ETV Bharat / sports

ଆଇପିଏଲ ଖେଳାଳି ଅଦଳ ବଦଳ; ରୟାଲ୍ସ ପକ୍ଷରୁ ଖେଳିବ ଅଭେଶ, ଲକ୍ଷ୍ନୌ ଯିବେ ପାଡିକଲ

author img

By ETV Bharat Odisha Team

Published : Nov 23, 2023, 9:17 AM IST

IPL 2024
Avesh khan to Rajasthan Royals

ଇଣ୍ଡିଆନ ପ୍ରିମିୟର ଲିଗ 2024 ପୂର୍ବରୁ ଖେଳାଳି ଅଦଳବଦଳ ହୋଇଛନ୍ତି । ଲକ୍ଷ୍ନୌ ପାଇଁ ଖେଳୁଥିବା ଅଭେଶ ଖାନ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ । ସେହିପରି ଦେବଦତ୍ତ ପାଡିକଲ ଲକ୍ଷ୍ନୌରେ ଯୋଗ ଦେବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ 2024 ପୂର୍ବରୁ ଆଇପିଏଲ ଦଳ ସେମାନଙ୍କ ଟମକୁ ମଜଭୁତ କରିବା ଆରମ୍ଭ କରିଛନ୍ତି । ଆଇପିଏଲ ଦଳ ମଧ୍ୟରେ ଖେଳାଳି ଅଦଳ ବଦଳ ହୋଇଛନ୍ତି । ଲକ୍ଷ୍ନୌ ସୁରରଜାଏଣ୍ଟସ ଦଳର ପ୍ରମୁଖ ପେସ୍ ବୋଲର ଅଭେଶ ଖାନ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ସେହିପରି ରାଜସ୍ଥାନର ଓପନିଂ ବ୍ୟାଟର ଦେବଦତ୍ତ ପାଡିକଲ ଲକ୍ଷ୍ନୌରେ ଯୋଗ ଦେବେ ।

2022 ମେଗା ନିଲାମୀରେ ସୁପର ଜାଏଣ୍ଟସ 10 କୋଟି ଟଙ୍କାରେ ଅଭେଶଙ୍କୁ କ୍ରୟ କରିଥିଲା । ସେହିପରି ରୟାଲ୍ସ 7.75 କୋଟି ଟଙ୍କା ମୂଲ୍ୟରେ ଦେବଦତ୍ତ ପାଡିକଲଙ୍କୁ କିଣିଥିଲା ଗତ 2ଟି ଆଇପିଏଲ ସିଜନରେ ଦେବଦତ୍ତ ପାଡିକଲ ରୟାଲ୍ସ ପକ୍ଷରୁ 28ଟି ମ୍ୟାଚ୍‌ ଖେଳି 23.59 ହାରରରେ ମୋଟ 637 ରନ କରିଥିଲେ । 2020 ଓ 2021ରେ ଦେବଦତ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । 4 ବର୍ଷରେ ସେ 92ଟି ଆଇପିଏଲ ମ୍ୟାଚ ଖେଳି ମୋଟ 2768 ରନ୍‌ କରିଛନ୍ତି । ସେଥିରେ 17ଟି ଅର୍ଦ୍ଧଶତକ ଓ 3ଟି ଶତକ ରହିଛି ।

ଏହା ବି ପଢନ୍ତୁ...ଆଇପିଏଲ୍‌ ୨୦୨୪ ପୂର୍ବରୁ KKRକୁ ଗମ୍ଭୀରଙ୍କ କମ୍‌ବ୍ୟାକ୍‌, କ୍ୟାପଟେନ୍ ନୁହେଁ ଏଥର ମେଣ୍ଟର୍

ସେହିପରି ଲକ୍ଷ୍ନୌର ପ୍ରମୁଖ ପେସ୍ ବୋଲର ଅଭେଶ ଖାନ ଏବେ ଆଇପିଏଲ 2014ରେ ରାଜସ୍ଥାନ ପାଇଁ ଖେଳିବେ । ସେ 3 ବର୍ଷ ହେବ ଆଇପିଏଲ ଖେଳୁଛନ୍ତି । 2021ରେ ଦିଲ୍ଲା କ୍ୟାପିଟାଲ୍ସ ପକ୍ଷରୁ ଖେଳି 24ଟି ୱିକେଟ୍‌ ନେଇଥିଲେ । 2022 ଓ 2023 ସିଜନରେ ସେ କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଖେଳିଥିଲେ । ଅଭେଶ 47ଟି ମ୍ୟାଚ୍‌ ଖେଳି 55ଟି ୱିକେଟ ନେଇଛନ୍ତି । ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଅଦଳବଦଳକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...IPL 2024: ଡିସେମ୍ବର 19ରେ ନିଲାମୀ, ନଭେମ୍ବର 15 ସୁଦ୍ଧା ଖେଳାଳି ତାଲିକା ଦେବେ ଫ୍ରାଞ୍ଚାଇଜ

ପ୍ରକାଶ ଥାଉ କି, ଇଣ୍ଡିଆନ ପ୍ରିମିୟର ଲିଗ୍‌ର 17ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର 19 ତାରିଖରେ ଦୁବାଇରେ ଆଇପିଏଲ ନିଲମୀ ହେବ । ପ୍ରଥମ ଥର ପାଇଁ ବିଦେଶରେ ଖେଳାଳି ନିଲାମ କରାଯିବ । 10ଟି ଫ୍ରାଞ୍ଚାଇଜଙ୍କୁ ଖେଳାଳି ତାଲିକା ପଠାଇବାକୁ ନଭେମ୍ବର 26 ତାରିଖ ଶେଷ ସମୟ ରହିଛି । ଆଇପିଏଲ 2024 ପୂର୍ବରୁ ଲକ୍ଷ୍ନୌ ସୁପଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ଖେଳାଳି ଅଦଳ ବଦଳ ହୋଇଛି । ସେପଟେ ଲକ୍ଷ୍ନୌର ମେଣ୍ଟର ଥିବା ଗୌରମ ଗମ୍ଭୀର କେକେଆରକୁ ଫେରିଛନ୍ତି । ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେବେ ଗୌତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.