ETV Bharat / sports

IPL 2022: ଆଜି ରୟାଲ୍ସ ଲଢେଇ, ଟସ୍‌ ଜିତିଲା RCB

author img

By

Published : Apr 26, 2022, 7:06 PM IST

Updated : Apr 27, 2022, 12:58 PM IST

ଆଇପିଏଲ ୨୦୨୨ର ୩୯ତମ ମ୍ୟାଚ୍‌ରେ RCB କ୍ୟାପଟେନ ଫାଫ୍‌ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

IPL 2022: Royal Challengers Bangalore elect to bowl aginst Rajasthan Royals
IPL 2022: ଆଜି ଲୟାଲ୍ସ ଲଢେଇ, ଟସ୍‌ ଜିତିଲା RCB

ପୁନେ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୯ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । RCB କ୍ୟାପଟେନ ଫାଫ୍‌ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ରାଜସ୍ଥାନ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । କରୁଣ ନାୟାରଙ୍କ ସ୍ଥାନରେ ଡାର୍ଲେ ମିଚେଲ ଓ ଓବେଦ ମକଏଙ୍କ ସ୍ଥାନରେ କୁଲଦୀପ ସେନଙ୍କୁ ସାମିଲ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନୁଜ ରାୱତଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ଟିମରେ ସାମିଲ କରିଛି । କ୍ୟାପଟେନ ଡୁପ୍ଲେସିସ୍‌ଙ୍କ ସହ ବିରାଟ କୋହଲି ଓପନିଂ କରିବାର ସମ୍ଭାବନା ରହିଛି ।

ଚୁଡାନ୍ତ ଏକାଦଶ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁପ୍ଲେସିସ(କ୍ୟାପଟେନ୍‌), ଗ୍ଳେନ ମାକ୍ସୱେଲ, ସୁୟଶ ପ୍ରଭୂଦେଶାଇ, ରଜତ ପଟିଦାର, ଶାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ(ୱିକେଟ କିପର), ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋସ ହେଜେଲଉଡ୍‌, ମହମ୍ମଦ ସିରାଜ ।

ରାଜସ୍ଥାନ ରୟାଲ୍ସ: ଜସ ବଟଲର, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ସିମ୍ରନ ହେଟମେୟର, ରିୟାନ ପରାଗ, ଡାର୍ଲେ ମିଚେଲ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, କୁଲଦିପ ସେନ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ।

Last Updated : Apr 27, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.