ETV Bharat / sports

Hockey India Annual Award: ହାର୍ଦ୍ଦିକ-ସବିତା ଶ୍ରେଷ୍ଠ ଖେଳାଳି, 3 ଓଡିଆ ତାରକା ସମ୍ବର୍ଦ୍ଧିତ

author img

By

Published : Mar 19, 2023, 12:28 PM IST

ହକି ଇଣ୍ଡିଆ ପଞ୍ଚମ ବାର୍ଷିକ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଯାଇଛି । ମହିଳା ହକି ଦଳର ସବିତା ପୁନିଆ ଓ ପୁରୁଷ ହକି ଦଳର ହାର୍ଦ୍ଦିକ ସିଂ 2022ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ଅଧିକ ପଢନ୍ତୁ

5th Hockey India Annual Award
Hockey India Annual Award

ନୂଆଦିଲ୍ଲୀ: ହକି ଇଣ୍ଡିଆର 5ମ ବାର୍ଷିକ ପୁରସ୍କାର ସମାରୋହ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଛି । ପୁରୁଷରେ ହାର୍ଦ୍ଦିକ ସିଂ ଓ ମହିଳାରେ ସବିତା ପୁନିଆ ହକି ଇଣ୍ଡିଆ ବଲବୀର ସିଂ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଉଭୟଙ୍କୁ 25 ଲକ୍ଷ ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଗୁରୁବସ୍କ ସିଂଙ୍କୁ ମେଜର ଧ୍ୟାନଚାନ୍ଦ ଜୀବନବ୍ୟାପୀ ସାଧନା ପୁରସ୍କାର ସହି 30 ଲକ୍ଷ ଟଙ୍କା ଆର୍ଥିକ ରାଶି ମିଳିଛି । ଏହି ସମାରୋହରେ ହକି ଇଣ୍ଡିଆର କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା । ପୁରୁଷ ଦଳ ଅଧିନାୟକ ହର୍ମନପ୍ରୀତ ସିଂ ଏଫଆଇଏଚ ବର୍ଷର ଶ୍ରେଷ୍ଠ ଖେଳାଳି ଓ ଡିଫେଣ୍ଡର ଭାବେ ବିବେଚିତ ହୋଇଥିଲେ । ଶ୍ରୀଜେଶ ଶ୍ରେଷ୍ଠ ଗୋଲକିପର ଭାବେ ପୁରସ୍କୃତ ହୋଇଥିଲେ ।

ପଞ୍ଚମ ବାର୍ଷିକ ପୁରସ୍କାର ସମାରୋହରେ 2021-2022 ବର୍ଷର ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 2022 ବିଜେତାଙ୍କ ମଧ୍ୟରେ ଜୀବନବ୍ୟାପୀ ସାଧନା ପୁରସ୍କାର ବିଜେତା ଗୁରବକ୍ସ ସିଂଙ୍କୁ ଟ୍ରଫି ସହ 30 ଲକ୍ଷ ଟଙ୍କା, ବର୍ଷର ଶ୍ରେଷ୍ଠ ଖେଳାଳି ହାର୍ଦ୍ଦିକ ଓ ସବିତାଙ୍କୁ 25 ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି, ଶ୍ରେଷ୍ଠ ଯୁବ ଖେଳାଳି ଉତ୍ତମ ସିଂ ଓ ମମତାଜ ଖାନଙ୍କୁ 10 ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି, ବନ୍ଦନା କାଟାରିଆଙ୍କୁ ବର୍ଷର ଶ୍ରେଷ୍ଠ ଫରୱାର୍ଡ (5ଲକ୍ଷ, ଟ୍ରଫି) ପ୍ରଦାନ କରାଯାଇଥିଲା । ସେହିପରି ମନଦୀପ ସିଂଙ୍କୁ ମିଡ ଫିଲ୍ଡର ଅଫ ଦି ଇୟର ପାଇଁ ହକି ଇଣ୍ଡିଆ ଅଜିତ ପାଲ ସିଂ ପୁରସ୍କାର ପ୍ରଦାନ କରାଯାଇଛି । ପୁରୁଷ ଅଣ୍ଡର 21ରେ ସଞ୍ଜୟଙ୍କୁ ଅଫ କମିଙ୍ଗ ପ୍ଲେୟାର ଅଫ ଦି ଇୟର ପାଇଁ ହକି ଇଣ୍ଡିଆ ଜୁଗରାଜ ସିଂ ପୁରସ୍କାର ପ୍ରଦାନ କରାଯାଇଛି । ମହିଳା ଅଣ୍ଡର 21ରେ ସାଲିମା ଟେଟେଙ୍କୁ ଅଫ କମିଙ୍ଗ ପ୍ଲେୟାର ଅଫ ଦି ଇୟର ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

ଏହା ବି ପଢନ୍ତୁ...IND vs AUS ODI: ଆଜି ଦ୍ବିତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଭାରତ

ପୁରସ୍କୃତ ହେଲେ 3 ଓଡିଆ ହକି ତାରକା: ହକି ଇଣ୍ଡିଆ ପଞ୍ଚମ ବାର୍ଷିକ ପୁରସ୍କାର ସମାରୋହରେ 3 ଓଡିଆ ତାରକା ପୁରସ୍କୃତ ହୋଇଛନ୍ତି । ଅମିତ ରୋହି ଦାସ, ବିରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଡିଫେଣ୍ଡର ଭାବେ ଅମିତ ରୋହି ଦାସ ଓ ଦୀପଗ୍ରେସ ପୁରସ୍କାର ପାଇଛନ୍ତି । ଉଭୟଙ୍କୁ 5 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । 2020 ଟୋକିଓ ଅଲମ୍ପିକ୍ସରେ 200 ମ୍ୟାଚ ଖେଳିଥିବା ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ପୁରସ୍କାର ସମାରୋହରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଏବଂ ସର୍ବଭାରତୀୟ ଫୁଟବଲ ସଂଘ ସଭାପତି କଲ୍ୟାଣ ଚୌବେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.