ETV Bharat / sports

IPL 2023 PBKS vs RCB: ପଞ୍ଜାବ ବ୍ୟାଟରଙ୍କ ଆତ୍ମ ସମର୍ପଣ, ୨୪ ରନ୍‌ରେ ଜିତିଲା RCB

author img

By

Published : Apr 20, 2023, 8:57 PM IST

Updated : Apr 20, 2023, 9:24 PM IST

ପଞ୍ଜାବ କିଙ୍ଗ୍‌ସକୁ ୨୪ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଏଣ୍ଟ ଟେବୁଲ୍‌ରେ ପଞ୍ଜାବ ସପ୍ତମ ସ୍ଥାନରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢ଼ନ୍ତୁ

୨୪ ରନ୍‌ରେ ଜିତିଲା RCB
୨୪ ରନ୍‌ରେ ଜିତିଲା RCB

ମୋହାଲି: IPLର ୧୬ତମ ସଂସ୍କରଣରେ ଆଜି ୨୭ତମ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନରେ ମାତ ଦେଇଛି । ମ୍ୟାଚ୍‌ରେ ଫାଫ୍‌ ଡୁପ୍ଲେସିଙ୍କ ସ୍ଥାନରେ ଆଜି RCBର ଅଧିନାୟକ ଭାର ସମ୍ଭାଳିଥିଲେ ବିରାଟ କୋହଲି । ସିରାଜଙ୍କ ବୋଲିଂ ଧାର ଯୋଗୁଁ ଆଜିର ମ୍ୟାଚ୍‌ରେ ବିଜୟୀ ହୋଇଛି ବାଙ୍ଗାଲୋର । ଏଥିପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ୍‌ ମଧ୍ୟ ବିବେଚିତ ହୋଇଛନ୍ତି ।

ଟସ୍‌ ଜିତି ପ୍ରଥମେ RCBକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଅଧିନାୟକ ସାମ କରନ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା RCB ଓପନର ଡୁପ୍ଲେସି ଓ କୋହଲିଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟଙ୍କ ମିଶି ଦଳୀୟ ଖାତାରେ ୧୩୭ ରନ୍‌ ଯୋଡ଼ିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ଗୋଟିଏ ସମୟରେ ଦଳୀୟ ସ୍କୋର୍‌ ୨୦୦ ପାର କରିବା ନେଇ ମନେ ହେଉଥିଲା । ତେବେ ତାହା ସମ୍ଭବ ହୋଇ ପାରିନଥିଲା କୋହିଲି ୫୯ ରନ୍‌ କରି ଆଉଟ ହେବା ପରେ ତୁରନ୍ତ ମାକ୍ସୱେଲ ମଧ୍ୟ ପାଭିଲିୟନ ଫେରିଥିଲେ । କାର୍ତ୍ତିକ ଓ ଲୋମରୋର୍‌ ୭ ରନ୍‌ ଲେଖାଏଁ କରିଥିବା ବେଳେ ଶାହାବାଜ ଅହମ୍ମଦଙ୍କ ୫ ବଳରେ ଦଳୀୟ ସ୍କୋର୍‌ ୧୭୪ ରନ୍‌ରେ ପହଞ୍ଚି ଥିଲା ।

ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର୍‌ ଦୁଇଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଓ ନାଥନ ଏଲିସ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ନାଥାନ ଏଲିସ ୧୦.୨୦ ହାରରେ ସର୍ବାଧିକ ୪୧ ରନ ଖର୍ଚ୍ଚ କରିଥିଲେ ।

୧୭୫ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପଞ୍ଜାବ କିଙ୍ଗ୍‌ସ । ଦଳୀୟ ସ୍କୋର୍‌ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପାଭିଲିୟନ ଫେରିଥିଲେ ଅର୍ଥଭ ତାଇଦେ । ପ୍ରଭାସିମରନ କିଛିଟା ବଡ଼ ସଟ୍‌ ଖେଳି ୪୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ନିୟମିତ ଅନ୍ତରାଳରେ ୱିକେଟ ହରାଇଥିଲା ପଞ୍ଜାବ । ପଞ୍ଚମ ଡାଉନରେ ଆସିଥିବା ଜିତେଶ ଶର୍ମା ଏହାପରେ ପ୍ରହାର ଆରମ୍ଭ କରିଥିଲେ । ଏକାକୀ ସଂଘର୍ଷ କରୁଥିବା ବେଳେ ତାଙ୍କ ସହ କେହି ପିଚ୍‌ରେ ଛିଡ଼ା ହୋଇ ପାରିନଥିଲେ । ହରପ୍ରୀତ ବ୍ରାର କିଛି ସମୟ ଚେଷ୍ଟା କରିଥିଲେ ସୁଦ୍ଧା ଲାଭପ୍ରଦ ହୋଇ ପାରିନଥିଲେ । ସିରାଜଙ୍କ ଶୃଙ୍ଖଳିତ ବୋଲିଂ ସମ୍ମୁଖରେ ପଞ୍ଜାବ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ୧୫୦ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ପଞ୍ଜାବ ।

ସେପଟେ ସିରାଜ ଆଜି ଚମତ୍କାର ବୋଲିଂ କରିଛନ୍ତି । ସେ ୪ ଓଭର ବୋଲିଂ କରି ୫.୨୦ ହାରରେ ମାତ୍ର ୨୧ ରନ୍‌ ଦେଇଥିଲେ । ସେ ୪ ୱିକେଟ ନେଇ ପଞ୍ଜାବକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାନିନ୍ଦୁ ହାସାରଙ୍ଗା ଦୁଇଟି ୱିକେଟ ନେଇଥିବା ବେଳେ ୱେନ୍‌ ପାର୍ନେଲ ଓ ହର୍ଷଲ ପଟେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଯାହା ଫଳରେ ଦଳ ୨୪ ରନ୍‌ରେ ବିଜୟ ହାସଲ କରିଛି ।

Last Updated :Apr 20, 2023, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.