ETV Bharat / sports

୩ୟ ଟି୨୦ ପୂର୍ବରୁ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ, ବାଦ୍‌ ପଡ଼ିଲେ ୬ ପ୍ରମୁଖ ଖେଳାଳି

author img

By ETV Bharat Odisha Team

Published : Nov 28, 2023, 6:34 PM IST

୩ୟ ଟି୨୦ ପୂର୍ବରୁ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ
୩ୟ ଟି୨୦ ପୂର୍ବରୁ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ

୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ପ୍ରଥମ ୨ଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହିଛି ଭାରତ । ଏଥିପାଇଁ ୩ୟ ଟି୨୦ରେ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ହେଲେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ କରିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

ଗୌହାଟୀ: ବିଶ୍ବକପ୍‌ ୨୦୨୩ ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଟି୨୦ ଶୃଙ୍ଖଳା ଅଧାରୁ ବଡ଼ ପରିବର୍ତ୍ତନ କରିଛି ଅଷ୍ଟ୍ରେଲିଆ । ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ସରିଥିବାବେଳେ ଏହି ଦୁଇଟି ଯାକ ମ୍ୟାଚ୍‌ ଜିତି ଭାରତ ୨-୦ରେ ଆଗୁଆ ରହିଛି । ମଙ୍ଗଳବାର ୩ୟ ବିଜୟ ସହ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଅଷ୍ଟ୍ରେଲିଆ ପାଇଁ ଏହା କର ବା ମର ପରିସ୍ଥିତି । ଏଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଦଳରେ ପରିବର୍ତ୍ତନ ପାଇଁ ବଡ଼ ନିଷ୍ପତ୍ତି ନେଇଛି କ୍ରିକେଟ୍‌ ଅଷ୍ଟ୍ରେଲିଆ ।

  • JUST IN: Wholesale changes for Australia's T20 squad with six World Cup winners on their way home from India | #INDvAUS

    — cricket.com.au (@cricketcomau) November 28, 2023 " class="align-text-top noRightClick twitterSection" data=" ">

ମଙ୍ଗଳବାର ଅର୍ଥାତ ଆଜି ଗୌହାଟୀରେ ଖେଳାଯିବ ୩ୟ ଟି୨୦ ମ୍ୟାଚ୍‌ । ହେଲେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଦଳର ଅଭିଜ୍ଞ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ ଓ ସ୍ପିନର ଆଡାମ ଜାମ୍ପା ସ୍ବଦେଶ ଫେରିଯାଇଛନ୍ତି । ଏନେଇ ଅଷ୍ଟ୍ରେଲିଆର କ୍ରିକେଟ୍‌ ଖବର ପ୍ରସାରଣ କରୁଥିବା ଏକ ସଂସ୍ଥା ସୂଚନା ଦେଇଛି । ଏପରିକି ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋଶ ଇଂଲିଶ୍‌ ଓ ସେନ ଆବଟ୍‌ ମଙ୍ଗଳବାର ୩ୟ ଟି୨୦ ମ୍ୟାଚ୍‌ ପରେ ବୁଧବାର ଘରକୁ ଫେରିବେ । ଦିନିକିଆ ବିଶ୍ବକପ୍‌ ଖେଳିଥିବା ଏହି ଖେଳାଳିମାନେ ୨ ମାସ ହେବ ଭାରତରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ବିଶ୍ବକପ୍‌ ପୂର୍ବରୁ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳିଥିଲେ । ତେଣୁ ସେମାନଙ୍କ ୱାର୍କ୍‌ଲୋଡ୍‌ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ... ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା

ସୂଚନା ଅନୁସାରେ ବିଶ୍ବକପ୍‌ ଫାଇନାଲ୍‌ର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ଧୂଆଁଧାର ବ୍ୟାଟର ଟ୍ରାଭିସ୍‌ ହେଡ୍‌ କେବଳ ବଳକା ୩ ମ୍ୟାଚ୍‌ର ଅଂଶ ରହିବେ । ଆଶା କରାଯାଉଛି ଯେ ହେଡ୍‌ ୩ୟ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ପାଇଁ ଓପେନିଂ କରିପାରନ୍ତି । ଗୌହାଟୀ ଟି-୨୦ରେ ୱିକେଟ୍‌କିପର ବ୍ୟାଟର ଜୋଶ ଫିଲିପ୍‌ଙ୍କ ସମେତ ବେନ୍‌ ମ୍ୟାକଡେରମୋଟ୍‌, ବେନ୍‌ ଡୱାସୁଇସ୍‌ ଓ ସ୍ପିନର କ୍ରିସ୍‌ ଗ୍ରୀନ୍‌ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ଯୋଗଦେବେ ।

ବଳକା ୩ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆ ସ୍କ୍ବାଡ: ମାଥ୍ୟୁ ୱେଡ୍‌(ଅଧିନାୟକ), ଜାସନ ବେରେନ୍‌ଡ୍ରଫ, ଟିମ୍‌ ଡେଭିଡ୍‌, ନାଥନ ଏଲିସ୍‌, ଆରୋନ୍‌ ହାର୍ଡି, ଟ୍ରାଭିସ ହେଡ୍‌, ତନବୀର ସଙ୍ଘା, ମ୍ୟାଟ୍‌ ଶର୍ଟ, କେନ ରିଚାର୍ଡସନ, ଜୋଶ ଫିଲିପ୍‌, ବେନ୍‌ ମ୍ୟାକଡେରମୋଟ୍‌, ବେନ୍‌ ଡୱାସୁଇସ୍‌, କ୍ରିସ୍‌ ଗ୍ରୀନ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.