ETV Bharat / sports

World Cup 2023: ଇନିଂସ ପ୍ରଥମ ବଲରେ ୱିକେଟ ଶିକାର, ଯଶପ୍ରୀତ ବୁମରା ପ୍ରଥମ ଭାରତୀୟ ବୋଲର

author img

By ETV Bharat Odisha Team

Published : Nov 3, 2023, 7:52 AM IST

Cricket World Cup 2023
Jasprit Bumrah

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଏକ ଇତିହାସ ରଚିଛନ୍ତି । ଇନିଂସର ପ୍ରଥମ ବଲରେ ୱିକେଟ ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ବୁମରା । ଅଧିକ ପଢନ୍ତୁ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ବୋଲରଙ୍କ ଯେତେ ପ୍ରଶଂସା କଲେ କମ୍ । ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଟାକରେ ବିପକ୍ଷ ଧରାଶାୟୀ ହୋଇଛନ୍ତି । ବ୍ୟାଟର ବିଫଳ ଦେଲେ ବୋଲର କମାଲ କରିଛନ୍ତି । ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଲଗାତାର ସପ୍ତମ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ସପ୍ତମ ଲିଗ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ 302ରନରେ ବାଜିମାତ କରିଛି ରୋହିତ ସେନା । ଏଥିରେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଏକ ରେକର୍ଡ ହାସଲ କରି ଇତିହାସ ରଚିଛନ୍ତି । ପାଳିର ପ୍ରଥମ ବଲରେ ୱିକେଟ ଶିକାର କରିବାରେ ଯଶପ୍ରୀତ ବୁମରା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ଦିନିକିଆ କ୍ରିକେଟ ଇତିହାସରେ 48 ବର୍ଷ ପରେ ପ୍ରଥମ ବଲରେ ୱିକେଟ ନେବାରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ରେକର୍ଡ ହାସଲ କରିଛନ୍ତି ।

358 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଓପନିଂ କରିଥିଲେ ପଥୁମ ନିଶଙ୍କା ଓ ଦିମୁଥ କରୁଣାରତ୍ନେ । ବୋଲିଂ କରିବାକୁ ଆସିଥିଲେ ଯଶପ୍ରୀତ ବୁମରା । ଇନିଂସର ପ୍ରଥମ ବଲରେ ବୁମରା ନିଶଙ୍କାଙ୍କୁ ଶିକାର କରିଥିଲେ । ଶ୍ରୀଲଙ୍କା ପାଳିର ପ୍ରଥମ ବଳରେ LBW ହୋଇ ପାଭିଲିୟନ ଫେରିଥିଲେ ପଥୁମ ନିଶଙ୍କା । ବିଶ୍ବକପରେ ପ୍ରତିପକ୍ଷ ଦଳ ପାଳିର ପ୍ରଥମ ବଲରେ ୱିକେଟ ନେବାରେ ବୁମରା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ସେହିପରି ଦିମୁଥ କରୁଣାରତ୍ନେଙ୍କୁ ମହମ୍ମଦ ସିରାଜ ତାଙ୍କ ପ୍ରଥମ ବଲରେ ଆଉଟ କରିଥିଲେ । ଫଳରେ ଦୁଇ ଓପନର ଖାତା ଖୋଲିନପାରି ସଅଳ ପାଭିଲିୟନ ଫେରିଥିଲେ । ବିଶ୍ବକପରେ ଏଭଳି ଘଟଣା ଶ୍ରୀଲଙ୍କା ଲାଗି ଦ୍ବିତୀୟ ଥର ହୋଇଛି । 2015 ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କାର ଦୁଇ ଓପନର ଲାହିରୁ ଥିରିମାନେ ଓ ତିଳକରତ୍ନେ ଦିଲସାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପ ଇତିହାସରେ ଭାରତର ଶ୍ରେଷ୍ଠ ବୋଲର ସାମି, ଭାଙ୍ଗିଲେ ଜାହିରଙ୍କ ରେକର୍ଡ

ଏହା ବି ପଢନ୍ତୁ...Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302ରନରେ ଜିତିଲା ଟିମ୍ ଇଣ୍ଡିଆ

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ 2023 ସଂସ୍କରଣରେ ଭାରତ ତାର ସପ୍ତମ ଲିଗ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା । 12 ବର୍ଷ ପରେ ସେହି ସମାନ ମୈଦାନ ୱାଙ୍ଖଡରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ରୋହିତ ଶର୍ମା ସଅଳ ପାଭିଲିୟନ ଫେରିଥିଲେ । ମାତ୍ର କିଙ୍ଗ ଓ ପ୍ରିନ୍ସ ଯୋଡି ଭାରତକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ । ବିରାଟ କୋହଲି 88 ଓ ଶୁଭମନ ଗିଲ 92ର ପାଳି ଖେଳ ଭାରତୀୟ ଦଳୀୟ ସ୍କୋରକୁ 190ରେ ପହଞ୍ଚାଇଥିଲେ । ଏହାପରେ ଶ୍ରେୟାସ ଆୟର 88ରନ ପାଳି ଖେଳି ଦଳୀୟ ସ୍କୋରକୁ 357ରେ ପହଞ୍ଚାଇଥିଲେ । 358 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଶ୍ରୀଲଙ୍କା ମାତ୍ର 55ରନ କରିଥିଲା । ମହମ୍ମଦ ସାମି ଓ ସିରାଜଙ୍କ ଆଟାକରେ ଧୋଇ ହୋଇ ଯାଇଥିଲା ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର । ଭାରତ 302ରନ ବିଶାଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.