ETV Bharat / sports

IPL 2023: ବିଜୟ ଖାତା ଖୋଲିଲା ଦିଲ୍ଲୀ, କୋଲକାତାକୁ 4 ୱିକେଟରେ ହରାଇଲା

author img

By

Published : Apr 21, 2023, 8:04 AM IST

ଇଣ୍ଡିଆନ ପ୍ରିମିୟର ଲିଗ 16 ତମ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଲଗାତାର 5ଟି ମ୍ୟାଚ ହାରିବା ଘରୋଇ ଗ୍ରାଉଣ୍ଡରେ କେକେଆରକୁ 4 ୱିକେଟରେ ହରାଇ ପ୍ରଥମ ବିଜୟ ସ୍ବାଦ ଚାଖିଛି କ୍ୟାପିଟାଲ୍ସ ଦଳ । ଅଧିକ ପଢନ୍ତୁ

Delhi won by 4 Wickets aganist Kolkata
ଦିଲ୍ଲୀ ବନାମ କୋଲକାତା

ନୂଆଦିଲ୍ଲୀ: ଖେଳାଳିଙ୍କ ମୁହିଁରେ ହସ ଫ୍ୟାନ୍ସ ବି ଖୁସି । ଲଗାତର ପଞ୍ଚମ ପରାଜୟ ଆଉ ଶେଷରେ ପ୍ରଥମ ସଫଳତା ପରେ ବିଜୟ ମନାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ଆଇପିଏଲର 28ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 4 ୱିକେଟରେ ବିଜୟ ହାସଲ କରି ନେଇଛି ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ବ୍ୟାକୁଳ ଥିବା ଦିଲ୍ଲୀ ତାର ଷଷ୍ଠ ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କରି ଶେଷରେ ଖାତା ଖୋଲିଛି । ଡେଭିଡ ୱାର୍ଣ୍ଣରଙ୍କ 57ରନ ଦଳ ବିଜୟରେ ସହାୟ ହୋଇଥିଲା । 4 ଓଭର ବୋଲିଂ କରି 19ରନ ଦେଇ 2ଟି ୱିକେଟ ହାସଲ କରିଥିବା ଇଶାନ୍ତ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ବର୍ଷା ପାଇଁ ମ୍ୟାଚ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର ପକ୍ଷରୁ ଜାସନ ଓ ଲିଟନ ଦାସ ପାଳି ଆରମ୍ଭ କରିଥିଲେ । 4ରନ କରି ଲିଟନ ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କୋଲକାତା । ଜାସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ମାତ୍ର ଅନ୍ୟ ବ୍ୟାଟର ସାଥ୍‌ ଦେଇନଥିଲେ । ୱିକେଟ ପରେ ୱିକେଟ ହରାଇ ଚାଲିଥିଲା କେକେଆର ।

ଭେଙ୍କଟେଶ ଆୟର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ନିତିଶ ରାଣା 4, ମନଦୀପ ସିଂହ 12, ରିଙ୍କୁ ସିଂହ 6 ଓ ସୁନିଲ ନାରାଏନ 4 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 96ରେ ଦଳର 9ଟି ୱିକେଟ ପତନ ହୋଇଥିଲା । ଆନ୍ଦ୍ରେ ରସଲେ ଅପରାଜିତ ରହି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସେ 31 ବଲରେ 38 ରନ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ କେକେଆର 127 ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ଆନରିଚ ନର୍ଜ ଓ କୁଳଦୀପ ଯାଦବ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ..IPL 2023: IPLରେ ୬୦୦ ଚୌକା ମାରିଲେ ବିରାଟ, ୪୮ତମ ଅର୍ଦ୍ଧଶତକ ବି ହାସଲ କଲେ

128ରନ ଛେଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନର ଡେଭିଡ ୱାର୍ଣ୍ଣର ଦମଦାର ବ୍ୟାଟିଂ କରିଥିଲେ । ୱାର୍ଣ୍ଣାର ବ୍ୟାଟିଂ କରିଥିଲେ ସୁଦ୍ଧା ପୃଥ୍ବୀ ଶ' 13, ମିଚେଲ ମାର୍ଶ 2 ଓ ଫିଲ ସଲ୍ଡ 3 ରନ କରି ଆଉଟ ହୋଇଥିଲେ । ୱାର୍ଣ୍ଣାର ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ 93ରେ ପହଞ୍ଚାଇଥିଲେ । ସେ 41 ବଲରେ 57 ରନ (11ଟି ଚୌକା) କରିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ମନୀଷ ପାଣ୍ଡେ 21 ଓ ଅମନ ଖାନ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ ।

ଅକ୍ଷର ପଟେଲ କ୍ରିଜରେ ରହି ଦଳକୁ ବିଜୟୀ କରାଇଥିଲେ । ଦିଲ୍ଲୀ 6 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅକ୍ଷର ପଟେଲ 19ରନ କରି ଅପରାଜିତ ରହିଥିଲେ । ନାଇଟ ରାଇଡର୍ସ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । କେକେଆର ପକ୍ଷରୁ ନିତିଶ ରାଣା, ଅନୁକୁଳ ରୟ ଓ ବରୁଣ ଚକ୍ରବର୍ତ୍ତୀ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.