ETV Bharat / sports

India vs Australia 3rd ODI: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Sep 27, 2023, 2:02 PM IST

India vs Australia 3rd ODI
ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ପ୍ୟାଟ କାମିନ୍ସ । ଅଧିକ ପଢନ୍ତୁ

ରାଜକୋଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ଭାରତ ପ୍ରଥମେ ବୋଲିଂ କରୁଛି । ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ଆଜି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ପ୍ରଥମ ଦୁଇ ଦିନିକିଆରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲି ଆଜି ଅନ୍ତିମ ଦିନିକିଆରେ ଖେଳୁଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଈଶାନ କିଷନ ତୃତୀୟ ଦିନିକିଆ ଖେଳୁ ନାହାନ୍ତି । ଖବର ଲେଖା ହେବା ସୁଦ୍ଧା ଅଷ୍ଟ୍ରେଲିଆ ବିନା ୱିକେଟରେ 42 ରନ କରିଛି ।

ଭାରତୀୟ ଦଳକୁ ବରିଷ୍ଠଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ପ୍ରଥମ ଦୁଇ ମ୍ୟାଚରେ କେଏଲ ରାହୁଲ ଦଳର ନେତୃତ୍ବ ନେଇଥିଲେ । ମାତ୍ର ଶେଷ ଦିନିକିଆରେ ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି । ବିଶ୍ରାମ ନେଇଥିବା ବିରାଟ କୋହଲି ମଧ୍ୟ ଫେରିଛନ୍ତି । ପ୍ରଥମ 2ଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି ଭାରତ । ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବିଶ୍ବକପ ପୂର୍ବରୁ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବାକୁ ପ୍ରାୟସ କରିବ ଭାରତ ।

ସେପଟେ ସମ୍ମାନ ପାଇଁ ଲଢ଼େଇ କରୁଥିବା ଅଷ୍ଟ୍ରେଲିଆ ଆଜିର ମୁକାବିଲାକୁ ଜିତିବାକୁ ସବୁ କଳ ବଳ କୌଶଳ ଲଗେଇବ । ବିଶ୍ବକପରେ ପ୍ରବେଶ କରିବା ପୂର୍ବରୁ ଦଳ ପାଇଁ ଏହି ବିଜୟ ଜରୁରୀ ହୋଇଛି । ଲଗାତାର ଦଳ 5ଟି ମ୍ୟାଚରେ ପରାସ୍ତ ହୋଇଛି । ଆଜିର ମୁକାବିଲା ଜିତିଦଳ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବେ । ଦ୍ବିତୀୟ ଦିନିକିଆ ଖେଳୁନଥିବା ପ୍ୟାଟ କାମିନ୍ସ ଆଜି ଖେଳୁଛନ୍ତି । ଏକ ସନ୍ତୁଳିତ ଏକାଦଶକୁ ପଡିଆକୁ ଓହ୍ଲାଇଛି କଙ୍ଗାରୁ ଦଳ । ଡେଭିଡ୍‌ ୱାର୍ଣ୍ଣର ମିଚେଲ ମାର୍ଶ ଓପନିଂ କରିଛନ୍ତି । 4 ଓଭର ଖେଳ ସୁଦ୍ଧା ଦଳ ବିନା ୱିକେଟରେ 42 ରନ କରିଛି ।

ଏହା ବି ପଢନ୍ତୁ...India vs Australia: ଆଜି ଅନ୍ତିମ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଏହା ବି ପଢନ୍ତୁ...IND vs AUS 2nd ODI: ସିରିଜ କବଜା କଲା ଭାରତ, କଙ୍ଗାରୁ ଦଳ ଧରାଶାୟୀ

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟକ୍ଲୱେଲ, କାମରେନ ଗ୍ରୀନ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ(ଅଧିନାୟକ), ଟି ସାଙ୍ଗା, ଜୋସ ହେଜେଲଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.