IND vs AUS ODI: ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

author img

By

Published : Mar 17, 2023, 9:35 AM IST

ଆଜି ପ୍ରଥମ ଦିନିକିଆ

ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ଆରମ୍ଭ ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ମେନ ଇନ ବ୍ଲ୍ୟୁ । ଅଧିକ ପଢନ୍ତୁ

ମୁମ୍ବାଇ: ବର୍ଡର ଗାଭାସ୍କର ଟ୍ରଫି ସିରିଜକୁ 2-1ରେ ଜିତିବା ପରେ ଆଜିଠୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦୃଢ ମନୋବଳରେ ରହିଛି ଭାରତ । ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ଭାରତ । ସେହିପରି ପାଟ କାମିନ୍ସଙ୍କ ସ୍ଥାନରେ ଅଷ୍ଟ୍ରେଲିଆର କମାଣ ସମ୍ଭାଳିବେ ସ୍ମିଥ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ ପାଇଁ ଉଭୟ ଦଳର ପ୍ରସ୍ତୁତି ଶେଷ ହୋଇଛି । ଅପରାହ୍ନ 1ଟା 30ରୁ ଆରମ୍ଭ ହେବ ମ୍ୟାଚ ।

ପାରିବାରିକ କାରଣ ଯୋଗୁଁ ରୋହିତ ଶର୍ମା ପ୍ରଥମ ଦିନିକିଆରେ ଅନୁପସ୍ଥିତ ରହିଛନ୍ତି । ତାଙ୍କ ସ୍ଥାନରେ ଦଳର ନେତୃତ୍ବ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟି-20ରେ ଅଧିନାୟକତ୍ବ କରିଥିବା ବେଳେ ପ୍ରଥମ ଥର ପାଇଁ ପାଣ୍ଡ୍ୟା ଦିନିକିଆରେ ଦଳର ନେତୃତ୍ବ ନେବେ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଓ ଇଷାନ କିଷନ ଓପନିଂ କରିବେ । ଉଭୟ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରି ସାରିଛନ୍ତି । ଆଜି ଉଭୟ ବିସ୍ଫୋରକ ବ୍ୟାଟିଂ କରିବା ଆଶା କରାଯାଉଛି । ଗିଲ ଫୁଲ ଫର୍ମରେ ରହିଛନ୍ତି । ବର୍ଡର ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟରେ ଶୁଭମନ ଶତକ ହାସଲ କରିଥିଲେ । ଏହାସହ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ । ଆଜି ଉଭୟଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

କେଏଲ ରାହୁଲ ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଟେଷ୍ଟ ଏକାଦଶରୁ ରାହୁଲ ବାଦ ପଡିଥିଲେ । ସୀମିତ ଓଭରରେ ଯଦିଓ ତାଙ୍କ ପ୍ରଦର୍ଶନ ଭଲ ରହିଛି ଆଜି ତାଙ୍କୁ କମାଲ କରିବାକୁ ପଡିବ । ଏହା ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ବିଶ୍ବକପରେ ଖେଳିବାକୁ ହେଲେ ରାହୁଲଙ୍କୁ ଫର୍ମକୁ ଫେରିବାକୁ ପଡିବ । ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟ ଫ୍ୟାନ୍ସଙ୍କ ନଜର ରହିଛି । ଟି-20ରେ ସଫଳ ହୋଇଥିଲେ ସୁଦ୍ଧା ଦିନିକିଆରେ ଦକ୍ଷତା ଦେଖାଇ ନାହାନ୍ତି ସୂର୍ଯ୍ୟ । ଆଜି କିଛି ଚମତ୍କାର କରିବେ ବୋଲି ଆଶା । ବୋଲିଂରେ ଟେଷ୍ଟରେ କମାଲ କରିଥିବା ଜାଡେଜା ମଧ୍ୟ ତାଙ୍କ ଯାଦୁ ବଜାୟ ରଖିବେ ବୋଲି ଆଶା କରାଯାଉଛି । ଅକ୍ଷର ପଟେଲ ମଧ୍ୟ ଦଳକୁ ଫେରିଛନ୍ତି ।

ଏହା ବି ପଢନ୍ତୁ...WPL 2023: ଦିଲ୍ଲୀକୁ 11ରନରେ ହରାଇଲା ଗୁଜରାଟ

ଅଷ୍ଟ୍ରେଲିଆ ଦଳର ନିୟମିତ ଅଧିନାୟକ ପାଟ କାମିନ୍ସ ଅନୁପସ୍ଥିତ ଅଛନ୍ତି । ବର୍ଡର ଗଭାସ୍କର ଦ୍ବିତୀୟ ଟେଷ୍ଟ ପରଠୁ ସ୍ବଦେଶରେ କାମିନ୍ସ । ତାଙ୍କ ମାତୃ ବିୟୋଗ ହୋଇଥିବାରୁ ସିରିଜ ଅଧାରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ଥାନରେ ଷ୍ଟିଭେନ ସ୍ମିଥ ଦଳର ମଙ୍ଗ ଧରିଥିଲେ । ସ୍ମିଥଙ୍କ ନେତୃ୍ତ୍ବରେ ତୃତୀୟ ଟେଷ୍ଟ ଜିତିଥିଲା ଅଷ୍ଟ୍ରେଲିଆ । ଆଜି ଏକ ସନ୍ତୁଳିତ ଏକାଦଳ ସହ ଗ୍ରାଉଣ୍ଡକୁ ଓହ୍ଲାଇବ କଙ୍ଗାରୁ ଦଳ । ମ୍ୟାକ୍ସୱେଲ ଓ ୱାର୍ଣ୍ଣର ଦଳକୁ ଫେରିଛନ୍ତି । ଭାରତରେ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ଭଲ ରହିଛି । ମିଚେଲ ମାର୍ଶ, ମାର୍କସ ଷ୍ଟଇନିସ, କାମେରନ ଗ୍ରୀନ ଓ ଆଷ୍ଟନ ଅଗରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇପାରେ । ସ୍ପିନର ଭାହେ ଆଡାମ ଜାମ୍ପା ଖେଳିବେ । ମିଚେଲ ଷ୍ଟାର୍କ ପେସ ବିଭାଗ ସମ୍ଭାଳିବେ ।

ୱାଙ୍ଖଡେ ଷ୍ଟାଡିୟମ ବ୍ୟାଟିଂ ପାଇଁ ସବୁବେଳେ ଉପଯୋଗୀ ହୋଇଛି । ପିଚରେ ବଲ ଗତି ଅପରିବର୍ତ୍ତିତ ରହିପାରେ ତେଣୁ ବ୍ୟାଟିଂ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.