ETV Bharat / sports

World Cup 2023: ଆଫଗାନିସ୍ତାନ ବିଜୟ ପରେ ହରଭଜନ ଓ ଇର୍ଫାନଙ୍କ ସେଲିବ୍ରେସନ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Oct 31, 2023, 8:15 PM IST

World Cup 2023
World Cup 2023

ଆଫଗାନିସ୍ତାନ ବିଜୟ ପରେ ହରଭଜନ ସିଂ ଓ ଇର୍ଫାନ ପଠାନଙ୍କ ଜୋରଦାର ସେଲିବ୍ରେସନ । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ଅଧିକ ପଢନ୍ତୁ

ମୁମ୍ବାଇ: ଚଳିତ କ୍ରିକେଟ ବିଶ୍ବକପ ୨୦୨୩ରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛି ଆଫଗାନିସ୍ତାନ । ଗତକାଲି (ସୋମବାର) ଆଫଗାନିସ୍ତାନକୁ ଶ୍ରୀଲଙ୍କାକୁ ପରାଜିତ କରି କ୍ରମାଗତ ଭାବେ ୩ୟ ବିଜୟ ହାସଲ କରିଛି । ସ୍ବଳ୍ପ ସମୟ ମଧ୍ୟରେ ଆଫଗାନିସ୍ତାନ ଶକ୍ତିଶାଳୀ ଟିମକୁ ହରାଇ କୀର୍ତ୍ତିମାନ ଅର୍ଜନ କରିବା ପରେ ଷ୍ଟୁଡିଓରେ ସେଲିବ୍ରେସନ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଓ ଇର୍ଫାନ ପଠାନ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଶ୍ରୀଲଙ୍କାଠାରୁ ଆଫଗାନିସ୍ତାନ ଏକ ଦମଦାର ବିଜୟ ହାସଲ କରିବା ପରେ ପୂର୍ବତନ ଭାରତୀୟ ବୋଲର୍‌ ଇର୍ଫାନ ପଠାନ ଓ ହରଭଜନ ସିଂ ଦଳକୁ ପ୍ରଶଂସା କରିବା ସହିତ ସେଲିବ୍ରେସନ କରିଥିଲେ । ଆଫଗାନିସ୍ତାନର ବିଜୟ ପରେ ନିଜର ଖୁସିକୁ ରୋକିପାରିନଥିଲେ ଇର୍ଫାନ । ଏହାପରେ ସେ କମେଣ୍ଟ୍ରି ବକ୍ସରେ ଡାନ୍ସ କରୁଥିବା ଆସିଥିଲେ ନଜର । ଏହାସହିତ ସେ ହରଭଜନ ସିଂଙ୍କୁ ମଧ୍ୟ ଡାନ୍ସ କରିବା ଲାଗି ଡାକିଥିଲେ । ଉଭୟ ମିଶି ଡାନ୍ସ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କ୍ରିକେଟପ୍ରେମୀ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ।

ଏହା ବି ପଢନ୍ତୁ- World Cup 2023: ପୁନେରେ ଫାରୁକି-ମୁଜିବ ମ୍ୟାଜିକ, ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଲା ଆଫଗାନିସ୍ତାନ

ଏହା ପୂର୍ବରୁ ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଇର୍ଫାନଙ୍କ ଡାନ୍ସ ଦେଖିବାକୁ ମିଳିଥିଲା । ପାକିସ୍ତାନଠାରୁ ୮ ୱିକେଟରେ ଆଫଗାନିସ୍ତାନ ମ୍ୟାଚ୍‌ ଜିତିନେବା ପରେ ଇର୍ଫାନ ପଠାନ ରାସିଦ ଖାନଙ୍କ ସହିତ ଡାନ୍ସ କରିଥିଲେ । ଏହି ଭିଡିଓଟି ମଧ୍ୟ ବେଶ ଭାଇରାଲ ହୋଇଥିଲା । ସୂଚନା ଥାଉ କି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ କେବଳ ୧୫ ରନ କରି ଆଉଟ୍‌ ହୋଇ ଯାଇଥିଲେ । ଏହାପରେ ପଥୁମ ନିଶାଙ୍କ ଓ ଅଧିନାୟକ କୁସଲ ମେଣ୍ଡିସଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- AFG Vs SL: ଏମିତି ଖାସ୍‌ ଥିଲା ରାସିଦଙ୍କ ୧୦୦ତମ ଦିନିକିଆ ମ୍ୟାଚ୍‌

ନିଶାଙ୍କ ଦଳ ପାଇଁ ସର୍ବାଧିକ ୪୬ ରନ କରି ଆଉଟ୍‌ ହୋଇଥିଲେ । ମେଣ୍ଡିସ ୩୯ ଓ ସମରବିକ୍ରମା ୩୬ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ୩୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ । ଶେଷ ବେଳକୁ ଅଭିଜ୍ଞ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସ ଓ ମହିଶ ତୀକ୍ଷାଣା ସ୍କୋର୍‌ବୋର୍ଡକୁ ଗତି ଦେଇ ଦଳୀୟ ରନ୍‌କୁ ଆଗକୁ ବଢ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ଉଭୟ ଯଥାକ୍ରମେ ୨୩ ଓ ୨୯ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ୪୯.୩ ଓଭରରେ ୨୪୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ଶ୍ରୀଲଙ୍କା । ଆଫଗାନିସ୍ତାନକୁ ୨୪୨ ରନ ଟାର୍ଗେଟ ମିଳିଥିଲା । ଏହାପରେ ଆଫଗାନିସ୍ତାନ ୭ ୱିକେଟ ସହିତ ଏହି ମ୍ୟାଚକୁ ଜିତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.