ETV Bharat / sports

ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି: ଫେରିଲେ ଟ୍ରାଭିସ୍‌ ହେଡ୍‌, ଚୂଡ଼ାନ୍ତ ଏକାଦଶରେ ଅଭେଶ ଖାନ

author img

By ETV Bharat Odisha Team

Published : Nov 28, 2023, 6:43 PM IST

Updated : Nov 28, 2023, 7:03 PM IST

୩ୟ ଟି୨୦ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି
୩ୟ ଟି୨୦ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ୟ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ । ସିରିଜ ହାସଲ ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିକ ପଢ଼ନ୍ତୁ

ଗୌହାଟୀ: 'ଡୁ ଅର୍‌ ଡାଏ' ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି । ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ଆଜି ୩ୟ ଟି୨୦ ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖିବା ସହିତ ସିରିଜ୍‌ ହାସଲ ଲକ୍ଷ୍ୟରେ ରହିଛି ସୂର୍ଯ୍ୟ ସେନା । ଗୌହାଟୀର ବାର୍ସାପାରା ଷ୍ଟାଡିୟମରେ ବିଶ୍ବକପ୍‌ ପ୍ରତିଶୋଧ ପୂରା କରିବା ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲ୍ୟୁ ।

ପ୍ରଥମ ଦୁଇଟି ମୁକାବିଲାରେ ବିଶ୍ବ ବିଜୟୀ କଙ୍ଗାରୁ ଦଳର ସବୁ ରଣନୀତି ଫେଲ୍‌ ମାରିଛି । ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇଟି ପରାଜୟ ପରେ ଆଜି ଖାତା ଖୋଲିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ । କାରଣ ଆଜି ଯଦି ଦଳ କ୍ରମାଗତ ତୃତୀୟ ପରାଜୟକୁ ସାମ୍ନା କରେ, ତେବେ ସିରିଜ୍‌ ଛଡ଼ାଇ ନେବ ଟିମ୍‌ ଇଣ୍ଡିଆ । ସେପଟେ ବିଶ୍ବକପ୍‌ ପରାଜୟ ପରେ ଭାରତୀୟ ଦଳରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଦଳର ମଙ୍ଗ ସମ୍ଭାଳୁଛନ୍ତି ସୂର୍ଯ୍ୟକୁମାର ଯାଦବ । ନିଜ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବା ପରେ ତାଙ୍କ ଆତ୍ମବିଶ୍ବାସ ମଧ୍ୟ ଦୃଢ଼ ଅଛି । କ୍ରମାଗତ ତୃତୀୟ ବିଜୟ ସହ ସେ ଦଳକୁ ସିରିଜ୍‌ ଜିତାଇବା ଲକ୍ଷ୍ୟରେ ରହିବେ ।

  • Update: Fast bowler Mukesh Kumar made a request to BCCI to be released from India’s squad ahead of the third T20I against Australia in Guwahati. Mukesh is getting married and has been granted leave for the duration of his wedding festivities.

    He will join the squad ahead of the…

    — BCCI (@BCCI) November 28, 2023 " class="align-text-top noRightClick twitterSection" data=" ">

ଚୂଡ଼ାନ୍ତ ଏକାଦଶରେ ଅଭେଶ ଖାନ୍‌: ପୂର୍ବ ୨ଟି ମ୍ୟାଚ୍‌ ତୁଳନାରେ ୩ୟ ମ୍ୟାଚ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ପେସ୍‌ ବୋଲର ମୁକେଶ କୁମାର ବିବାହ ପାଇଁ ଛୁଟି ଆବେଦନ କରିବା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ସେ ୪ର୍ଥ ମ୍ୟାଚ୍‌ ପୂର୍ବରୁ ଦଳରେ ଯୋଗଦେବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ତାଙ୍କ ବଦଳରେ ଦୀପକ ଚହରଙ୍କୁ ସ୍କ୍ବାଡ୍‌ରେ ଶାମିଲ କରାଯାଇଛି । ହେଲେ ଆଜି ମ୍ୟାଚ୍‌ରେ ମୁକେଶଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ସ୍ଥାନ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...୩ୟ ଟି୨୦ ପୂର୍ବରୁ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ, ବାଦ୍‌ ପଡ଼ିଲେ ୬ ପ୍ରମୁଖ ଖେଳାଳି

ଅଷ୍ଟ୍ରେଲିଆ ଦଳକୁ ଫେରିଲେ ଟ୍ରାଭିସ୍‌ ହେଡ୍‌: ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ 'କର ବା ମର' ପରିସ୍ଥିତି ଆଣିଛି । ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଏହି ମ୍ୟାଚ୍‌ ଜିତିବା ନିହାତି ଆବଶ୍ୟକ ହୋଇପଡ଼ିଛି । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପାଇଁ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଦଳ ପାଇଁ ବିଶ୍ବକପ୍‌ରେ ହିରୋ ସାଜିଥିବା ଟ୍ରାବିସ୍‌ ହେଡ୍‌ ଆଜି ଦଳକୁ ଫେରିଛନ୍ତି । ଏହା ସହିତ ଜାଶନ ବେରେନ୍‌ଡ୍ରଫ୍‌ ଓ କେନ୍‌ ରିଚାର୍ଡସନ୍‌ଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 28, 2023, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.