ETV Bharat / sports

୧୦୦ତମ ଟେଷ୍ଟରେ ଦ୍ୱିଶତକ ହାସଲ କଲେ ୱାର୍ଣ୍ଣର

author img

By

Published : Dec 27, 2022, 10:45 PM IST

ଦ୍ବିଶତକ ହାସଲ ପରେ ଉଲ୍ଲସିତ ଡେଭିଡ ୱାର୍ଣ୍ଣର
ଦ୍ବିଶତକ ହାସଲ ପରେ ଉଲ୍ଲସିତ ଡେଭିଡ ୱାର୍ଣ୍ଣର

ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ ଦ୍ବିଶତକ ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ପରେ ସେ ବିଶ୍ବର ଦ୍ବିତୀୟ କ୍ରିକେଟର ହେବା ସହିତ ଅଷ୍ଟ୍ରେଲିଆର ପ୍ରଥମ କ୍ରିକେଟର ହୋଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇତିହାସ ରଚିଲେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୱାର୍ଣ୍ଣର ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତ । ତାଙ୍କର ଏହି ଉପଲବ୍ଧି ସହିତ ସେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ୧୦୦ ତମ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ଣ୍ଣର ଦ୍ବିଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆର ଏହି ଷ୍ଟାର ଓପନର ଦିନିକିଆ କ୍ରିକେଟରେ ୧୦୦ ତମ ମ୍ୟାଚରେ ଶତକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିଥିଲେ । ତେବେ ୱାର୍ଣ୍ଣର ନିଜ କ୍ୟାରିୟରରେ ୧୦୦ ତମ ଦିନିକିଆ ଏବଂ ୧୦୦ ତମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ବିଶ୍ବର ଦ୍ବିତୀୟ କ୍ରିକେଟର ହେବା ସହିତ ଅଷ୍ଟ୍ରେଲିଆର ପ୍ରଥମ କ୍ରିକେଟର ହୋଇଛନ୍ତି । ଏହି ପୂର୍ବରୁ ଏହି ଉପଲବ୍ଧି ୱେଷ୍ଟଇଣ୍ଡିଜର ଓପରନ ଗୋର୍ଡନ ଗ୍ରୀନିଜ ( Gordon Greenidge ) ହାସଲ କରିଥିଲେ ।

ପୂର୍ବତନ ଏହି କାରବିଆନ କ୍ରିକେଟର ତାଙ୍କ କ୍ୟାରିୟର ୧୦୦ ତମ ଦିନିକିଆ ଏବଂ ୧୦୦ ତମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ବିଶ୍ବର ପ୍ରଥମ କ୍ରିକେଟର ହୋଇଥିଲେ । ତାଙ୍କ ପରେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ଏହି ଉପଲବ୍ଧି ହାସଲ କରିଛନ୍ତି । ୱାର୍ଣ୍ଣର ଏହା ପୂର୍ବରୁ ବର୍ଷ ୨୦୧୭ ସେପ୍ଟେମ୍ବର ୨୮ ତାରିଖରେ ନିଜର ୧୦୦ ତମ ଦିନିକିଆ ଶତକ ପୂରଣ କରିଥିଲେ । ଏହି ମ୍ୟାଚ ସେ ଟିମ ଇଣ୍ଡିଆ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚରେ ସେ ୧୨୪ ରନର ଇନିଂସ ଖେଳିଥିଲେ ।

ତେବେ କଙ୍ଗାରୁ ଟିମର ଏହି ଲିଜେଣ୍ଡ କ୍ରିକେଟର ନିଜର ଏହି ରେକର୍ଡକୁ ପୁଣି ଥରେ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଏବେ ସେ ଟେଷ୍ଟ କ୍ରିକେଟରରେ ୧୦୦ ତମ ମ୍ୟାଚ ଖେଳି ଶତକ ହାସଲ କରି ଏହି ରେକର୍ଡ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି । ଆଜି ( ମଙ୍ଗଳବାର ) ଏହାର ଦ୍ବିତୀୟ ଥିଲା । ତେବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୱାର୍ଣ୍ଣର ଦ୍ବିଶତକ ହାସଲ କରିଛନ୍ତି । ସେ ୨୫୪ ଦୁଇଟି ଛକା ଏବଂ ୧୬ଟି ଚୌକା ସହିତ ବଲରୁ ୨୦୦ ରନର ଇନିଂସ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.