ETV Bharat / sports

IND vs AUS 2nd ODI: ଟସ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି, ବୋଲିଂରେ ପରିବର୍ତ୍ତନ କରିଛି ଭାରତ

author img

By

Published : Mar 19, 2023, 1:44 PM IST

ଟସ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି
IND vs AUS 2nd ODI

ବିଶାଖାପାଟଣାର ୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବିଶାଖାପାଟନମ: ସ୍ଥାନୀୟ ୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି କଙ୍ଗାରୁ ଦଳ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଥିବାରୁ ଇଷାନ କିଷନ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ସେହିପରି ବୋଲିଂରେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଏକାଦଶରେ ସାମିଲ କରାଯାଇଛି ।

ରୋହିତଙ୍କ ଅନୁପସ୍ଥିତିରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ କଙ୍ଗାରୁ ଦଳକୁ ମାତ ଦେଇଥିଲା ଭାରତ । ଆଜି ଦ୍ବିତୀୟ ଦିନିକିଆ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲ୍ୟୁ । ରୋହିତ ଆସିବା ପରେ ଦଳରେ ଆଜି ପରିବର୍ତ୍ତନର ହୋଇଛି । ଇଷାନ କିଶନ ଏକାଦଶରୁ ବାଦ ପଡିଛନ୍ତି । ବୋଲିଂ ବିଭାଗରେ ସାର୍ଦ୍ଦୁଳ ଠାକୁରଙ୍କ ବଦଳରେ ଅକ୍ଷର ପଟେଲ ଏକାଦଶରେ ସାମିଲ ହୋଇଛନ୍ତି । ଆଜିର ମ୍ୟାଚକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି ।

ଏହା ବି ପଢନ୍ତୁ...Hockey India Annual Award: ହାର୍ଦ୍ଦିକ-ସବିତା ଶ୍ରେଷ୍ଠ ଖେଳାଳି, 3 ଓଡିଆ ତାରକା ସମ୍ବର୍ଦ୍ଧିତ

ଅଧିନାୟକ ସ୍ମିଥଙ୍କ ନେତୃତ୍ବରେ କମବ୍ୟାକ ଲକ୍ଷ୍ୟରେ ରହିଛି । ଭ୍ରମଣକାରୀ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଜିତିବାକୁ ନୂଆ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅଷ୍ଟ୍ରେଲିଆ ଦଳ ତାର ଏକାଦଶରେ ପରିବର୍ତ୍ତନ କରିଛି । ମ୍ୟାକ୍ସୱେଲଙ୍କୁ ଏକାଦଶରୁ ବାଦ୍‌ ଦିଆଯାଇଛି । ଅଷ୍ଟ୍ରେଲିଆର ମିଚେର ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଭାରତ ପାଇଁ ବିପଦ ହୋଇପାରନ୍ତି । ପ୍ରଥମ ମୁକାବିଲାରେ ଷ୍ଟାର୍କ 3ଟି ୱିକେଟ ନେଇଥିଲେ । ମାର୍କସ 2ଟି ୱିକେଟ ନେଇଥିଲେ । ଦଳର ବ୍ୟାଟିଂ ଲାଇନ ସେତେଟା ଦୃଢ ନାହିଁ । ପାଣିପାଗ ଅନୁସାରେ ବିଶାଖାପାଟଣାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ମ୍ୟାଚ ପ୍ରଭାବିତ ହେବ ।

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମଦମ୍ମଦ ସାମି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରେଭିସ ହେଡ, ମାର୍ନସ ଲାବୁସାନ, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥ, ଏ. କ୍ୟାରୀ, ଏନ ଇଲିସ, କାମରେନ ଗ୍ରୀନ, ମାର୍କସ ଷ୍ଟୋନିସ, ମିଚେଲ ଷ୍ଟାର୍କ, ସେନ ଆବୋଟ, ଆଡାମ ଜାମ୍ପା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.