ETV Bharat / sports

Asia Cup 2023: ଶ୍ରୀଲଙ୍କାକୁ ହରାଇଲେ ଫାଇନାଲ୍‌ରେ ପହଞ୍ଚିବ ଭାରତ, ପାକିସ୍ତାନରେ ହାହାକାର

author img

By ETV Bharat Odisha Team

Published : Sep 12, 2023, 10:35 PM IST

ଶ୍ରୀଲଙ୍କାକୁ ହରାଇଲେ ଫାଇନାଲ୍‌ରେ ପହଞ୍ଚିବ ଭାରତ
ଶ୍ରୀଲଙ୍କାକୁ ହରାଇଲେ ଫାଇନାଲ୍‌ରେ ପହଞ୍ଚିବ ଭାରତ

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଜିତିଲେ ଏସିଆ କପ୍‌ ୨୦୨୩ରେ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିବ ଭାରତ । ତେବେ ପାକିସ୍ତାନ ପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ କର ବା ମର ପରିସ୍ଥିତି ହୋଇପଡ଼ିଛି । ଅଧିକ ପଢ଼ନ୍ତୁ

କଲୋମ୍ବୋ: ଜାରି ରହିଥିବା ଏସିଆ କପ୍‌ ୨୦୨୩ର ସୁପର-୪ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ପାଇଁ ବଡ଼ ସୁଯୋଗ । ସୋମବାର ରିଜର୍ଭ ଡେ' ଖେଳରେ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରି ଫାଇନାଲ ଆଡକୁ ବଢ଼ିଛି ଟିମ୍‌ ଇଣ୍ଡିଆ । ପାକିସ୍ତାନ ପରେ ଆଜି ଶ୍ରୀଲଙ୍କା ସହ ଖେଳୁଛି ଭାରତ । ଯଦି ଭାରତୀୟ ଦଳ ଆଜିର ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ଏହା ପ୍ରଥମ ଦଳ ଭାବେ ଏସିଆ କପ୍ ୨୦୨୩ର ଫାଇନାଲରେ ପ୍ରବେଶ କରିବ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ହାରିଲେ ମଧ୍ୟ ଭାରତକୁ ଫାଇନାଲରେ ପହଞ୍ଚିବାକୁ ବିକଳ୍ପ ରହିବ ।

ଅନ୍ୟପକ୍ଷରେ ସୁପର୍‌-୪ରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ପଏଣ୍ଟ୍‌ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି ଭାରତ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ପାକିସ୍ତାନ ବିପକ୍ଷରେ ଭାରତ ୩୫୬ ରନ୍ ସଂଗ୍ରହ କରିଥିବାବେଳେ ଭାରତୀୟ ବୋଲରମାନେ ପାକିସ୍ତାନର ଇନିଂସକୁ ମାତ୍ର ୧୨୮ ରନ୍‌ରେ ଅଟକାଇବାରେ ସକ୍ଷମ ହୋଇଥିଲେ । ଭାରତ ଏହି ମ୍ୟାଚକୁ ୨୨୮ ରନ୍ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲା । ଏହି ବଡ଼ ବିଜୟ ସହିତ ଦଳର ନେଟ୍ ରନ୍ ରେଟ୍ ମଧ୍ୟ ବେଶ ଅଧିକ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...India's Win Over Pakistan: ପ୍ରସ୍ତୁତି-ମ୍ୟାଚ୍‌-ସେଲିବ୍ରେସନ୍‌, ଭିଡିଓ ସେୟାର କଲା ବିସିସିଆଇ

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଯଦି ଭାରତ ହାରିଯାଏ, ତଥାପି ନେଟ୍ ରନ୍ ରେଟ୍ ଭଲ ଥିବାରୁ ଫାଇନାଲ ପାଇଁ ପ୍ରତିଦ୍ବନ୍ଦ୍ବୀ ରହିବ ଦଳ । ୧୫ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫାଇନାଲକୁ ଦଳ ପାଇଁ ବାଟ ଫିଟିପାରେ । ଭାରତ ପାଇଁ ବାଂଲାଦେଶକୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର ହେବନାହିଁ । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବାଂଲାଦେଶର ବ୍ୟାଟରମାନେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ସେପଟେ ଶ୍ରୀଲଙ୍କା ଯଦି ଆଜିର ମ୍ୟାଚ୍ ହାରିଯାଏ, ତେବେ ଫାଇନାଲ ରାସ୍ତା ସେମାନଙ୍କ ପାଇଁ ଟିକିଏ କଷ୍ଟସାଧ୍ୟ ହେବ । ତେବେ ପାକିସ୍ତାନକୁ ଫାଇନାଲ ପହଞ୍ଚିବାକୁ ହେଲେ ଶ୍ରୀଲଙ୍କାକୁ ହରାଇବା ନିହାତି ଆବଶ୍ୟକ ହୋଇପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.