ETV Bharat / sports

ତୃତୀୟ ଦିନିକିଆ ୪ ରନ୍‌ରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ କ୍ଳିନସୁଇପ୍‌

author img

By

Published : Jan 23, 2022, 10:31 PM IST

Updated : Jan 23, 2022, 10:40 PM IST

ତୃତୀୟ ଦିନିକିଆ ୪ ରନ୍‌ରେ ହାରିଲା ଭାରତ । ଫଳରେ 3-0ରେ ଦକ୍ଷିଣ ଆଫ୍ରିକାର ODI ସିରିଜ କ୍ଳିନସୁଇପ୍‌ । ଅଧିକ ପଢନ୍ତୁ

india vs south africa 3rd odi winner
ତୃତୀୟ ଦିନିକିଆ ୪ ରନ୍‌ରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ କ୍ଳିନସୁଇପ୍‌

କେପ ଟାଉନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୪ ରନ୍‌ରେ ପରାସ୍ତ । ଫଳରେ ୩-୦ରେ ଦିନିକିଆ ସିରିଜ କ୍ଳିନସୁଇପ୍‌ କରିଛି ଘରୋଇ ଟିମ । ୨୮୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୯.୨ ଓଭରରେ ୧୮୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ।

South Africa beat india by 4 runs in 3rd ODI complete whitewash
ଦୀପକ ଚହର

ଭାରତ ପକ୍ଷରୁ ବିରାଟ କୋହଲି ୬୫ ଓ ଶିଖର ଧାୱନ ୬୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଦୀପକ ଚହର ଶେଷ ଭାଗରେ ଲଢୁଆ ୫୪ ରନ୍‌ର ଇଂନିସ ଖେଳିବା ସହ ଭାରତକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଲକ୍ଷ୍ୟ ଠାରୁ ୧୦ ରନ୍‌ ଦୂରରେ ଥିବାବେଳେ ସେ ପାଭିଲିୟନ ଫେରିଥିଲେ । ୩୪ ବଲ୍‌ରୁ ୫ ଚୌକା ଓ ୨ଟି ଛକା ସହାୟତାରେ ୫୪ ରନ୍‌ର ଇଂନିସ ଖେଳିଥିଲେ ଚହର ।

ଏହାମଧ୍ୟ ପଢନ୍ତୁ: ଜାତୀୟ ସଙ୍ଗୀତ ଗାନ ବେଳେ ଚୁଇଙ୍ଗମ ଚୋବାଇ ପୁଣି ବିବାଦରେ ବିରାଟ

ପୂର୍ବରୁ ଓପନର କ୍ବିଣ୍ଟନ ଡି କକ୍‌ଙ୍କ ୧୨୪ ରନ୍‌ର ଶତକୀୟ ଇଂନିସ ଓ ଭନ ଡର୍‌ ଡସନଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଟିମ ଭାରତ ସାମ୍ନାରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ସହ ଆଗୁରଆ ସିରିଜ କବ୍ଜା କରିସାରିଥିଲା ତେମ୍ବା ବାଭମାଙ୍କ ଟିମ ।

ANI

Last Updated :Jan 23, 2022, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.