ETV Bharat / sports

India vs Australia: ଆଜି ଦ୍ବିତୀୟ ଦିନିକିଆ, ଆଗୁଆ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

author img

By ETV Bharat Odisha Team

Published : Sep 24, 2023, 10:10 AM IST

India vs Australia
ଭାରତ ଅଷ୍ଟ୍ରେଳିଆ ଦ୍ବିତୀୟ ଦିନିକିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଶୃଙ୍ଖଳାର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ମୋହିଲାରେ ପ୍ରଥମ ଦିନିକିଆରେ ବାଜି ମାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ଇନ୍ଦୋର: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଇନ୍ଦୋରରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । କେ ଏଲ ରୋହୁଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ମୋହାଲିରେ 27 ବର୍ଷ ପରେ ଅଷ୍ଟ୍ରେଲିଆକୁ ପ୍ରଥମ ଦିନିକିଆରେ 5 ୱିକେଟ୍‌ରେ ପରାସ୍ତ କରିଥିଲା ଭାରତୀୟ ଦଳ । ଆଜି ଇନ୍ଦୋରରେ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବ୍‌ଜା ଲକ୍ଷ୍ୟରେ ରହିଛି ରାହୁଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । କେଏଲ ରାହୁଲଙ୍କ ନେତୃତ୍ବରେ ଏହି ସିରିଜ ଜିତି ବିଶ୍ବକପ ପାଇଁ ଶକ୍ତି ଏକଜୁଟ କରିବା ଲକ୍ଷ୍ୟରେ ରହିଛି ଦଳ । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ବକପ ପୂର୍ବରୁ ବିଜୟ ସ୍ବାଦ ଚାଖିବାକୁ ବ୍ୟାକୁଳ କଙ୍ଗାରୁ ଦଳ ଆଜି ସବୁ ଶକ୍ତି ଖଟାଇବାକୁ ପ୍ରୟାସ କରିବ । ଅପରାହ୍ନ 1ଟା 30ରୁ ମ୍ୟାଚ୍‌ ଆରମ୍ଭ ହେବ ।

ପ୍ରଥମ ଦିନିକିଆରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ । ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଜିତିବା ପରେ ସବୁ ଫର୍ମାଟରେ ନମ୍ବର ୱାନ ହୋଇଛି ଭାରତୀୟ ଦଳ । ଏ ନେଇ ଦଳର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ରାହୁଙ୍କ ନେତୃତ୍ବାଧୀନ ଭାରତ । ପ୍ରଥମ ଦିନିକିଆରେ ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ସାମିଙ୍କୁ ସୁଯୋଗ ମିଳିଥିଲା । ସାମି ନିଜର ଦକ୍ଷତା ଦେଖାଇଥିଲେ । ଘାତକ ବୋଲିଂ କରି ମହମ୍ମଦ ସାମି 5ଟି ୱିକେଟ ହାସଲ କରିଥିଲେ । ଏହା ସହିତ ଭାରତୀୟ ଦଳକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ବିନୀ ଚମତ୍କାର ବୋଲିଂ କରି କଙ୍ଗାରୁ ଦଳକୁ ବାନ୍ଧି ରଖିଥିଲେ । ଆଜି ମଧ୍ୟ ଭାରତୀୟ ଦଳ ପାଖରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ।

ଏହା ବି ପଢନ୍ତୁ...କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ

ଭ୍ରମଣକାରୀ ଦଳ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ଆଜି ଦ୍ବିତୀୟ ଦିନିକିଆ ଜିତିବାକୁ ସବୁ ପ୍ରକାର କଳ ବଳ କୌଶଳ ଲଗାଇବ । ଟ୍ରାଭିସ ହେଡଙ୍କ ଆହତ ସମସ୍ୟା ଦଳର ସନ୍ତୁଳନ ବିଗାଡ଼ି ଦେଇଛି । ତାଙ୍କ ଅନୁପସ୍ଥିରେ ମିଚେଲ ମାର୍ଶ ଓପନ କରିଥିଲେ ମାତ୍ର ବିଫଳ ହୋଇଥିଲେ । ଆଜି ଏକ ସନ୍ତୁଳିତ ଦଳ ନେଇ ଗ୍ରାଉଣ୍ଡ୍‌କୁ ଓହ୍ଲାଇବ କଙ୍ଗାରୁ ଦଳ । ବିଶ୍ବକପ ପୂର୍ବରୁ ବିଜୟ ହାସଲ ପାଇ ସବୁ ଚେଷ୍ଟା କରିବ ଦଳ । ଇନ୍ଦୋର ପିଚ୍‌ ବ୍ୟାଟିଂ ପାଇଁ ଉପଯୋଗୀ । ଗ୍ରାଉଣ୍ଡ୍‌ରେ ଏକ ବଡ ସ୍କୋର ଆଶା କରାଯାଉଛି । ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବ ।

ଏହା ବି ପଢନ୍ତୁ...ମୋହାଲିରେ 27ବର୍ଷ ପରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ଭାରତୀୟ ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ଈଶାନ କିଷନ, ୟୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ମହମ୍ମଦ ସାମି, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟେଭିନ ସ୍ମିଥ, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଜେ ଇଙ୍ଗଲିସ, ଏମ ଷ୍ଟୋନିସ, ମାର୍କସ ସ୍ପେନସର, ପ୍ୟାଟ କମିନ୍ସ (ଅଧିନାୟକ), ଏସ ଆବୋଟ, ଆଡାମ ଜାମ୍ଫା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.