ଭିତରେ କୋହଲିଙ୍କ ସହିତ ଅମିତ ମିଶ୍ରାଙ୍କର ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଅମ୍ପାୟାର ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଏହି ଘଟଣା ସେଠାରେ ହିଁ ଶେଷ ହୋଇନଥିଲା ।

ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଉଭୟ ଦଳର ଖେଳାଳୀ ଓ ଷ୍ଟାଫ ପରସ୍ପର ସହ ହାତ ମିଳାଉଥିଲେ, ସେତେବେଳେ ନବୀନ ଉଲ୍‌ ହକ୍‌ ଓ କୋହଲିଙ୍କ ମଧ୍ୟରେ ପୁଣି କଥା କଟାକଟି ହୋଇଥିଲା । କୋହଲିଙ୍କ ହାତକୁ ନବୀନ ଜୋରରେ ଠେଲି ଦେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ବ୍ୟାଟର କାୟଲ ମାୟର୍ସ ବିରାଟ କୋହଲିଙ୍କ ପାଖକୁ ଆସି କିଛି କହୁଥିବା ବେଳେ ଗୌତମ ଗମ୍ଭୀର ଆସି ତାଙ୍କୁ ସେଠାରୁ ଭିଡ଼ି ନେଇ ଯାଇଥିଲେ । ଏହି ସମୟରେ ଅନ୍ୟ ଖେଳାଳିଙ୍କ ସହ ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ ସେଠାରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରିବାକୁ ଚେଷ୍ଟା କରିଥିଲେ । ହେଲେ ହଠାତ୍‌ ଗୌତମ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । କେଏଲ ରାହୁଲ, ଅମିତ ମିଶ୍ରା ଓ ଉପସ୍ଥିତ ଅନ୍ୟ ଖେଳାଳିମାନେ ସେମାନଙ୍କୁ ପରସ୍ପର ଠାରୁ ଦୂରେଇ ନେଇଥିଲେ । ତେବେ ହାଇଦ୍ରାବାଦ-ଲକ୍ଷ୍ନୌ ମ୍ୟାଚରେ ପୁଣିଥରେ ଗମ୍ଭୀର ଓ ନବୀନଙ୍କୁ ଦେଖି ଫ୍ୟାନ୍ସ ମାନେ କୋହଲି.. କୋହଲି ଚିଲ୍ଲାଉଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.