ETV Bharat / sports

ENGvsPAK: ପାକିସ୍ତାନ ମାଟିରେ ଆଗୁଆ ସିରିଜ୍ ଜିତିଲା ଇଂଲଣ୍ଡ, ୨୨ବର୍ଷ ପରେ ଇତିହାସ ରଚିଲା ଷ୍ଟୋକ୍ସ ବାହିନୀ

author img

By

Published : Dec 12, 2022, 6:10 PM IST

ENG vs PAK : ପାକିସ୍ତାନ ମାଟିରେ ଆଗୁଆ ସିରିଜ୍ ଜିତିଲା ଇଂଲଣ୍ଡ
ENG vs PAK : ପାକିସ୍ତାନ ମାଟିରେ ଆଗୁଆ ସିରିଜ୍ ଜିତିଲା ଇଂଲଣ୍ଡ

ଭ୍ରମଣକାରୀ ଇଂଲଣ୍ଡ ଘରୋଇ ଦଳ ପାକିସ୍ତାନକୁ ହରାଇ ୨-୦ରେ ଟେଷ୍ଟ ସିରିଜ୍ ଆଗୁଆ ଜିତି ନେଇଛି । ଅଧିକ ପଢନ୍ତୁ

ମୁଲତାନ: ପାକିସ୍ତାନ ମାଟିରେ ଇତିହାସ ରଚିଛି ଇଂଲିସ୍ ଟିମ୍ । ଭ୍ରମଣକାରୀ ଇଂଲଣ୍ଡ ଘରୋଇ ଦଳ ପାକିସ୍ତାନକୁ ହରାଇ ୨-୦ରେ ଟେଷ୍ଟ ସିରିଜ୍ ଆଗୁଆ ଜିତି ନେଇଛି । ଇଂଲଣ୍ଡ ପାକିସ୍ତାନ ସମ୍ନାରେ ୩୫୫ ରନର ଟାର୍ଗେଟ ଦେଇଥିଲା । ପାକିସ୍ତାନ ମ୍ୟାଚର ଚତୁର୍ଥ ଦିନ ତଥା ଅନ୍ତିମ ଦିନରେ ୩୨୮ ରନ କରି ଅଲ ଆଉଟ ହୋଇଯାଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡର ରାଓ୍ୱଲପିଣ୍ଡିରେ ଖେଳାଯାଇଲା । ସେଥିରେ ପାକିସ୍ତାନକୁ ୭୪ ରନରେ ପରାସ୍ତ କରିଥିଲା ଇଂଲିସ୍ ଟିମ୍ । ଏହାର ତୃତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ ତାରିଖ କରାଚୀରେ ଖେଳାଯିବ ।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୫୧.୪ ଓଭରରେ ୨୮୧ ରନ କରି ଅଲ ଆଉଟ ହୋଇଯାଇଥିଲା । ଅବରାର ଅହମ୍ମଦଙ୍କ ଘାତକ ବୋଲିଂରେ ଆତ୍ମସର୍ମପଣ କରିଥିଲେ ଇଂଲିସ୍ ବ୍ୟାଟର । ଓଲି ପୋପେ ଓ ବେନ୍ ଡୁକେଟ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଡେକେଟ୍ ୪୯ ବଲରୁ ୬୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଓଲି ପୋପେ ୬୦ ରନ କରିଥିଲେ । ସେପଟେ ପାକିସ୍ତାନର ଅବ୍ରାର ଅହମ୍ମଦ ସର୍ବାଧିକ ୭ ଟି ୱିକେଟ ନେଇଥିଲେ । ଜାହିତ ମହମ୍ମଦ ୩ ଟି ୱିକେଟ ନେଇଥିଲେ । ପ୍ରଥମ ଇଂନିସରେ ପାକିସ୍ତାନ ୬୨. ୫ ଓଭରରେ ୨୦୨ ରନ କରି ଅଲ ଆଉଟ ହୋଇଥିଲା । ବାବର ଆଜମ ଓ ସାଉଦ ସାକିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଉଭୟ ଯଥାକ୍ରମେ ୭୫ ଓ ୬୩ ରନ କରିଥିଲେ ।

ଦ୍ବିତୀୟ ଇନିଂସରେ ଇଂଲଣ୍ଡ ୬୪.୫ ଓଭରରେ ୨୭୫ ରନ କରି ଅଲ ଆଉଟ ହୋଇଥିଲା । ହ୍ୟାରୀ ବ୍ରୁକ ଶତକୀୟ ଇନିଂସ ଖେଳିଥିଲେ । ସେ ୧୪୯ ବଲରୁ ୧୦୮ ରନ କରିଥିଲେ । ବେନ୍ ଡୁକେଟ୍ ୭୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ବେନ୍ ଷ୍ଟୋକ୍ସ ୪୧ ଓ ଜୋ ରୁଟ୍ ୨୧ ରନ୍ କରିଥିଲେ । ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ ।

ପରେ ୩୫୫ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ପାକିସ୍ତାନ । ଆରମ୍ଭରୁ ପାକିସ୍ତାନ ଭଲ ପାଳି ଆରମ୍ଭ କରିଥିଲା । ମ୍ୟାଚ୍ ଦେଖିଲେ ଲାଗୁଥିଲା ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଛି ବାବର ଆଜମ ବାହିନୀ । ପରେ ଇଂଲଣ୍ଡ ଜବରଦସ୍ତ କମ ବ୍ୟାକ୍ କରିଥିଲା । ୧୦୨. ୧ ଓଭର ୩୨୮ ରନରେ ପାକିସ୍ତାନକୁ ଅଲ ଆଉଟ କରିଥିଲା ଇଂଲଣ୍ଡ । ମାର୍କ ଉଡ୍ ୨୧ ଓଭର ବୋଲିଂ କରି ୬୫ ରନ ବ୍ୟୟରେ ୪ ଟି ୱିକେଟ ହାତେଇଥିଲେ । ଓଲି ରବିନସନ ଓ ଜେମ୍ସ ଆଣ୍ଡରସନ ଦୁଇଟି ୱିକେଟ ନେଇଥିବା ବେଳେ ଜ୍ୟାକ୍ ଓ ଜୋ ରୁଟ୍ ଗୋଟିଏ ୱିକେଟ ନେଇଥିଲେ । ପାକିସ୍ତାନର ଶାକିଲ ସର୍ବାଧିକ ୯୪ ରନର ଇନିଂସ ଖେଳିଥିଲେ । ଇମାମ ଉଲ ହକ୍ ୬୦ ରନ, ମହମ୍ମଦ ନୱାଜ ଓ ଅବଦୁଲା ଉଭୟ ୪୫ ରନ, ମହମ୍ମଦ ରିଜୱାନ ୩୦ ରନ କରିଥିଲେ ।

ତେବେ ୨୨ବର୍ଷ ପରେ ଇତିହାସ ରଚିଛି ଷ୍ଟୋକ୍ସ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.