ETV Bharat / bharat

WFI Protest: ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

author img

By

Published : May 14, 2023, 7:41 AM IST

ଦିଲ୍ଲୀର ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏପଟେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୋଲିସ । ଭାରତୀୟ କୁସ୍ତି ସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଆଜିକୁ ୨୦ ଦିନ ହେବ ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧା । ସେପଟେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗତକାଲି(ରବିବାର) ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୋଲିସ୍ । ଭାରତୀୟ କୁସ୍ତି ସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ପ୍ରକାଶ ଥାଉ କି, ଗତ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ନାମରେ ଦୁଇଟି ମାମଲା ରୁଜୁ କରିଥିଲା । ପ୍ରଥମ ମାମଲାରେ‌ ସେ ଜଣେ ନାବାଳିକାଙ୍କୁ ଏବଂ ଦ୍ବିତୀୟଟିରେ ୩ ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଥିଲା । ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ବ୍ରିଜଭୂଷଣଙ୍କୁ ନୋଟିସ ଦିଆଯାଇଥିଲା । ଏହାପରେ ଶୁକ୍ରବାର ପ୍ରାୟ ୩ ଘଣ୍ଟାଧରି ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ ଜେରା କରି ତାଙ୍କ ବୟାନ ରେକର୍ଡ କରିଥିଲା । ବ୍ରିଜଭୂଷଣଙ୍କୁ ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ମଧ୍ୟ ଜେରା କରିଛି । ତେବେ ଉଭୟ ଥର ଜେରା ସମୟରେ ବ୍ରିଜଭୂଷଣ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଏପରିକି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ପ୍ରମାଣ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଆବଶ୍ୟକ ପଡ଼ିଲେ ବ୍ରିଜଭୂଷଣଙ୍କୁ ପୁଣି ଜେରା କରାଯିବ ଏବଂ ଏହି ପ୍ରସଙ୍ଗରେ ଆହୁରି ୩୦ ଜଣଙ୍କ ବୟାନ ରେକର୍ଡ କରାଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ... ମେଡିକାଲ ପ୍ରଡକ୍ଟ ବିରୋଧରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହେଲେ ତେନ୍ଦୁଲକର

ଏହାରି ମଧ୍ୟରେ ମେରି କମଙ୍କ ନେତୃତ୍ବରେ କ୍ରୀଡ଼ା ମନ୍ତ୍ରଣାଳୟ ଗଠନ କରିଥିବା ସ୍ବତନ୍ତ୍ର କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହୋଇଥିବା ଦିଲ୍ଲୀ ପୋଲିସ କହିଛି । ସେପଟେ ଅଧିକ ତନ୍ତ ପାଇଁ ଦିଲ୍ଲୀ ପୋଲିସ ମଧ୍ୟ ଏହ‌ାର ଏକ ସ୍ବତନ୍ତ୍ର ଦଳକୁ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, କର୍ଣ୍ଣା‌ଟକ ଓ ହରିୟାଣା ପଠାଇଛି । ବ୍ରିଜଭୂଷଣଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିବା ନାବାଳିକାଙ୍କ ବୟାନକୁ ମଧ୍ୟ ଗୁରୁବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା । ଖୁବଶୀଘ୍ର ଅନ୍ୟ ସମସ୍ତ ୬ ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କ ବୟାନ ମଧ୍ୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.