ETV Bharat / sports

INDvsAUS Womens 4th T20I: ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

author img

By

Published : Dec 17, 2022, 10:51 AM IST

INDvsAUS
INDvsAUS

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ଆଜି ଚତୁର୍ଥ ମ୍ୟାଚ । ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ, ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି ୨୦ ମ୍ୟାଚ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି ୨୦ ସିରିଜରେ ଭାରତ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଫଳରେ ୨-୧ରେ ଭାରତ ଆଗୁଆ ରହିଛି । ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ବିଜୟ ହାସଲ କରିଥିଲା । କଙ୍ଗାରୁ ଦଳ ଜବରଦସ୍ତ ବ୍ୟାଟିଂ କରିବା ସହିତ ଚମତ୍କାର ବୋଲିଂ କରି ଭାରତୀୟ ମହିଳା ଦଳକୁ ୨୧ ରନରେ ପରାସ୍ତ କରିଥିଲେ ।

ତେବେ ତୃତୀୟ ମ୍ୟାଚରେ ଭାରତ ପରାଜିତ ହୋଇଥିବା ମଧ୍ୟ ଦୁଇଟି ମ୍ୟାଚ ଜିତି ମନୋବଳ ଦୃଢ ରହିଛି । ଆଜି ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବ ଓ୍ବେମେନ ଇନ ବ୍ଲୁ ଟିମ । ପୂର୍ବ ମ୍ୟାଚରେ ଭାରତର ବୋଲିଂ ସ୍ଥିତି ଏତେଟା ଭଲ ନଥିବାରୁ ଦଳ ପରାଜିତର ସମ୍ମୁଖୀନ ହୋଇଥିଲା । କିନ୍ତୁ ଚତୁର୍ଥ ମ୍ୟାଚ ପାଇଁ ପୁରା ପ୍ରସ୍ତୁତ ହୋଇଛି ଭାରତୀୟ ମହିଳା ଦଳ । ଆଜିର ମ୍ୟାଚ ଯଦି ଭାରତ ବିଜୟୀ ହୁଏ ତେବେ ସିରିଜ ବିଜୟୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯିବ । ଯଦି ହାରି ଯାଏ ତେବେ ଉଭୟ ଦଳ ମଧ୍ୟରେ ସିରିଜ ବରାବର ସ୍ଥିତିରେ ରହିବ । ସେପଟେ ସିରିଜ ବରାବର ଲକ୍ଷ୍ୟରେ ରହିଛି କଙ୍ଗାରୁ ଟିମ । ତୃତୀୟ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିୟା ମହିଳା ଦଳ ।

ଏହା ମଧ୍ୟ ପଢନ୍ତୁ-FIFA World Cup: ଆଜି ତୃତୀୟ ସ୍ଥାନ ପାଇଁ ଲଢେଇ, କ୍ରୋଏସିଆକୁ ଭେଟିବ ମରକ୍କୋ

ତୃତୀୟ ଟି୨୦ ମ୍ୟାଚରେ ଅଧିନାୟିକା ହରମନପ୍ରୀତ କୌର ଟସ୍‌ ଜିତି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଓପନିଂ ଯୋଡିକୁ ଝଟକା ଦେଇଥିଲେ ଭାରତୀୟ ବୋଲର । ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ରୋକିବାରେ ବିଫଳ ହୋଇଥିଲା ଟିମ ଇଣ୍ଡିଆର ବୋଲିଂ ଅର୍ଡର । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୨ ରନ କରିଥିଲା କଙ୍ଗାରୁ ଦଳ । ଏହାର ଜବାବରେ ୱେମେନ ଇନ ବ୍ଲୁ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜର ଫଳାଫଳ ୨-୧ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.