ETV Bharat / sports

IND vs AUS 1st ODI: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

author img

By

Published : Mar 17, 2023, 1:46 PM IST

india vs australia odi series
ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦିନିକିଆରେ ମଙ୍ଗ ଧରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଛି ଭାରତ । ଅଧିକ ପଢନ୍ତୁ

ମୁମ୍ବାଇ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ ଦିନିକିଆରେ କମାଣ ସମ୍ଭାଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଛି ମେନ ଇନ ବ୍ଲୁ । ନିୟମିତ ଅଧିନାୟକ ରୋହିତ ଶର୍ମା ପାରିବାରିକ କାରଣ ପାଇଁ ଅନୁପସ୍ଥିତ ଅଛନ୍ତି ତେଣୁ ତାଙ୍କ ସ୍ଥାନରେ ପାଣ୍ଡ୍ୟା ଦଳର ନେତୃତ୍ବ ନେଇଛନ୍ତି । ସେହିପରି ପାଟ କାମିନ୍ସ ଅନୁପସ୍ଥିତ ଥିବାରୁ ଷ୍ଚିଭେନ ସ୍ମିଥ ଅଷ୍ଟ୍ରେଲିଆର ନେତୃତ୍ବ ନେଇଛନ୍ତି ।

ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ 2-1ରେ ବିଜୟ ପରେ ଦିିନିକିଆରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇଛି ଭାରତ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲ୍ୟୁ । ଶୁଭମନ ଗିଲ ଓ ଇଷାନ କିଷନ ଓପନିଂ କରିବେ । ଟେଷ୍ଟ ସିରିଜରେ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଆଜି ମଧ୍ୟ ତାଙ୍କ ପାଖରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ବିରାଟ କୋହଲି ମଧ୍ୟ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରି 28 ତମ ଟେଷ୍ଟ ଶତକ ହାସଲ କରିବାର ଗୌରବ ହାସଲ କରିଥିଲେ । ଆଜି ମଧ୍ୟ ତାଙ୍କୁ ବ୍ୟାଟରୁ ବିରାଟ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । କିିିଛି ଦିନ ହେବ ୱିକେଟକିପର ବ୍ୟାଟର କେଏଲ ରାହୁଲ ଫର୍ମରେ ନାହାନ୍ତି । ଆଜିର ମୁକାବିଲା ତାଙ୍କ ପାଇଁ ଲାଇଫ ଲାଇନ ସଦୃଶ ହୋଇଛି ।

ଏହା ବି ପଢନ୍ତୁ....IND vs AUS ODI: ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ପାଟ କାମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥଙ୍କ ନେତୃତ୍ବରେ କଙ୍ଗାରୁ ଦଳ ବର୍ଡର ଗାଭାସ୍କର ତୃତୀୟ ଟେଷ୍ଟରେ ବିଜୟ ହାସଲ କରିଥିଲା । ଟେଷ୍ଟରେ ବିଜୟୀ ନହେଲା ନାହିଁ ଦିନିକିଆରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛିି ଭ୍ରମଣକାରୀ ଦଳ । ଏକ ସନ୍ତୁଳିତ ଏକାଦଶ ସହ ଗ୍ରାଉଣ୍ଡକୁ ଓହ୍ଲାଇଛି ଅଷ୍ଟ୍ରେଲିଆ ।

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ଇଷାନ କିଶନ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମଦମ୍ମଦ ସାମି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରେଭିସ ହେଡ, ମାର୍ନସ ଲାବୁସାନ, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, କାମରେନ ଗ୍ରୀନ, ମାର୍କସ ଷ୍ଟୋନିସ, ମିଚେଲ ଷ୍ଟାର୍କ, ଜୋସ ଇଂଙ୍ଗଲିସ, ସେନ ଆବୋଟ, ଆଡାମ ଜାମ୍ପା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.