ETV Bharat / sports

ଶେଷ ମ୍ୟାଚ୍‌ରେ ଫେଲ୍‌ ମାରିଲେ ୟଙ୍ଗଷ୍ଟାର, ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦/୮

author img

By ETV Bharat Odisha Team

Published : Dec 3, 2023, 8:42 PM IST

Updated : Dec 3, 2023, 8:52 PM IST

ଶେଷ ମ୍ୟାଚ୍‌ରେ ଫେଲ୍‌ ମାରିଲେ ୟଙ୍ଗଷ୍ଟାର
ଶେଷ ମ୍ୟାଚ୍‌ରେ ଫେଲ୍‌ ମାରିଲେ ୟଙ୍ଗଷ୍ଟାର

୫ମ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗଷ୍ଟାର । ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦ ରନ କରିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆକୁ ଶେଷ ମ୍ୟାଚ୍‌ ବିଜୟ ପାଇଁ ୧୬୧ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗଷ୍ଟାର । ଶ୍ରେୟସ ଆୟରଙ୍କ ବ୍ୟତୀତ କୌଣସି ବ୍ୟାଟର ଅର୍ଦ୍ଧଶତକ ଅର୍ଜନ କରିବାକୁ ସକ୍ଷମ ହୋଇନଥିଲେ । ଶ୍ରେୟସ ଆୟରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୦ ରନ ସଂଗ୍ରହ କରିଛି ଟିମ୍‌ ଇଣ୍ଡିଆ । ତେବେ ପୂର୍ବରୁ ଏହି ଶୃଙ୍ଖଳାକୁ ଜିତି ସାରିଛି ଭାରତ । ପ୍ରଥମ ୪ଟିରୁ ୩ଟି ମ୍ୟାଚ୍‌ ଜିତି ଶୃଙ୍ଖଳା ହାସଲ କରିସାରିଛି ଭାରତୀୟ ଦଳ । ଏବେ ୫ମ ତଥା ଶେଷ ମ୍ୟାଚ୍‌ ଜିତି ଲଜ୍ୟା ରଖିବାକୁ ଅଷ୍ଟ୍ରେଲିଆ ଆଗରେ ୧୬୧ ରନ୍‌ ବିଜୟ ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ଭଲ ଆରମ୍ଭ ଦୋଇଥିଲେ ଯଶସ୍ବୀ ଜୟସ୍ବାଲ । ସେ ୧୫ ବଲରୁ ୨୧ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟତମ ଓପନର ଋତୁରାଜ ଗାଏକ୍‌ୱାଡ୍‌ କେବଳ ୧୦ ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ଓ ରିଙ୍କୁ ସିଂହ ୬ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଶ୍ରେୟସ ଆୟର ପାଳିକୁ ସମ୍ଭାଳୁଥିବାବେଳେ ଅନ୍ୟପଟେ ଭାରତୀୟ ବ୍ୟାଟରମାନେ ସେମାନଙ୍କ ୱିକେଟ୍‌ ଫିଙ୍ଗି ଚାଲିଥିଲେ । ଜିତେଶ ଶର୍ମା କିଛି ସମୟ ଆୟରଙ୍କ ସାଥ ଦେଇ ଦଳୀୟ ଖାତାକୁ ଗତି ଦେଇଥିଲେ । ସେ ୧୬ ବଲରୁ ୨୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅକ୍ଷର ପଟେଲ୍‌ ବେଶ କିଛି ସମୟ ଦଳୀୟ ଖାତାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରି ୨୧ ବଲରୁ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଶ୍ରେୟସ ଆୟର ଦଳ ପାଇଁ ସର୍ବାଧିକ ୫୩ ରନର ପାଳି ଖେଳିଥିଲେ । ଏଥିରେ ସେ ୫ ଚୌକା ଓ ୨ ଛକା ମାରି ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ସେ ଆଉଟ୍‌ ହେବା ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୦ ରନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଜିର ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଜାଶନ ବେରେନଡ୍ରଫ ଓ ବେନ୍‌ ଡ୍ବାର୍‌ଶୁଇସ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିବାବେଳେ ଆରୋନ୍‌ ହାର୍ଡି, ନାଥନ ଏଲିସ୍‌ ଓ ଟି ସାଙ୍ଘା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 3, 2023, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.