ETV Bharat / sports

Eng vs Ind 4th test preview: ଓଭାଲ ଟେଷ୍ଟରେ କିଏ ମାରିବ ବାଜି ?

author img

By

Published : Sep 1, 2021, 5:16 PM IST

Eng vs Ind 4th test preview: ଓଭାଲ ଟେଷ୍ଟରେ କିଏ ମାରିବ ବାଜି ?
Eng vs Ind 4th test preview: ଓଭାଲ ଟେଷ୍ଟରେ କିଏ ମାରିବ ବାଜି ?

ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆରମ୍ଭ ହେବ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଅଧିକ ପଢ଼ନ୍ତୁ...

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆରମ୍ଭ ହେବ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଇଂଲଣ୍ଡ ଦଳ । ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ଭାରତ କେବଳ ୭୬ କରି ଅଲଆଉଟ ହୋଇଥିଲା ।

ଜବାବରେ ଇଂଲଣ୍ଡ ଦଳର 432 ରନ୍ କରି ୩୫୬ ରନ୍ ଲିଡ ନେଇଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଓ ଡେବିଡ ମଲାନ ୭୦ ରନ କରିଥିଲେ । ଭାରତୀୟ ବୋଲରଙ୍କୁ ଅତି ସହଜରେ ରୁଟ ଖେଳୁଥିବା ଦେଖାଇ ଯାଇଥିଲା । ଏହାକୁ ନେଇ ଭାରତୀୟ ବୋଲର ରୁଟଙ୍କ ପାଇଁ ନିଶ୍ଚୟ କିଛି ହୋମୱାର୍କ କରି ଆସିବେ ବୋଲି ଆଶା କରାଯାଉଛି । ସେପଟେ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ରବି ଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇପାରେ । ତାଙ୍କ ବଦଳରେ ଇଶାନ୍ତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ ।

ତୃତୀୟ ଟେଷ୍ଟ ମ୍ୟାଚରେ ଇଶାନ୍ତ ଶର୍ମା କ୍ଲାନ୍ତ ମନେ ହେଉଥିଲେ । ଚତୁର୍ଥ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ବଦଳିବା ନେଇ ମଧ୍ୟ ବିରାଟ କୋହଲି ସୂଚନା ଦେଇ ସାରିଛନ୍ତି । ତେବେ କେଉଁ ବୋଲର କିମ୍ବା କେଉଁ ବ୍ଯାଟସମ୍ୟାନଙ୍କୁ ବିଶ୍ରାମ ଦିଆଯିବ ବା ଦଳରେ ସାମିଲ କରାଯିବ ତାହାକୁ ନେଇ ନାନା ଆଲୋଚନା କରୁଛନ୍ତି କ୍ରିକେଟ ସମୀକ୍ଷକ । ଓଭାଲ ଟେଷ୍ଟ ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଇଂଲଣ୍ଡର କ୍ରିକେଟର ଓ ପୂର୍ବତନ କ୍ରିକେଟର ନାନା ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଯାହାର ପ୍ରଭାବ ପଡ଼ିଆରେ ଦେଖିବାକୁ ମିଳିପାରେ । କେହି କୋହିଲଙ୍କ ଟେକ୍ନିକ ଉପରେ ପ୍ରଶ୍ନ ଉଠାଇଥିଲେ ତ କେହି ବିରାଟ କୋହଲିଙ୍କ ଟେଷ୍ଟ ମ୍ୟାଚ ଖେଳିବା ତରିକା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଏହାର କୋହଲି କିଭଳି ଦେଉଛନ୍ତି ତାହା ଦେଖିବା ରୋମାଞ୍ଚକର ହେବ ।

ସେପଟେ ଇଂଲଣ୍ଡର ୩୫୬ ରନ ଲିଡର ଜବାବରେ ଭାରତୀୟ ଦଳ ମାତ୍ର ୨୭୮ ରନ କରି ଅଲଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଚେତେଶ୍ବର ପୂଜାରା ୯୧ ରନ କରି ଆଉଟ ହୋଇଥିବା ବେଳ କୋହଲି ମାତ୍ର ୫୫ ରନ ହିଁ କରିବାକୁ ସକ୍ଷମ ହୋଇପାରିଥିଲେ । କୋହଲିଙ୍କ ଶତକ ମରୁଡ଼ି ଶେଷ ହେବାର ନାଁ ଧରୁନାହିଁ । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ କୌଣସି କମାଲ କରି ପାରି ନାହାନ୍ତି । ତୃତୀୟ ଟେଷ୍ଟ ତୃତୀୟ ଦିନରେ ଭାରତର ବ୍ୟାଟିଂ ସୁଧୁରିବା ଆରମ୍ଭ କରିଥିଲା । ତେବେ ଚତୁର୍ଥ ଦିନ ଆରମ୍ଭ ହେବା ମାତ୍ର ୫୪ ମିନିଟରେ ଭାରତ ସମସ୍ତ ୮ଟି ୱିକେଟ ହରାଇଥିଲା । ଇଂଲଣ୍ଡ ଏହି ମୋମେଣ୍ଟମକୁ ଆଗେଇ ନେବାକୁ ଚେଷ୍ଟା କରିବ ।

ରବିନ୍ଦର ଜାଡେଜା ହୁଅନ୍ତୁ କି ଋଷଭ ପନ୍ତ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଠ ରନ କରିବାରେ ସକ୍ଷମ ହୋଇ ପାରିନଥିଲେ । ଯାହା ଫଳରେ ଭାରତକୁ ଲଜ୍ଜଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଚତୁର୍ଥ ଟେଷ୍ଚ ମ୍ୟାଚରେ ଭାରତୀୟ ଦଳର କ୍ରିକେଟରମାନେ ଏହି ସବୁ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବେ । ଯାହାଦ୍ବାରା ସିରିଜ ସିଲ କରିବା ଆଶା ଉଜ୍ଜିବିତ ରହି ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.