ETV Bharat / sports

IPL 2024: ଡିସେମ୍ବର 19ରେ ନିଲାମୀ, ନଭେମ୍ବର 15 ସୁଦ୍ଧା ଖେଳାଳି ତାଲିକା ଦେବେ ଫ୍ରାଞ୍ଚାଇଜ

author img

By ETV Bharat Odisha Team

Published : Oct 27, 2023, 9:26 AM IST

ଫଟାଫଟ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିସେମ୍ବର 19 ତାରିଖରେ ଦୁବାଇରେ ଆଇପିଏଲ 2024ର ନିଲାମୀ ହେବ । ଅଧିକ ପଢ଼ନ୍ତୁ

IPL 2024
IPL Auction

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ଆଇପିଏଲ 2024 । ଇଣ୍ଡିଆନ ପ୍ରିମିୟର ଲିଗର 17ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । 2024 ଆଇପିଏଲ ସଂସ୍କରଣର ଖେଳାଳି ନିଲାମୀ କାର୍ଯ୍ୟକ୍ରମ ଡିସେମ୍ବର 19 ତାରିଖରେ ଦୁବାଇ କରିବାକୁ ଯୋଜନା ହୋଇଛି । ପ୍ରଥମ ଥର ପାଇଁ ବିଦେଶରେ ଖେଳାଳି ନିଲାମ କରାଯିବ ।

ନଭେମ୍ବର 15 ତାରିଖ ସୁଦ୍ଧା 10ଟି ଫ୍ରାଞ୍ଚାଇଜଙ୍କୁ ଖେଳାଳି ତାଲିକା ପଠାଇବାକୁ ନିର୍ଦ୍ଦେଶ ହୋଇଛି । ଆଗାମୀ ସିଜନ ପାଇଁ ଫ୍ରାଞ୍ଚାଇଜମାନେ ନିଜ ପସନ୍ଦର ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ଦଳରୁ ବାଦ ଦେବେ । ବାଦ ପଡିଥିବା ଖେଳାଳିମାନେ ନିଲାମ ତାଲିକାରେ ପୁନର୍ବାର ସ୍ଥାନ ପାଇବେ । ଏଥର ପ୍ରତ୍ୟେକ ଫ୍ରାଞ୍ଚାଇଜିଙ୍କୁ ଖେଳାଳି କିଣିବାକୁ 100କୋଟି ଟଙ୍କା ପ୍ରଦାନ କରାଯିବ । ଗତ ସିଜନରେ ଫ୍ରାଞ୍ଚାଇଜଙ୍କ ନିଲାମ ପର୍ସରେ 95 କୋଟି ଟଙ୍କା ରହିଥିଲା । ଏଥର 5 କୋଟି ଟଙ୍କା ବୃଦ୍ଧି କରାଯାଇଛି ।

ଏହା ବି ପଢନ୍ତୁ...IPL 2023: ନଜର ପକାନ୍ତୁ ଚଳିତ ସିଜିନର ରେକର୍ଡ୍ସ ଉପରେ

ଗତ ସଂସ୍କରଣ ନିଲାମ ପରେ ପଞ୍ଜାବ କିଙ୍ଗସ ପାଖରେ ସର୍ବାଧିକ 12.20 କୋଟି ଟଙ୍କା ବଳକା ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସର୍ବନିମ୍ନ 0.05 କୋଟି ଟଙ୍କା ବଳକା ରହିଛି । ସନରାଇଜର୍ସ ହାଇଦ୍ରାବାଦ ପାଖରେ 6.55 କୋଟି, ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ 4.45 କୋଟି, ଲକ୍ଷ୍ନୌ ସୁପରଜାଏଣ୍ଟସ ପାଖରେ 3.55 କୋଟି ଓ ରାଜସ୍ଥାନ ରୟାଲ୍ସ ପାଖରେ 3.35 କୋଟି ରହିଥିବା ବେଳେ କୋଲକାତା ନାଇଟ ରାଇଡର୍ସ ପାଖରେ 1.65 କୋଟି ଏବଂ ଡିଫେଣ୍ଡି ଚମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ପାଖରେ 1.5 କୋଟି ଟଙ୍କା ବଳକା ରହିଛି । ଗତ ସିଜନ ନିଲାମୀରେ ସାମ କୁରାନ ମହଙ୍ଗା ଖେଳାଳି ହୋଇଥିଲେ । ପଞ୍ଜାବ କିଙ୍ଗସ ତାଙ୍କୁ 18.5 କୋଟି ଟଙ୍କାରେ କିଣିଥିଲା ।

ଏଥର ନିଲାମୀରେ ବହୁ ଷ୍ଟାର ଖେଳାଳି ସାମିଲ ହେବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଚାର୍କ 8 ବର୍ଷ ପରେ ଆଇପିଏଲକୁ ଫେରି ପାରନ୍ତି । ପାଟ କାମିନ୍ସ, ଟ୍ରେଭିସ ହେଡ, ଆଲେକ୍ସ ହେଲ୍ସ, କ୍ରିସ ୱକ୍ସ ପ୍ରମୁଖ ନିଲାମ ତାଲିକାରେ ସାମିଲ ହେବେ । ନ୍ୟୁଜିଲାଣ୍ଡର ଯୁବ ଓପନର ରଚିନ ରବିନ୍ଦ୍ର, ଦକ୍ଷିଣ ଆଫ୍ରିକାର ଯୁବ ପେସ ବୋଲର ଅଲ୍‌ରାଉଣ୍ଡର ଗେରାଲ୍ଡ କୋଏଜିଙ୍କ ସମେତ ଆଉ କିଛି ନୂଆ ଖେଳାଳି ଫ୍ରାଞ୍ଚାଇଜି ନଜରରେ ରହିଛନ୍ତି ।

ଏହା ବି ପଢନ୍ତୁ...IPL 2023 Final: ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ପ୍ରକାଶ ଥାଉ କି, ଆଇପିଏଲ 2023 16ତମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ଚମ୍ପିଆନ ହୋଇଥିଲା । ପଞ୍ଚମ ଥର ପାଇଁ ଟାଇଟଲ ହାତେଇଥିଲା ଚେନ୍ନାଇ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ ଉପବିଜେତା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.