ETV Bharat / sports

IPL 2023: ରାହୁଲଙ୍କୁ 12 ଲକ୍ଷ ଟଙ୍କା ଜରିମାନା

author img

By

Published : Apr 21, 2023, 12:35 PM IST

IPL 2023
ରାହୁଲଙ୍କୁ 12 ଲକ୍ଷ ଟଙ୍କା ଜରିମାନା

ଚଳିତ ଆଇପିଏଲ ସଂସ୍କରଣରେ ଷଷ୍ଠ ଖେଳାଳି ଭାବେ ଫାଇନ ଗଣିବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଅଧିନାୟକ କେଏଲ ରାହୁଲ । ତାଙ୍କୁ 12 ଲକ୍ଷ ଟଙ୍କା ଜାରିମାନା ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତଣ୍ଡ ଗଣିବେ କେଏଲ ରାହୁଲ । ଚଳିତ ଆଇପିଏଲ ସିଜନରେ ଷଷ୍ଠ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଅଧିନାୟକ କେଏଲ ରାହୁଲଙ୍କୁ 12 ଲକ୍ଷ ଟଙ୍କା ଜରିମାନା ହୋଇଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧିମା ଓଭର ବୋଲିଂ ପାଇଁ ରାହୁଲ ଦଣ୍ଡିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଲକ୍ଷ୍ନୌ-ରାଜସ୍ଥାନ ମ୍ୟାଚ ଶେଷ ହୋଇଥିଲା । ଡୁପ୍ଲେସି, ସଞ୍ଜୁ, ହାର୍ଦ୍ଦିକଙ୍କ ପରେ ତୃତୀୟ ଅଧିନାୟକ ଭାବେ ତଣ୍ଡ ଗଣିବେ ଲକ୍ଷ୍ନୌ ସ୍କିପର କେଏଲ ରାହୁଲ ।

ଆଇପିଏଲର 26ତମ ମୁକାବିଲା ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ହୋଇଥିଲା । ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିଲା ମ୍ୟାଚ । ନିୟମଅନୁସାରେ ଆଇପିଏଲର ଗୋଟିଏ ମ୍ୟାଚ 3 ଘଣ୍ଟା 20 ମିନିଟରେ ଶେଷ ହେବା କଥା । ମାତ୍ର ଉକ୍ତ ମ୍ୟାଚଟି 4 ଘଣ୍ଟାରେ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା । ରାହୁଲଙ୍କ ନେତୃତ୍ବାଧୀନ ସୁପର ଜାଏଣ୍ଟସ ଦଳ ଧାର୍ଯ୍ୟ ସମୟ ଅନୁସାରେ 20 ଓଭର ବୋଲିଂ କରି ପାରିନଥିଲା । ଯେଉଁଥି ପାଇଁ ବିସିସିଆଇ ରାହୁଲଙ୍କୁ 12 ଲକ୍ଷ ଟଙ୍କା ଜରିମାନା କରିଛି । ଏହି ମ୍ୟାଚରେ ରାଜସ୍ଥାନକୁ ତାର ଘରୋଇ ମାଟିରେ 10 ରନରେ ପରାସ୍ତ କରିଥିଲା ଲକ୍ଷ୍ନୌ । ଏହା ସହ ଚଳିତ ସିଜନରେ ଲକ୍ଷ୍ନୌ 4ଟି ବିଜୟ ସହ 8 ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...IPL 2023: ବିଜୟ ଖାତା ଖୋଲିଲା ଦିଲ୍ଲୀ, କୋଲକାତାକୁ 4 ୱିକେଟରେ ହରାଇଲା

ଏହା ବି ପଢନ୍ତୁ...IPL 2023 PBKS vs RCB: ପଞ୍ଜାବ ବ୍ୟାଟରଙ୍କ ଆତ୍ମ ସମର୍ପଣ, ୨୪ ରନ୍‌ରେ ଜିତିଲା RCB

ପ୍ରକାଶଥାଉ କି, ଏହା ପୂର୍ବରୁ ଚଳିତ ସଂସ୍କରଣରେ 5 ଖେଳାଳି ଦଣ୍ଡିତ ହୋଇ ସାରିଛନ୍ତି । ଚେନ୍ନାଇ ବିପକ୍ଷରେ ଧିମା ବୋଲିଂ କରି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ 12 ଲକ୍ଷ ଟଙ୍କା ତଣ୍ଡ ଗଣିଥିଲେ । ସେହପରି ଶୃଙ୍ଖଳା ଭାଙ୍ଗି ଥିବାରୁ ରାଜସ୍ଥାନର ଆର ଅଶ୍ବିନୀଙ୍କ 10 ପ୍ରତିଶତ ମ୍ୟାଚ ପାଉଣା କାଟି ଦିଆଯାଇଥିଲା । ଆରସିବି ଅଧିନାୟକ ଫାଫା ଡୁପ୍ଲେସି ମଧ୍ୟ ଧିମା ଓଭର ବୋଲିଂ ପାଇଁ 12 ଲକ୍ଷ ଜରିମାନା ଗଣିଥିଲେ । ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଆଇପିଏଲ ଆଚରଣ ଉଲ୍ଲଘଂନ ପାଇଁ ଦଣ୍ଡିତ ହୋଇଥିଲେ । ତାଙ୍କ ମ୍ୟାଚ ଫିରୁ 10 ପ୍ରତିଶତ କାଟି ଦିଆଯାଇଥିଲା । ଡିଫେଣ୍ଡି ଚାମ୍ପିଅନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.