ETV Bharat / sports

Afg Vs Sl: ଏମିତି ଖାସ୍‌ ଥିଲା ରାସିଦଙ୍କ ୧୦୦ତମ ଦିନିକିଆ ମ୍ୟାଚ୍‌

author img

By ETV Bharat Odisha Team

Published : Oct 31, 2023, 4:56 PM IST

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ସହିତ ନିଜ କ୍ୟାରିଅରର ୧୦୦ତମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ ଷ୍ଟାର ସ୍ପିନର ରାସିଦ ଖାନ୍‌ । ଯେଉଁଥିରେ ଆଫଗାନିସ୍ତାନ ଦମଦାର ବିଜୟ ହାସଲ କରିଥିଲା । ଅଧିକ ପଢନ୍ତୁ

Rashid Khan
Rashid Khan

ମୁମ୍ବାଇ: ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ରେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ଅର୍ଜନ କରିବାରେ ଲାଗିଛି ଆଫିଗାନିସ୍ତାନ ଟିମ । ଗତକାଲି (ସୋମବାର) ଖେଳାଯାଉଥିବା ମ୍ୟାଚ୍‌ରେ ଦଳ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଶ୍ରୀଲଙ୍କାକୁ ଧୂଳି ଚଟାଇଛି । ଏହାରି ସହିତ ଆଫଗାନିସ୍ତାନ ପ୍ରମାଣିତ କରିଛି ଯେ ଏହା ଏକ ଦୁର୍ବଳ ଟିମ ନୁହେଁ । ତେବେ ଏହି ମ୍ୟାଚ୍‌ଟି ରାସିଦ ଖାନ୍‌ଙ୍କ ପାଇଁ ଥିଲା ସ୍ପେଶାଲ । ଗତକାଲି ଷ୍ଟାର ସ୍ପିନର ସ୍ପିନର ରାସିଦ ଖାନ୍‌ ନିଜ କ୍ୟାରିଅର ୧୦୦ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ବେଳେ ଏଥିରେ ଟିମ ଦମଦାର ବିଜୟ ହାସଲ କରିଥିଲେ ।

  • Wow Afghanistan, what a performance. So much to learn from the spirit @ACBofficials have shown . Bangladesh has been around for 25 years and they haven’t beaten the big teams in a row so often as the Afghan boys have done in a much shorter span of time. The most improved side in…

    — Virender Sehwag (@virendersehwag) October 30, 2023 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନ ସୋମବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଥିଲା । ଯାହାକି ଆଫଗାନିସ୍ତାନର ଏହି ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ । ଏହାପୂର୍ବରୁ ଦଳ ୧୯୯୨ ବିଶ୍ବକପ ଚାମ୍ପିଆନ ଟିମ ପାକିସ୍ତାନକୁ ମଧ୍ୟ ପରାଜିତ କରିଥିଲା । ଗତକାଲି ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ପ୍ରାୟ ୧୨ ହଜାର ଦର୍ଶକ ଉପସ୍ଥିତ ଥିଲେ । ଦର୍ଶକ ଆଫଗାନିସ୍ତାନ ଟିମକୁ ଚିଅର କରିଥିଲେ । ଚଳିତ ବିଶ୍ବକପ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ଟିମ ବଡ଼ କୀର୍ତ୍ତିମାନ ହାସଲ କରିଛି । ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଶକ୍ତିଶାଳୀ ଟିମକୁ ହରାଇବାରେ ପ୍ରଥମ ଦଳ ହୋଇପାରିଛି ।

ଏହା ବି ପଢନ୍ତୁ- World Cup 2023: ପୁନେରେ ଫାରୁକି-ମୁଜିବ ମ୍ୟାଜିକ, ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଲା ଆଫଗାନିସ୍ତାନ

ଏହି ମ୍ୟାଚ୍‌ ଜିତିବା ପରେ ଆଫଗାନିସ୍ତାନ ଅଧିନାୟକ ହସ୍‌ମତୁଲ୍ଲା ଶାହିଦି କହିଛନ୍ତି, " ଆମ ଟିମ ପାଇଁ ମୁଁ ବେଶ ଗର୍ବିତ । ଆମେ ୩ଟି ଫର୍ମାଟରେ ଯେଉଁଭଳି ଭାବେ ପ୍ରଦର୍ଶନ କରିଛୁ, ସେଥିଲାଗି ମୁଁ ବେଶ ଆନନ୍ଦିତ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିଜୟ ହାସଲ କରିବା ପରେ ଏହା ଆମର ଆତ୍ମବିଶ୍ବାସକୁ ବଢାଇଥିଲା । ଆମେ ଯେକୌଣସି ଲକ୍ଷ୍ୟର ପିଛା କରିବାକୁ ବୋଲି ମନରେ ବିଶ୍ବାସ ଜାଗ୍ରତ ହୋଇଥିଲା । " ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ ସୁଯୋଗର ଫାଇଦା ଉଠାଇ ଆକ୍ରମଣାତ୍ମକ ବୋଲିଂ କରିଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ରନ୍‌ କରିଥିବା ବେଳେ ଆଫଗାନିସ୍ତାନ ୪୫.୨ ଓଭର ସୁଦ୍ଧା ଟାର୍ଗେଟ ପୂରଣ କରି ୭ ୱିକେଟରେ ମ୍ୟାଚ୍‌ ଜିତିଥିଲା ।

ଏହା ବି ପଢନ୍ତୁ- Cricket World Cup 2023: ସଙ୍ଘର୍ଷ କରି ୨୪୧ରେ ଅଟକିଲା ଶ୍ରୀଲଙ୍କା, ଆଫଗାନିସ୍ତାନ ଆଗରେ ଟାର୍ଗେଟ୍‌ ୨୪୨

ଏହାପରେ ଆଫଗାନିସ୍ତାନ ଟିମକୁ ପ୍ରଶଂସାରେ ପୋତିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ଶେହୱାଗ । ସେ ନିଜ 'X' ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି କହିଛନ୍ତି, " ୱାଃ...ଆଫଗାନିସ୍ତାନ କି ପ୍ରଦର୍ଶନ କଲା ! ଦଳ ଯେଉଁ ପ୍ରଦର୍ଶନ କରିଛି, ସେଥିରୁ ଅନେକ ଦଳ ବହୁତ କିଛି ଶିଖିବେ । ବାଂଲାଦେଶ ଗତ ୨୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳୁଥିବା ବେଳେ ଏତେ ଥର ଶକ୍ତିଶାଳୀ ଟିମକୁ ହରାଇ ପାରିନାହିଁ । ହେଲେ ଆଫଗାନିସ୍ତାନ ଟିମ ଖୁବ କମ ସମୟରେ ଏହା କରି ଦେଖାଇଛନ୍ତି । ସ୍ବଳ୍ପ ସମୟ ମଧ୍ୟରେ ଉତ୍ତମ ପ୍ରଦର୍ଶନ କରିବାରେ ଆଫଗାନିସ୍ତାନ ଟିମ ଏହି କୀର୍ତ୍ତିମାନ ନିଜ ନାଁରେ କରିଛି ।"

ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଦେଶ ବିପକ୍ଷ ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମର ବିଜୟ ସମ୍ପର୍କରେ ଆଲୋଚନା କଲେ ଦଳ ଜିମ୍ବାୱେ (୧୮), ଆୟରଲ୍ୟାଣ୍ଡ (୧୮), ବାଂଲାଦେଶ (୬), ଶ୍ରୀଲଙ୍କା (୪), ୱେଷ୍ଟଇଣ୍ଡିଜ (୩), ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି ୧-୧ ଲେଖାଏଁ ମ୍ୟାଚ୍‌ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.