ETV Bharat / sports

IPL 2023: ଏଥର ବାଦ ପଡିପାରନ୍ତି ପନ୍ତ, ଏହି କ୍ରିକେଟରଙ୍କ ହାତରେ ରହିବ ଦିଲ୍ଲୀ କ୍ୟାପିଟାଲ୍ସର କମାଣ !

author img

By

Published : Jan 1, 2023, 10:52 PM IST

ଦିଲ୍ଲୀ କ୍ୟାପିଟାଲ୍ସ
ଦିଲ୍ଲୀ କ୍ୟାପିଟାଲ୍ସ

ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ବ ପ୍ରଦାନ କରିପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଉତ୍ତରାଖଣ୍ଡ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ତେବେ କେବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବେ ସେନେଇ ଡାକ୍ତରୀ ଦଳ ସଠିକ ସୂଚନା ଦେଇନାହାଁନ୍ତି । ତେବେ ପନ୍ତଙ୍କର ଏପରି ସ୍ବାସ୍ଥ୍ୟାବସ୍ଥା IPL ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଇପିଏଲର ୨୦୨୩ ସଂସ୍କରଣରେ କାହା ହାତରେ ରହିବ ଦିଲ୍ଲୀର କମାଣ ସେନେଇ ଏବେଠୁ ଆରମ୍ଭ ହୋଇଛି ଚର୍ଚ୍ଚା ।

ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଅନ୍ୟ କାହାକୁ କ୍ୟାପଟେନସିପ୍‌ ପ୍ରଦାନ କରିପାରେ । ପନ୍ତ ଦଳର ଅଧିନାୟକ ରହିବା ସହିତ ଦଳର ୱିକେଟକିପର ବ୍ୟାଟର ମଧ୍ୟ ଥିଲେ । ତେଣୁ ଦଳକୁ ଏଭଳି ଏକ ଦକ୍ଷ ନେତୃତ୍ବର ଆବଶ୍ୟକ ରହିଛି ।

ମାର୍ଚ୍ଚରୁ ଆରମ୍ଭ ହୋଇପାରେ IPL

ଆଇପିଏଲ ୨୦୨୩ ପାଇଁ ମିନି ନିଲାମୀ ଶେଷ ହୋଇଛି । ତେବେ ଅନୁମାନ କରାଯାଉଛି IPL ମ୍ୟାଚ ଆଗାମୀ ମାର୍ଚ୍ଚରୁ ଜୁନ୍‌ ମଧ୍ୟ ଖେଳା ଯାଇପାରେ । ତେଣୁ ଏହା ପୂର୍ବରୁ ପନ୍ତଙ୍କ ଅନୁପସ୍ଥିତିରେ ଦଳକୁ ଅଧିନାୟକ ବାଛିବାକୁ ପଡିବ । କେବଳ ଅଧିନାୟକ ନୁହେଁ ୱିକେଟ କିପର ବ୍ୟାଟର ଭାବରେ ମଧ୍ୟ ଦଳକୁ ପନ୍ତଙ୍କର ବିକଳ୍ପ ବାଛିବାକୁ ପଡିବ ।

ୱାର୍ଣ୍ଣର ହୋଇପାରନ୍ତି ଅଧିନାୟକ

ପନ୍ତଙ୍କର ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ସେ ଅତିକମ୍‌ରେ ୬ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହି ପାରନ୍ତି । ତେବେ ପନ୍ତଙ୍କ ବଦଳରେ ଡେଭିଡ ୱାର୍ଣ୍ଣରଙ୍କ ହାତରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଭାର ରହିପାରେ । ୱାର୍ଣ୍ଣରଙ୍କ ପାଖରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ଟିମର ଅଧିନାୟକତ୍ବ ଅଭିଜ୍ଞତା ରହିଛି । ସେହିପରି ମନୀଷ ପାଣ୍ଡେ ମଧ୍ୟ ଅଧିନାୟକ ପାଇଁ ବିକଳ୍ପ ରହିଛନ୍ତି । ଏବେ ସେ ଦଳରେ ସାମିଲ ହୋଇଥିବା ବେଳେ ସେ ଅଧିନାୟକ ରହିବା ନେଇ ସମ୍ଭାବନା କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.