ETV Bharat / sports

IPL 2022: ଟୋକିଓ ଅଲମ୍ପିକ ପଦକ ବିଜେତାଙ୍କୁ ବିସିସିଆଇର ସମ୍ବର୍ଦ୍ଧନା

author img

By

Published : Mar 26, 2022, 10:51 PM IST

IPL 2022: BCCI felicitate Tokyo 2020 medallists Neeraj Chopra, Lovlina Boroghain, Manpreet Singh
IPL 2022: ଟୋକିଓ ଅଲମ୍ପିକ ପଦକ ବିଜେତାଙ୍କୁ ବିସିସିଆଇର ସମ୍ବର୍ଦ୍ଧନା

BCCI ଭାରତୀୟ ପୁରୁଷ ହକି ଟିମକୁ ୧.୨୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଥିବାବେଳେ, ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ୧ କୋଟି ଓ ବକ୍ସର ଲଭଲିନା ବୋର୍ଗହେନଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛି । ଅଧିକ ପଢନ୍ତୁ

ମୁମ୍ବାଇ(ମହାରାଷ୍ଟ୍ର): ପୂର୍ବ ପ୍ରତିଶ୍ରୁତି ରଖିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଶନିବାର ଟୋକିଓ ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା, ଲଭଲିନା ବୋର୍ଗହେନ ଓ ଭାରତୀୟ ପୁରୁଷ ହକି ଟିମ ପକ୍ଷରୁ କ୍ୟାପଟେନ ମନପ୍ରୀତ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି BCCI ଅଧିକାରୀ । ଏହି ସମ୍ବର୍ଦ୍ଧନା ଉତ୍ସବ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର(IPL) ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହୋଇଥିଲା । ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି ।

BCCI ଭାରତୀୟ ପୁରୁଷ ହକି ଟିମକୁ ୧.୨୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଥିବାବେଳେ, ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ୧ କୋଟି ଓ ବକ୍ସର ଲଭଲିନା ବୋର୍ଗହେନଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛି । ଟୋକିଓ ଅଲମ୍ପିକ୍‌ସ ୨୦୨୦ରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ଲଭଲିନା ଓ ଭାରତୀୟ ପୁରୁଷ ହକି ଟିମ କାଂସ୍ୟ ପଦକ ଜିତିଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.