ETV Bharat / sports

ରୋହିତ ଶର୍ମାଙ୍କୁ ଟେଷ୍ଟ ନେତୃତ୍ବ ସମର୍ଥନରେ ରବି ଶାସ୍ତ୍ରୀ

author img

By

Published : Jan 24, 2022, 6:45 AM IST

If Rohit is fit, why can't he be the captain in Tests too: Ravi Shastri
ରୋହିତ ଶର୍ମାଙ୍କୁ ଟେଷ୍ଟ ନେତୃତ୍ବ ସମର୍ଥନରେ ରବି ଶାସ୍ତ୍ରୀ

ସୀମିତ ଓଭର ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକ ଦୌଡରେ ଆଗରେ ଅଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ସମର୍ଥନ ଜଣାଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାପରେ ଟେଷ୍ଟ ଟିମର ନୂଆ ଅଧିନାୟକ ନେଇ ଚର୍ଚ୍ଚା ଲାଗିରହିଛି । ଋଷଭ ପନ୍ତ, କେଏଲ ରାହୁଲ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ଖେଳାଳିଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ସୀମିତ ଓଭର ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକ ଦୌଡରେ ଆଗରେ ଅଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ସମର୍ଥନ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ତୃତୀୟ ଦିନିକିଆ ୪ ରନ୍‌ରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ କ୍ଳିନସୁଇପ୍‌

ଗତବର୍ଷ ଡିସେମ୍ବରରେ ରୋହିତଙ୍କୁ ଟେଷ୍ଟ ଟିମର ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା । ତେବେ ସେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ । ଶାସ୍ତ୍ରୀ କହିଛନ୍ତି, "ସିନିୟର ବ୍ୟାଟ୍‌ର ରୋହିତଙ୍କ ପାଖରେ ଅଭିଜ୍ଞତା ଥିବାରୁ ଯଦି ଫିଟନେସ୍‌ ସଠିକ୍‌ ରଖନ୍ତି ତେବେ ତାଙ୍କୁ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରାଯିବା ଉଚିତ୍‌ ।" ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତଙ୍କୁ ନେଇ ମଧ୍ୟ ଶାସ୍ତ୍ରୀ ନିଜର ମତ ରଖିଛନ୍ତି । ପନ୍ତ ଜଣେ ଦକ୍ଷ ଓ ପ୍ରତିଭାବାନ ଯୁବ ଖେଳାଳି, ମାତ୍ର ଅଭିଜ୍ଞତା ଦୃଷ୍ଟିରୁ ରୋହିତଙ୍କୁ ନେତୃତ୍ବ ଭାର ମିଳିବା ଉଚିତ୍‌ କହିଛନ୍ତି ଶାସ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.